କନକ ବ୍ୟୁରୋ: ଆସନ୍ତା ଫେବୃଆରି ୧୨ ତାରିଖରେ ବାଂଲାଦେଶର ସାଧାରଣ ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ବାଂଲାଦେଶକୁ ବଡ଼ ଝଟକା ଲାଗିଛି । ଆଦାନୀ ଗ୍ରୁପ୍ ବାଂଲାଦେଶର ବିଦ୍ୟୁତ ବିକାଶ ବୋର୍ଡ (ପିଡିବି)କୁ ଏକ ଚିଠି ଲେଖି ବକେୟା ବିଲ୍ ପୈଠ କରିବାକୁ ଦାବି କରିଛି । ଏହାସହ ଆଦାନୀ ଗ୍ରୁପ୍ ଚେତାବନୀ ଦେଇଛି ଯେ ଯଦି ବକେୟା ପୈଠ ନ କରାଯାଏ, ତେବେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇପାରେ । ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୯ ତାରିଖରେ, ଆଦାନୀ ପାୱାର ଲିମିଟେଡର ଉପାଧ୍ୟକ୍ଷ ଅଭିନାଶ ଅନୁରାଗ ବକେୟା ବିଲ୍ ପ୍ରଦାନ ସମ୍ପର୍କରେ ‘ପିଡିବି’ ଅଧ୍ୟକ୍ଷଙ୍କୁ ଏକ ଚିଠି ଲେଖିଥିଲେ ।
ଅଧିକ ପଢନ୍ତୁ: ସାୱାଲକୋଟ ଜଳ ବିଦ୍ୟୁତ୍ ପ୍ରକଳ୍ପ: ଟେଣ୍ଡର ଜାରି, ପାକିସ୍ତାନର ବଢ଼ିଲା ଚିନ୍ତା
ସେହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ବିଦ୍ୟୁତ୍ କେନ୍ଦ୍ରର ନିୟମିତ କାର୍ଯ୍ୟକ୍ଷମତା ଜାରି ରଖିବା ପାଇଁ ତୁରନ୍ତ ୧୧୨.୭ ମିଲିୟନ୍ ଡଲାର (ପ୍ରାୟ ୧,୦୦୦ କୋଟି) ପୈଠ କରିବା ଆବଶ୍ୟକ । ଏହି ମୋଟ ପରିମାଣରେ ଗତ ବର୍ଷ ଜୁନ୍ ମାସର ୫୩.୨ ମିଲିୟନ୍ ଡଲାର, ଅକ୍ଟୋବର ମାସର ବିଦ୍ୟୁତ୍ ଯୋଗାଣ ପାଇଁ ୫୯.୬ ମିଲିୟନ୍ ଡଲାର ବକେୟା ମଧ୍ୟ ଅନ୍ତର୍ଭୁକ୍ତ । ବାରମ୍ବାର ଅନୁରୋଧ ସତ୍ତ୍ୱେ, ବାଂଲାଦେଶ ବିଦ୍ୟୁତ୍ ବୋର୍ଡ ଏହି ବକେୟା ପ୍ରଦାନ କରିବାରେ ବିଫଳ ହୋଇଛି । ତେଣୁ ଶୀଘ୍ର ବକେୟା ପୈଠ ନକଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବାଂଲାଦେଶକୁ ଚେତାବନୀ ଦେଇଛି ଆଦାନୀ ଗ୍ରୁପ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/10/bangladesh-2026-02-10-12-01-40.jpg)