ଉଠାଦୋକାନୀଙ୍କ କବଜାରେ ବାରିପଦା ସହର, ନିର୍ମାଣ ସରି କାର୍ଯ୍ୟକ୍ଷମ ଅପେକ୍ଷାରେ ଭେଣ୍ଡିଂ ଜୋନ୍‌

Advertisment

ଉଠାଦୋକାନୀଙ୍କୁ ସଠିକ୍‌ ଭାବେ ଚିହ୍ନଟ କରାଯାଇପାରୁନଥିବା ଅଭିଯୋଗ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଖୁବଶୀଘ୍ର ନିର୍ମାଣ ହେବ ନୂଆ ଭେଣ୍ଡିଂ ଜୋନ୍‌ ।

ଉଠାଦୋକାନୀଙ୍କୁ ସଠିକ୍‌ ଭାବେ ଚିହ୍ନଟ କରାଯାଇପାରୁନଥିବା ଅଭିଯୋଗ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଖୁବଶୀଘ୍ର ନିର୍ମାଣ ହେବ ନୂଆ ଭେଣ୍ଡିଂ ଜୋନ୍‌ ।

vending zone

vending zone Photograph: (KanakNews)

କନକ ବ୍ୟୁରୋ;  ବାରିପଦା ସହରକୁ ସ୍ମାର୍ଟ ସିଟି କରିବା ପାଇଁ ସରକାରୀ ସ୍ତରରେ ବଡ଼ ବଡ଼ ଯୋଜନା ପ୍ରସ୍ତୁତ ହେଉଛି । କିନ୍ତୁ ସ୍ମାର୍ଟ ସିଟିର ସ୍ୱପ୍ନ ଉଠା ଦୋକାନୀଙ୍କ ଭିଡ଼ ଭିତରେ ହଜିଯାଉଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଭେଣ୍ଡିଙ୍ଗ ଜୋନ ତିଆରି ହୋଇଛି, ହେଲେ ସେଠାରେ ଦୋକାନୀ ନାହାନ୍ତି । ଅନ୍ୟପଟେ ସହରର ରାସ୍ତା କଡ଼ରେ ଜମୁଛି ଉଠା ଦୋକାନୀଙ୍କ ଭିଡ଼। ଏଭଳି ସ୍ଥିତିରେ ପୌର ପ୍ରଶାସନର ଭୂମିକାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।
 
ରାସ୍ତାକଡ଼ରେ ଉଠାଦୋକାନ । ଗୋଟିଏ କି ଦୁଇଟି ନୁହେଁ, ମାଳମାଳ । ବାରିପଦା ସହର କାଳେ ଆଗକୁ ରାଜ୍ୟର ଦ୍ବିତୀୟ ସ୍ମାର୍ଟ ସିଟି ହେବ । ଏକଥା ଆମେ କହୁନୁ, କହୁଛନ୍ତି ବାରିପଦା ପୌରପାଳିକା ଉପନଗରପାଳ । କିନ୍ତୁ ଉଠା ଦୋକାନୀଙ୍କ ସଂଖ୍ୟା କେତେ ତାର କୌଣସି ସଠିକ୍ ହିସାବ ପୌରପାଳିକା ପାଖେ ନାହିଁ । କଚେରୀ ମାର୍କେଟ, ବଡ଼ ବଜାର, ଭଞ୍ଜପୁର ଜଗନ୍ନାଥ ମନ୍ଦିର ଛକ, ବସ୍ ଷ୍ଟାଣ୍ଡ ଛକ, ମେଡିକାଲ ଛକ ସବୁ ସ୍ଥାନରେ ଉଠା ଦୋକାନୀଙ୍କ ସଂଖ୍ୟା ଯାହାକୁ ଯେତେ। ଏସବୁ ଅବସ୍ଥା ଦେଖି ସ୍କାର୍ଟ ସିଟି କଥାଟା ଏତେ ସହଜ ତ’ ଲାଗୁନି । ଉପନଗରପାଳ ଆହୁରି ମଧ୍ୟ କହିଛନ୍ତି ଜଣେ ବ୍ୟକ୍ତି ଭେଣ୍ଡିଙ୍ଗ ଜୋନରେ ଏକାଧିକ ରୁମ୍ ଆକ୍ତିଆର କରିଛନ୍ତି । ଯାହା ଭେଣ୍ଡିଂ ଜୋନ୍‌ ଗୃହ ବଣ୍ଟନରେ ଅନିୟମିତତାକୁ ସୂଚାଉଛି । 

ଅଧିକ ପଢନ୍ତୁ:  ନିର୍ମାଣ ସରି ୩ ବର୍ଷ ବିତିଲା, କାମରେ ଲାଗିପାରିଲାନି ଭେଣ୍ଡିଂ ଜୋନ୍‌

ବାରିପଦାର କିଛି ସ୍ଥାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇସାରିଛି । କିନ୍ତୁ ଆଜି ଯାଏଁ କାର୍ଯ୍ୟରେ ଲାଗିପାରୁନି। ଅନ୍ୟପଟେ ସହରରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ଏବେ ଯାଏଁ ସଠିକ୍ ଭାବେ ଚିହ୍ନଟ କରାଯାଇପାରିନି ! ସେଥିପାଇଁ ଆବଶ୍ୟକ ମୁତାବକ ଭେଣ୍ଡିଂ ଜୋନ୍‌ ଯୋଗାହୋଇପାରିନି । ଖୁବଶୀଘ୍ର ହାଇଟେକ୍‌ ଭେଣ୍ଡିଂ ଜୋନ୍‌ ଓ ମାର୍କେଟ୍‌ କମ୍ଲେକ୍ସ ବ୍ୟବସ୍ଥା କରାଯିବ ବୋଲି କହୁଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । କିନ୍ତୁ ବର୍ତ୍ତମାନର ଭେଣ୍ଡିଂ ଜୋନ୍‌ କାହିଁକି କାର୍ଯ୍ୟକ୍ଷମ ହେଉନାହିଁ ? ତା ଉତ୍ତର କାହାରି ପାଖରେ ନାହିଁ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅଛି ଯେ ବିନା ବିକଳ୍ପ ବ୍ୟବସ୍ଥାରେ କୌଣସି ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇପାରିବ ନାହିଁ । ଗୋଟିଏ ପଟେ କୋର୍ଟଙ୍କ କଟକଣା ଓ ଅନ୍ୟପଟେ ପ୍ରଶାସନିକ ଶିଥିଳତା ମଧ୍ୟରେ ବାରିପଦା ସହରର ସ୍ମାର୍ଟ ସିଟି ଲକ୍ଷ୍ୟ ଏବେ ସନ୍ଦେହ ଘେରରେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe