ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ : ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ହରତାଳ

Advertisment

ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ଆଜି ଆନ୍ଦୋଳନକୁ ଓହ୍ଲାଇବେ ଉଭୟ ବିଜେଡି ଓ କଂଗ୍ରେସ। ଆଜି ୬ ଘଣ୍ଟା ପାଇଁ ଚାନ୍ଦବାଲି ବ୍ଲକ ବନ୍ଦ ଡାକରା ଦିଆଯାଇଛି।

ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ଆଜି ଆନ୍ଦୋଳନକୁ ଓହ୍ଲାଇବେ ଉଭୟ ବିଜେଡି ଓ କଂଗ୍ରେସ। ଆଜି ୬ ଘଣ୍ଟା ପାଇଁ ଚାନ୍ଦବାଲି ବ୍ଲକ ବନ୍ଦ ଡାକରା ଦିଆଯାଇଛି।

chandbali bandh

chandbali bandh Photograph: (kanak news)

କନକ ବ୍ୟୁରୋ: ଭଦ୍ରକ ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ଓ ପରେ ହତ୍ୟା ଘଟଣାକୁ ନେଇ ବନ୍ଦ ଡାକରା । ଆଜି ଆନ୍ଦୋଳନକୁ ଓହ୍ଲାଇବେ ଉଭୟ ବିଜେଡି ଓ କଂଗ୍ରେସ। ଆଜି ୬ ଘଣ୍ଟା ପାଇଁ ଚାନ୍ଦବାଲି ବ୍ଲକ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରିବେ ଉଭୟ ବିଜେଡି ଓ କଂଗ୍ରେସ।

ଜାଣିରଖିବା ଉଚିତ ଯେ, ଦିନକ ତଳେ ଚାନ୍ଦବାଲିରେ ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଉଲଗ୍ନ ଅବସ୍ଥାରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲିରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଲୋକେ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତା ପରେ ପୁଲିସ ଜଗତସିଂହପୁର ଜିଲାରୁ ମୁଖ୍ୟ ଅଭିଯୁକ୍ତ ବାବୁଲ ଦାସକୁ ଗିରଫ କରିଥିଲା। ଗିରଫ ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଥିଲେ।

ଆହୁରି ପଢ଼ନ୍ତୁ : ଜାନୁଆରି ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା: ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସେପଟେ ଚାନ୍ଦବାଲି ଘଟଣାରେ କଂଗ୍ରେସ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଏ ସରକାର ସମୟରେ ନାରୀ ନିର୍ଯାତନା ବଢିଥିବା ଅଭିଯୋଗ କରିଛି। କିନ୍ତୁ ପୋଲିସ ପ୍ରଶାସନ ନିରବ ରହିଥିବା ଦଳ କହିଛି। ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସାହାଯ୍ୟ ଦେବାକୁ କଂଗ୍ରେସ ଦାବି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe