ବଢୁଛି ଭାରତ-ବାଂଲାଦେଶ ବିବାଦ,  ସପ୍ତାହ ମଧ୍ୟରେ ବାଂଲାଦେଶ ହାଇ କମିସନ ରିୟାଜ୍ ହାମିଦୁଲ୍ଲାଙ୍କୁ ଭାରତର ସମନ

Advertisment

ଭାରତର ହାଇ କମିସନଙ୍କୁ ବାଂଲାଦେଶର ବିଦେଶ ମନ୍ତ୍ରଣାଳୟ ସମନ କରିବା ପରେ ଭାରତ ଜାରି କଲା ସମନ । ପଡ଼ୋଶୀ ଦେଶରେ କମୁନି ହନ୍ଦୁ ବିରୋଧୀ ହିଂସା ।

ଭାରତର ହାଇ କମିସନଙ୍କୁ ବାଂଲାଦେଶର ବିଦେଶ ମନ୍ତ୍ରଣାଳୟ ସମନ କରିବା ପରେ ଭାରତ ଜାରି କଲା ସମନ । ପଡ଼ୋଶୀ ଦେଶରେ କମୁନି ହନ୍ଦୁ ବିରୋଧୀ ହିଂସା ।

bangladesh india

bangladesh india Photograph: (Google)

କନକ ବ୍ୟୁରୋ:  ବାଂଲାଦେଶୀ ହାଇ କମିଶନଙ୍କୁ ଭାରତର ଦ୍ବିତୀୟ ସମନ। ସପ୍ତାହ ମଧ୍ୟରେ ବାଂଲାଦେଶ ହାଇକମିସନର ରିୟାଜ୍ ହାମିଦୁଲ୍ଲାଙ୍କୁ ଦ୍ବିତୀୟ ଥର ପାଇଁ ସମନ କରିଛି ଭାରତର ବିଦେଶ ମନ୍ତ୍ରଣାଳୟ । ଭାରତର ହାଇ କମିଶନଙ୍କୁ ବାଂଲାଦେଶର ବିଦେଶ ମନ୍ତ୍ରଣାଳୟ ସମନ କରିବା ପରେ ଭାରତ ଜାରି କଲା ସମନ। ପଡ଼ୋଶୀ ଦେଶରେ କମୁନି ହନ୍ଦୁ ବିରୋଧୀ ହିଂସା। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତ ହେବାରେ ଲାଗିଛି କୂଟନୈତିକ ସମ୍ପର୍କ। ଏହା ଏବେ ଏକ ନୂତନ ଏବଂ ଗମ୍ଭୀର ମୋଡ଼ରେ ପହଞ୍ଚିଛି ।

ଅଧିକ ପଢନ୍ତୁ :ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ: ଆଇନ ମନ୍ତ୍ରୀ

 ବାଂଲାଦେଶ ସୋମବାର ଏକପାଖିଆ ଭାବରେ ନୂଆଦିଲ୍ଲୀସ୍ଥିତ ଏହାର ଉଚ୍ଚାୟୋଗରେ ସମସ୍ତ କନସୁଲାର ଏବଂ ଭିସା ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଛି । ଅନିବାର୍ଯ୍ୟ ପରିସ୍ଥିତିକୁ ଦର୍ଶାଇ ବାଂଲାଦେଶୀ ଅଧିକାରୀମାନେ ସୋମବାର ଏହି ପଦକ୍ଷେପ ନେଇଛନ୍ତି। ଶନିବାର ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ସେନାର ସଦସ୍ୟମାନେ ଦିଲ୍ଲୀରେ ହାଇକମିଶନ ସମ୍ମୁଖରେ ପ୍ରତିବାଦ କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାର ପ୍ରତିବାଦରେ ଏହି ପ୍ରତିବାଦ କରାଯାଇଥିଲା । ପ୍ରଦର୍ଶନକାରୀମାନେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ସରକାର ବାଂଲାଦେଶରେ ହିନ୍ଦୁମାନଙ୍କୁ ସୁରକ୍ଷା ଦେବାକୁ ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe