କନକ ବ୍ୟୁରୋ : ବିପଦସଙ୍କୁଳ ଭାବେ ରେଳଧାରଣା ଉପରେ ଯାତୟାତ ଚାଲିଛି । କେତବେଳେ କ’ଣ ଦୁର୍ଘଟଣା ଘଟିବ ତାର ଭୟ ସତେ ଯେମିତି କାହାରିକୁ ନାହିଁ । ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ସମସ୍ତେ ସାଇକେଲ୍‌, ବାଇକ୍‌ ଧରି ନିର୍ଭୟରେ ରେଳ ଧାରଣା ପାର ହେଉଛନ୍ତି । ଏଥିପାଇଁ ବି ଦାୟୀ ପ୍ରଶାସନ । ରାଜ୍ୟର ଅନ୍ୟତମ ପୁରୁଣା ସହର ମୟୂରଭଞ୍ଜର ବାରିପଦା । ସହରରେ ଜନସଂଖ୍ୟା ସହ ରାସ୍ତାଘାଟରେ ଯାନବାହନ ଗହଳି ମଧ୍ୟ ବଢ଼ିଛି । ସହରର ଏକାଧିକ ସ୍ଥାନରେ ରେଳ ଲାଇନ୍‌ ଯାଇଛି । କିନ୍ତୁ ସବୁ ରେଳଫାଟକ ମୁକୁଳା ପଡ଼ିଛି । ଗୋଟିଏ ଜାଗାରେ ବି ଓଭର୍‌ବ୍ରିଜ୍‌ ନାହିଁ ! ଫଳରେ ରେଳଧାରଣାରେ ଉପରେ ଚାଲିଛି ବେପାରୁଆ ଯାତାୟାତ ।

Advertisment

ଷ୍ଟେସନ ବଜାର, ଦାରଗାଦେଇ, ଗୌଡ଼ଡିହା, ଭଞ୍ଜପୁର ଏଭଳି ଅନେକ ସ୍ଥାନ ରହିଛି, ଯେଉଁଠାରେ ଟ୍ରେନ ଯିବା ସମୟରେ ରାସ୍ତାର ଉଭୟ ପାଖରେ ଗାଡ଼ିମଟର ଠିଆ ହୋଇରହୁଛି । ସହରରେ ବିଭିନ୍ନ ପର୍ବପର୍ବାଣୀ ବେଳେ ମଧ୍ୟ ଗହଳି ବଢ଼ୁଛି । ବାରିପଦାରେ ଓଭରବ୍ରିଜ ନିର୍ମାଣର ଆବଶ୍ୟକତା ରହିଥିବା ନିଜେ ରାଜ୍ୟସଭା ସାଂସଦ ମମତା ମହାନ୍ତ ସ୍ୱୀକାର କରିଛନ୍ତି । ହେଲେ ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇବାରେ ସେ ସୁଯୋଗ ପାଇନାହାଁନ୍ତି । ଆଗକୁ ଏ ନେଇ ସ୍ୱର ଉଠାଇବେ ବୋଲି କହିଛନ୍ତି ସାଂସଦ ।

ଅଧିକ ପଢ଼ନ୍ତୁ : ପରିତ୍ୟକ୍ତ ମିସନ୍‌ ଶକ୍ତି କାଫେ ! ରକ୍ଷଣାବେକ୍ଷଣ ଅଭାବରୁ ଝୁଲୁଛି ତାଲା !

କିଛି ଅଘଟଣ ଘଟିଲେ ବୋଧେ ପ୍ରଶାସନର ନିଦ ଭାଙ୍ଗେ ! ଜନତାଙ୍କ ସମସ୍ୟା ଲୋକଲୋଚନକୁ ଆସେ । ଯେହେତୁ କିଛି ବଡ଼ ଦୁର୍ଘଟଣା ହୋଇନି ଆମ ସରକାରୀ ବାବୁ, ନେତା ମନ୍ତ୍ରୀଙ୍କ ନିଦ ଭାଙ୍ଗିନି । ଏବେ ଖବର ବାଜିଲା ପରେ ଆମେ ଆଶା କରିବୁ ସରକାର ଲୋକଙ୍କ ସୁରକ୍ଷା କଥା ଚିନ୍ତା କରି ଓଭର୍‌ ବ୍ରିଜ୍‌ ନିର୍ମାଣକୁ ଗୁରୁତ୍ୱର ସହ ନେବେ ।