ଅଶାନ୍ତ ବାଂଲାଦେଶ, ଢାକାରେ ଲକ୍‌ଡାଉନ୍ :  ଆସନ୍ତା ୧୭ ତାରିଖରେ ଆସିବ ଶେଖ ହସିନା ବିରୋଧରେ ମାମଲାର ରାୟ

ରାୟକୁ ଦୃଷ୍ଟିରେ ରଖି ବାଂଲାଦେଶରେ ଉତ୍ତେଜନା । ବନ୍ଦ ଡାକରା ଦେଲା ଆୱାମୀ ଲିଗ୍ ।

Bangladesh

Bangladesh Photograph: (KanakNews)

କନକ ବ୍ୟୁରୋ:  ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ଓ ମାନବତା ବିରୋଧୀ ଅପରାଧ ମାମଲାରେ ଆଜି ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍  ରାୟ ପ୍ରକାଶର ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୧୭ ତାରିଖରେ ହସିନାଙ୍କ ଉପରେ ରାୟ ଦେବେ ଟ୍ରିବ୍ୟୁନାଲ୍‌ ।  ଘୋଷଣା ପୂର୍ବରୁ ହିଁ ସମଗ୍ର ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବଢ଼ିବାରେ ଲାଗିଛି ।

 ଅଧିକ ପଢନ୍ତୁ : ରୁଷ୍‌ଠାରୁ ଭାରତର ତେଲ କିଣା ବନ୍ଦ, ଏଥର ଟାରିଫ କମାଇବ ଆମେରିକା !

ଗତ କିଛି ଦିନ ଧରି ରାଜଧାନୀ ଢାକା ଏବଂ ଆଖପାଖ ସହରମାନଙ୍କରେ ବିକ୍ଷୋଭକାରୀ ନିଆଁ ଲଗାଇଛନ୍ତି ଓ ବୋମା ବିସ୍ଫୋରଣ ଭଳି ହିଂସାକାଣ୍ଡ ଘଟାଇଛନ୍ତି । ଶେଖ ହାସିନାଙ୍କ ପୂର୍ବତନ ଦଳ ଆୱାମୀ ଲିଗ୍ ପକ୍ଷରୁ ଦେଶବ୍ୟାପୀ 'ଲକ୍‌ଡାଉନ୍' ପାଳନ ପାଇଁ ଡାକରା ଦେଇଛି । ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଢାକା ସମେତ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ୍, ସେନା ଓ ବର୍ଡର ଗାର୍ଡଙ୍କୁ ମୁତୟନ କରାଯାଇଛି। ପ୍ରସିକ୍ୟୁସନ୍ ପକ୍ଷରୁ ଶେଖ ହାସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ବାଂଲାଦେଶର ରାଜନୀତି କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 ଅଧିକ ପଢନ୍ତୁ : ଦିଲ୍ଲୀ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ଉମର; ଡିଏନ୍‌ଏ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ

ସେପଟେ ଭାରତୀୟ ଗଣମାଧ୍ୟମକୁ ହସିନା ପ୍ରତିକ୍ରିୟା ଦେଇ କହିଛନ୍ତି, ଢାକାରେ ଛାତ୍ରମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ହଠାତ୍ ହିଂସାତ୍ମକ ହୋଇଗଲା, କୋଟା ବ୍ୟବସ୍ଥା ବିରୁଦ୍ଧରେ ଛାତ୍ରମାନଙ୍କ ଦ୍ୱାରା ପ୍ରତିବାଦ ନୁହେଁ ବରଂ ଚରମପନ୍ଥୀ ଗୋଷ୍ଠୀମାନେ ଉସୁକାଇଥିଲେ । ଭାରତ ଆମର ପ୍ରକୃତ ବନ୍ଧୁ । ମୁଁ ଭାରତ ଏବଂ ଏହାର ଲୋକଙ୍କ ପ୍ରତି କୃତଜ୍ଞ । ଆୱାମି ଲିଗ୍ କୌଣସି ଗୋଟିଏ ପରିବାରର ଦଳ ନୁହେଁ, ବରଂ ଏହା ବାଂଲାଦେଶର ଲୋକଙ୍କ ସ୍ୱର । ମୁଁ ଭାରତ ଏବଂ ଆଞ୍ଚଳିକ ଦେଶମାନଙ୍କୁ ୟୁନୁସଙ୍କୁ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ଦାବି ଜାରି ରଖିବାକୁ ନିବେଦନ କରୁଛି । ବାଂଲାଦେଶକୁ ରକ୍ଷା କରିବାର ଏହା ହିଁ ଏକମାତ୍ର ଉପାୟ ।  ଶେଖ ହସିନା ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ମନଗଢ଼ା ବୋଲି କହିଛନ୍ତି ଏବଂ ତାଙ୍କ ବିରୋଧରେ ଥିବା ସମ୍ପୂର୍ଣ୍ଣ ମାମଲାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର । ହସିନା ଅଭିଯୋଗ କରିଛନ୍ତି ଯେ ତାଙ୍କ ମାମଲା ଶୁଣାଉଥିବା ଟ୍ରିବ୍ୟୁନାଲ ନିରପେକ୍ଷ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe