ରୋଜଗାର ଦେଉଛି କୁଳବେଉସା, ୪୦ ପରିବାରର ପରିଚୟ ପାଲଟିଛି ବାଉଁଶ କାରିଗରୀ

Advertisment

ମୟୂରଭଞ୍ଜ ଖୁଣ୍ଟା ବ୍ଲକ ବଡ଼ରାଇକାଳୀ ଗାଁ, ବାଉଁଶ କାରିଗରୀ ହେଉଛି ଏହି ଗାଁରେ ବସବାସ କରୁଥିବା ୪୦ରୁ ଉର୍ଦ୍ଧ୍ବ ପରିବାରର କୁଳବେଉସା । କାହିଁ କେଉଁ କାଳରୁ ପିଢ଼ୀ ପରେ ପିଢ଼ୀ ଏହି ଗାଁର ଲୋକମାନେ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାକୁ ବଜାରରେ ବିକି ପରିବାର ପ୍ରତିପୋଷଣ କରୁଛନ୍ତି ।

ମୟୂରଭଞ୍ଜ ଖୁଣ୍ଟା ବ୍ଲକ ବଡ଼ରାଇକାଳୀ ଗାଁ, ବାଉଁଶ କାରିଗରୀ ହେଉଛି ଏହି ଗାଁରେ ବସବାସ କରୁଥିବା ୪୦ରୁ ଉର୍ଦ୍ଧ୍ବ ପରିବାରର କୁଳବେଉସା । କାହିଁ କେଉଁ କାଳରୁ ପିଢ଼ୀ ପରେ ପିଢ଼ୀ ଏହି ଗାଁର ଲୋକମାନେ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାକୁ ବଜାରରେ ବିକି ପରିବାର ପ୍ରତିପୋଷଣ କରୁଛନ୍ତି ।

business

କନକ ବ୍ୟୁରୋ: କୌଳିକ ବୃତ୍ତି ଦେଉଛି ପରିବାର ପେଟକୁ ଦାନା । ସେଥିପାଇଁ ଏହି ବେଉସାକୁ ଜାବୁଡି ଧରି କଟୁଛି ଜୀବନ । କେବେ ଅଟକି ନାହାନ୍ତି କି କେବେ ହାରି ନାହାନ୍ତି ବାଉଁଶ କାରିଗରୀକୁ ଆଦରି ନେଇଥିବା ଏହି ୪୦ଟି ପରିବାର ।  

ଏହା ବି ପଢ଼ନ୍ତୁ: ଗୋପାଳନରୁ ଲକ୍ଷପତି ମହିଳା ଚାଷୀ, କ୍ଷୀର ବ୍ୟବସାୟରୁ ବର୍ଷକୁ ଲାଭ କରୁଛନ୍ତି ୧୫ ଲକ୍ଷ

ମୟୂରଭଞ୍ଜ ଖୁଣ୍ଟା ବ୍ଲକ ବଡ଼ରାଇକାଳୀ ଗାଁ, ବାଉଁଶ କାରିଗରୀ ହେଉଛି ଏହି ଗାଁରେ ବସବାସ କରୁଥିବା ୪୦ରୁ ଉର୍ଦ୍ଧ୍ବ ପରିବାରର କୁଳବେଉସା । କାହିଁ କେଉଁ କାଳରୁ ପିଢ଼ୀ ପରେ ପିଢ଼ୀ ଏହି ଗାଁର ଲୋକମାନେ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାକୁ ବଜାରରେ ବିକି ପରିବାର ପ୍ରତିପୋଷଣ କରୁଛନ୍ତି । ପିଲାଙ୍କ ଠାରୁ ନେଇ ବୁଢ଼ାଯାଏ ସମସ୍ତେ ନିତିଦିନ ସକାଳଠୁ ରାତିଯାଏ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ ରଖିଥାନ୍ତି । ପ୍ରଥମେ ବାଉଁଶ କିଣି ଆଣିବା ପରେ ତାହାକୁ ଅତି ସୂକ୍ଷ୍ମ ଖଣ୍ଡରେ ଚିରି ସେଥିରୁ ତିଆରି କରାଯାଏ ପାଛିଆ, ଝାମ୍ପ, ଡାଲା, କୁଲା ଭଳି ବିଭିନ୍ନ ସମାଗ୍ରୀ । ପରେ ଏଗୁଡ଼ିକୁ ସାପ୍ତାହିକ ହାଟକୁ ନିଆଯାଇ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି କାରିଗର । ଏହାବାଦ ବିଭିନ୍ନ ମେଳା ମହୋତ୍ସବରେ ମଧ୍ୟ ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକର ବେଶ ଚାହିଦା ରହିଛି । 

ତେବେ ଆଜିର ଦିନରେ ଏହି ବାଉଁଶ କାରିଗରଙ୍କ ବେଉସା ଉପରେ କିଛି ଦଲାଲ ମାନଙ୍କର ନଜର ପଡ଼ିଛି । ବ୍ୟବସାୟୀ ରୂପରେ ଏମାନେ ଗାଁକୁ ଆସି କାରିଗରଙ୍କ ଠାରୁ ଶାଗମାଛ ଦରରେ ବିଭିନ୍ନ ସାମଗ୍ରୀ କିଣିନେଉଛନ୍ତି । ବଜାରରେ ଏସବୁ ସାମଗ୍ରୀକୁ ବିକି ଦଲାଲମାନେ ମାଲେମାଲ୍ ହେଉଥିବା ବେଳେ ପ୍ରକୃତ ଉତ୍ପାଦକଙ୍କୁ ମିଳୁନି ଉଚିତ୍ ପ୍ରାପ୍ୟ । ଏସବୁ ଉପରେ ନଜର ଦେବା ସହ ସରକାରୀ ସ୍ତରରେ ତାଲିମ୍ ଦିଆଗଲେ ଲାଭାନ୍ବିତ ହୋଇପାରନ୍ତେ ବାଉଁଶ କାରିଗର । ସ୍ବଳ୍ପ ରୋଜଗାର ହେଉଥିଲେ ମଧ୍ୟ କୁଳବେଉସାରୁ ମୁହଁ ଫେରାଇବା ବଦଳରେ ଏହାକୁ ଜାବୁଡିଧରି ପରିବାର ପ୍ରତିପୋଷଣ କରୁଛନ୍ତି ଏହି ପରିବାର । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe