କନକ ବ୍ୟୁରୋ: ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପରେ ବାଂଲାଦେଶର ଖେଳିବା ସମ୍ଭାବନା କ୍ଷୀଣ ହୋଇଯାଇଥିବାବେଳେ ଏହି ଘଟଣା ବାଂଲାଦେଶ କ୍ରିକେଟର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି । ତେବେ ଏହି ବିବାଦ ପାଇଁ ବାଂଲାଦେଶ କ୍ରିକେଟ୍ ବୋର୍ଡ କେବଳ ଆଇସିସି ନୁହେଁ ବିସିସିଆଇ ଉପରେ ଦୋଷାରୋପ ଲଗାଇଛି । ଉଭୟ ଆଇସିସି ଓ ବିସିସିଆଇ ବାଂଲାଦେଶର ଚିନ୍ତାକୁ ବୁଝିବାକୁ ଉଦ୍ୟମ କଲେ ନାହିଁ ବୋଲି ବିସିବି ମୁଖ୍ୟ ଅମିନୁଲ ଇସ୍ଲାମ କହିଛନ୍ତି ।

Advertisment

ଆହୁରି ପଢ଼ନ୍ତୁ... ପାଣି ପିଇବାକୁ ଯାଇ ରନ୍ ଆଉଟ୍ ହେଲେ ବେଙ୍ଗଲ୍ ବ୍ୟାଟର ଅଭିମନ୍ୟୁ ଇଶ୍ବରନ୍

ତେବେ ଏସବୁ ବିବାଦ ମଧ୍ୟରେ ବିସିସିଆଇ ଏପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରିଆସିଛି। ଏହି ପ୍ରସଙ୍ଗରେ ବିସିସିଆଇ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଉନାହିଁ। ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ ହେବାକୁ ଯାଉଥିବାବେଳେ ବିସିସିଆଇ ଅଧ୍ୟକ୍ଷ ମିଥୁନ ମନହାସ୍ ରାୟପୁରରେ ପହଞ୍ଚିଛନ୍ତି। ଏୟାରପୋର୍ଟରେ ସାମ୍ବାଦିକମାନେ ବାଂଲାଦେଶକୁ ନେଇ ଚାଲିଥିବା ବିବାଦ ସଂପର୍କରେ ପ୍ରଶ୍ନ କରିବାରୁ ସେ ନୀରବତା ଅବଲମ୍ବନ କରିଥିଲେ। କେବଳ ଏତିକି କହିଥିଲେ ଯେ ସେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟ୍ବେଣ୍ଟି-୨୦ ମ୍ୟାଚ ଦେଖିବାକୁ ଆସିଛନ୍ତି।

ବୁଧବାର ବସିଥିବା ଆଇସିସି ବୈଠକରେ ବିଶ୍ବକପ ଅଂଶଗ୍ରହଣ ସମ୍ପର୍କରେ ଜଣାଇବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ଏହା ସତ୍ତ୍ବେ ଭାରତ ଆସିବ ନାହିଁ ବୋଲି ବାଂଲାଦେଶ ସରକାର ନିଷ୍ପତ୍ତି ଶୁଣାଇଛନ୍ତି। ଏହି ବିବାଦକୁ ବିସିବି ଆଇପିଏଲରୁ ମୁସ୍ତାଫିଜୁର ରହମାନଙ୍କୁ ବାଦ ଦିଆଯିବା ପ୍ରସଙ୍ଗ ସହ ଯୋଡ଼ୁଛି। କିନ୍ତୁ ଏ ସଂପର୍କରେ ବିସିସିଆଇ କୌଣସି ମନ୍ତବ୍ୟ ଦେଇନାହିଁ।