କନକବ୍ୟୁରୋ : ସରିଲା ପ୍ରତୀକ୍ଷା । ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ । ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି । ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି । ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ ।
ଅଧିକ ପଢନ୍ତୁ.... ବାରବାଟୀ ବାଜି ଜିତିବାକୁ ବଡ଼ କସରତ; ମ୍ୟାଚ୍ ପୂର୍ବରୁ ଝାଳ ବୁହାଇଲେ ଭାରତ-ଦକ୍ଷିଣ ଆଫ୍ରିକା
ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଗତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ପରାଜୟର କ୍ଷତକୁ ଶୃଙ୍ଖଳା ବିଜୟରେ ବଦ୍ଲା ନେବାକୁ ଚାହିଁବ । ଆହତ ସମସ୍ୟା ପରେ ଭାରତୀୟ ଦଳକୁ ଫେରିଥିବା ଅଲ୍ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବଂ ଉପଅଧିନାୟକ ଶୁବମନ ଗିଲ୍ଙ୍କ ଉପସ୍ଥିତିକୁ ନେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂର୍ଯ୍ୟଙ୍କ ବ୍ୟକ୍ତିଗତ ଫର୍ମ କିନ୍ତୁ ଦଳ ପାଇଁ ଏକମାତ୍ର ଚିନ୍ତାର କାରଣ ରହିଛି ।
ଏପଟେ ଏଥର ବାରବାଟୀ ପିଚକୁ ନେଇ ଖୁବ ଚର୍ଚ୍ଚା । ଲାଲ୍ ମାଟିରେ ପିଚ୍ ପ୍ରସ୍ତୁତ ହେବା ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ମୁକାବିଲା ହୋଇଥିବାରୁ ଜୋରଦାର ଲଢ଼େଇ ଦେଖିବାକୁ ମିଳିପାରେ । ସାଧାରଣତଃ ଲାଲ୍ ମାଟିରେ ପ୍ରସ୍ତୁତ ପିଚ୍ ଅଧିକ ପେସ୍ ଓ ବାଉଁଶ ଦେବା ସହ ପାଳିର ବିଳମ୍ବିତ ଭାଗରେ ସ୍ପିନର୍ଙ୍କୁ ସୁଯୋଗ ଦେଇଥାଏ । କିନ୍ତୁ ମ୍ୟାଚ୍ରେ ଦୁଇ ଦଳ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଆଶାରେ ଏଭଳି ପିଚ୍ ଉପରେ ଭରସା କରାଯାଇଛି। ସେପଟେ ବାରବାଟୀ ମ୍ୟାଚ୍ ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ମ୍ୟାଚ୍ ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେପଟେ ବସ୍ ଚଳାଚଳ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଜାଣନ୍ତୁ ସୁରକ୍ଷା କୁ ନେଇ କଣ ରହିଛି ପ୍ରସ୍ତୁତି ....
ବାରବାଟୀ ମ୍ୟାଚ୍ ପାଇଁ କଟକ ରେଳ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି
ଜିଆରପି ଓ ଆରପିଏଫ୍ ପକ୍ଷରୁ ୩୦ଜଣିଆ ସ୍ବତନ୍ତ୍ର ଟିମ୍ ପ୍ଲାଟଫର୍ମରେ ନିୟୋଜିତ
କଟକ ଷ୍ଟେସନରେ ୧୧୦ଟି ଉଭୟ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ଚାଲିବ
ବରମୁଣ୍ଡା ବସ୍ଷ୍ଟାଣ୍ଡ ଓ କଟକ ରେଳ ଷ୍ଟେସନରୁ ‘ଆମ ବସ୍’ ସିଧା ବାରବାଟୀକୁ ଚଳାଚଳ କରିବ
ଅପରାହ୍ଣ ସାଢ଼େ ୩ଟାରୁ ୨୦ଟି ‘ଆମ ବସ୍’ ଚଳାଚଳ କରିବ
ଏହି ବସ୍ ଜୟଦେବବିହାର ଛକ-କିଟ୍ ଛକ, ନନ୍ଦନକାନନ, ଜୁଡିସିଆଲ୍ ଏକାଡେମୀ, ସତୀଚଉରା ଦେଇ ଚଳାଚଳ କରିବ
ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବାରବାଟୀ ଷ୍ଟାଡିୟମ୍ ଯିବାକୁ ଥିବା ବସ୍ ବାଣୀବିହାରରୁ ଲିଙ୍କରୋଡ୍, ସିଏନବିଟି, ଜୁଡିସିଆଲ୍ ଏକାଡେମି, ସତୀଚଉରା ଦେଇ ବାରବାଟୀରେ ପହଞ୍ଚିବ
ସିଏନବିଟିକୁ ପୂର୍ବ ଭଳି କଟକ-ଭୁବନେଶ୍ବର ରାସ୍ତାରେ ଚଳାଚଳ କରୁଥିବା ୧୬୦ଟି ବସ୍ ଚାଲିବଏଥିସହ ବାରବାଟୀ ମ୍ୟାଚ୍ ପାଇଁ ଯାତାୟତ ନେଇ କଟକଣା ଲାଗୁ ହୋଇଛି। ଜନସାଧରଣଙ୍କ ଏବଂ ଦର୍ଶକଙ୍କ ପାଇଁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି କମିଶନରେଟ ପୁଲିସ । ସକାଳ ୮ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି । ମାତାମଠ ପଟୁ ମହାନଦୀ ରିଂ ରୋଡ୍ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାତିଗୁଡିକୁ ପାର୍ଟି କରି ପାରିବେ।
ଏଥିସହ ଜାଣନ୍ତୁ ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ କଟକଣା
ସକାଳ ୮ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା
ମାତାମଠ ପଟୁ ମହାନଦୀ ରିଂ ରୋଡ଼ରେ ଆସୁଥିବା ଗାଡି ପାଇଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ ବ୍ୟବସ୍ଥା
କେବଳ ପାସ୍ ଥିବା ଯାନବାହନ ଗୁଡିକ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ
ହାଓ୍ୱଡା ମୋଟର ଛକ ଆଡୁ ଆସୁଥିବା ଗାଡ଼ି ଡିକ୍ ଗ୍ରୀନାର ହୋଟେଲ୍ ଛକରୁ ମଧୁସୂଦନ ଛକକୁ ଯାଇପାରିବେ ନାହିଁ
ସେମାନେ ପୁରୁଣା ‘ଲ’ ହଷ୍ଟେଲ ଛକ ଦେଇ ମହାନଦୀ ଗାଁ ରୋଡ୍ରେ ତଳ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ
ଗାଡ଼ିଗୁଡିକ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡୀ ଛକ ଆଡ଼ୁ ବାରବାଟୀ ଷ୍ଟାଡିୟମ୍ ଆଡ଼କୁ ଯାଇପାରିବେ ନାହିଁ
କୌଣସି ଯାନବାହନ ଆନନ୍ଦ ଭବନ ଛକରୁ ଭାୟା ଜିଲ୍ଲା ଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ ନାହିଁ
ସେମାନେ କ୍ୟାଣ୍ଟନମେଣ୍ଟ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ରଖିପାରିବେ
ସମାଜ ଅଫିସ ଛକଆଡ଼ୁ ଆସୁଥିବା ଯାନବାହାନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡ଼କୁ ଯାଇ ପାରିବେ ନାହିଁ
ଶିଖରପୁର ଛକରୁ ବାମ ଡିପୋ ପର୍ଯ୍ୟନ୍ତ ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ
ମହାନଦୀ ଓ କାଠଯୋଡ଼ି ଗାଁ ରୋଡ୍, ସହରମଧ୍ୟରେ ଭାରିଯାନ ଚଳପ୍ରଚଳ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିଷେଧ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/09/barabati-2025-12-09-07-37-38.png)