ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ୫ ଜିନିଷ : କୃପା କରିବେ ମା’ ବୀଣାପାଣି,ରହିବନି ଧନର ଅଭାବ

Advertisment

ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ମା’ ବାଗଦେବୀ ବିଦ୍ୟାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି । ହିନ୍ଦୁ ବିଶ୍ୱାସ ଅନୁସାରେ ମାଘ ମାସର ଶୁକ୍ଳ ପକ୍ଷ ପଞ୍ଚମ ଦିନରେ ମା’ବୀଣାପାଣି ଆବିର୍ଭାବ ହୋଇଥିଲେ ।

ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ମା’ ବାଗଦେବୀ ବିଦ୍ୟାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି । ହିନ୍ଦୁ ବିଶ୍ୱାସ ଅନୁସାରେ ମାଘ ମାସର ଶୁକ୍ଳ ପକ୍ଷ ପଞ୍ଚମ ଦିନରେ ମା’ବୀଣାପାଣି ଆବିର୍ଭାବ ହୋଇଥିଲେ ।

Maa Binapani

Maa Binapani Photograph: (KanakNews)

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶୁଭ୍ର ବସ୍ତ୍ରବୃତ୍ତା, 
ଯା ବୀଣା ବରଦଣ୍ଡ ମଣ୍ଡିତକରା,ଯା ଶ୍ୱେତ ପଦ୍ମାସନା ll
ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିଃ ଦେବୈ ସଦାବନ୍ଦିତା, 
ସା ମାଂ ପାତୁ ସରସ୍ବତୀ ଭଗବତୀ ନିଃଶେଷ ଜାଡ଼୍ୟାପହା l

କନକ ବ୍ୟୁରୋ : ପବିତ୍ର ବସନ୍ତ ପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆରାଧନା କରାଯାଏ । ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ ମା’ ବାଗଦେବୀ ବିଦ୍ୟାର୍ଥୀଙ୍କୁ ଆଶୀର୍ବାଦ ଦେବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି । ହିନ୍ଦୁ ବିଶ୍ୱାସ ଅନୁସାରେ ମାଘ ମାସର ଶୁକ୍ଳ ପକ୍ଷ ପଞ୍ଚମ ଦିନରେ ମା’ବୀଣାପାଣି ଆବିର୍ଭାବ ହୋଇଥିଲେ । ବସନ୍ତ ପଞ୍ଚମୀ କେବଳ ଏକ ପର୍ବ ନୁହେଁ ବରଂ ବର୍ଷର ଏକ ଶୁଭ ସମୟ । ଯେଉଁଥିପାଇଁ ଏହି ଦିନ କିଛି ଜିନିଷ ଘରକୁ ଆଣିବା ବହୁତ ଶୁଭ ବୋଲି କୁହାଯାଏ । ତେବେ ବସନ୍ତ ପଞ୍ଚମୀରେ କେଉଁ କେଉଁ ଜିନିଷ ଘରକୁ ଆଣିଲେ ଶୁଭ ହେବ ଆସନ୍ତୁ ଜାଣିବା । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ୨୦୨୬ ମସିହା ମାଘ ମାସର ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ସରସ୍ବତୀ ପୂଜାର ପୂର୍ବଦିନ ସନ୍ଧ୍ୟା ୬.୧୫ ରେ ଆରମ୍ଭ ହେଉଛି । ଏହି ଦିନ ଘରକୁ ୫ ଟି ଜିନିଷ ଆଣିବା ଅତ୍ୟନ୍ତ ଶୁଭ । ଯେଉଁଥିରେ ପ୍ରଥମେ ଆସେ -

ହଳଦିଆ କାଉଡି

ବସନ୍ତ ପଞ୍ଚମୀରେ ଘରକୁ ପାଞ୍ଚଟି ହଳଦିଆ କଉଡ଼ି ଆଣନ୍ତୁ । ଏହି କଉଡ଼ିକୁ ଦେବୀ ଲକ୍ଷ୍ମୀଙ୍କ ପାଦ ତଳେ ରଖନ୍ତୁ ଏବଂ ଧନ,ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ । ତା'ପରେ କଉଡ଼ିଗୁଡ଼ିକୁ ସିନ୍ଦୁରରେ ବାନ୍ଧି ରଖନ୍ତୁ । ଏହା ଘରେ ସମୃଦ୍ଧିର ଦ୍ବାରକୁ ଖୋଲିବ ଏବଂ ଘରେ ନିରନ୍ତର ଟଙ୍କା ପ୍ରବାହ ସୁନିଶ୍ଚିତ କରିବ ।

ଆଗକୁ ପଢ଼ନ୍ତୁ : କେମିତି ହୋଇଥିଲା ମା’ ବଗଳାମୁଖୀଙ୍କ ଉତ୍ପତ୍ତି ? କ’ଣ କୁହେ ପୌରାଣିକ ଗାଥା ?

ବିବାହ ସହ ଜଡ଼ିତ ଜିନିଷ

ବସନ୍ତ ପଞ୍ଚମୀ ଦିନ ବିବାହ ସମ୍ବନ୍ଧୀୟ ଜିନିଷପତ୍ର କିଣିବା ଉଚିତ । ଯଦି ନିର୍ବନ୍ଧ କିମ୍ବା ବିବାହ ହେବାକୁ ଯାଉଥାଏ ତେବେ ବସନ୍ତ ପଞ୍ଚମୀରେ ସେହି ସମ୍ବନ୍ଧୀୟ ଜିନିଷପତ୍ର କିଣିବା ଉଚିତ । ଏହା କରିବା ଦ୍ୱାରା ବୈବାହିକ ଜୀବନରେ କୌଣସି ସମସ୍ୟା ସୃଷ୍ଟି ହୁଏ ନାହିଁ ଏବଂ ସମ୍ପର୍କରେ ମଧୁରତା ବଜାୟ ରୁହେ ବୋଲି ମାନ୍ୟତା ରହିଛି ।

ହଳଦିଆ ଫୁଲ

ପବିତ୍ର ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି । ଏହି ରଙ୍ଗ ବସନ୍ତ ଋତୁ ଏବଂ ଦେବୀ ବୀଣାପାଣି ଉଭୟଙ୍କ ପାଇଁ ପ୍ରିୟ ବୋଲି କୁହାଯାଏ । ମା’ ବାଗଦେବୀଙ୍କୁ ହଳଦିଆ ଫୁଲ କିମ୍ବା ହଳଦିଆ ଫୁଲର ମାଳା ଅର୍ପଣ କରିବା ଭାରି ଶୁଭ । ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଏ ଏବଂ ଅଧ୍ୟୟନ କରୁଥିବା ଲୋକଙ୍କ ଏକାଗ୍ରତା ବୃଦ୍ଧି ପାଏ ।

ମୟୂର ପର

ବାସ୍ତୁଶାସ୍ତ୍ରରେ ମୟୂର ପରକୁ ଶୁଭ ବୋଲି କୁହାଯାଏ । ବସନ୍ତ ପଞ୍ଚମୀରେ ଯୋଡ଼ା ମୟୂର ପର ଘରକୁ ଆଣିବା ଉଚିତ । ଏହାକୁ ଡ୍ରଇଂ ରୁମରେ କିମ୍ବା ମୁଖ୍ୟ ପ୍ରବେଶ ଦ୍ୱାର ପାଖରେ ରଖାଯାଇପାରିବ । ମୟୂର ପର ଘରକୁ ଆଣିବା ଦ୍ୱାରା ପିଲାମାନଙ୍କର ଏକାଗ୍ରତା ବୃଦ୍ଧି ପାଏ ବୋଲି ବିଶ୍ୱାସ କରାଯାଏ ।

ଦେବୀ ସରସ୍ୱତୀଙ୍କ ମୂର୍ତ୍ତି

ବସନ୍ତ ପଞ୍ଚମୀରେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ଘରକୁ ଆଣିବା ଅତ୍ୟନ୍ତ ଶୁଭ । ବାସ୍ତୁ ଅନୁସାରେ ମୂର୍ତ୍ତିକୁ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ । ଏହା ଘରେ ସକାରାତ୍ମକ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe