Terrorist Photograph: (Kaak News)
କନକ ବ୍ୟୁରୋ : ବଲାଙ୍ଗୀର ଓ ବରଗଡ଼ ହେଲା ନକ୍ସଲ ମୁକ୍ତ । ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ଐତିହାସିକ ସଫଳତା ମିଳିଛି । ଡିଜିପି ଯୋଗେଶ ବାହାଦୁର ଖୁରାନିଆ ବଲାଙ୍ଗୀର ଓ ବରଗଡ ଜିଲ୍ଲାକୁ ନକ୍ସଲ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ୧୫ ଜଣ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଏହି ମାଓବାଦୀମାନେ ବରଗଡ଼–ବଲାଙ୍ଗିର–ମହାସମୁନ୍ଦ ଡିଭିଜନରେ ସକ୍ରିୟ ଥିଲେ ।
ଯାହା ଫଳରେ,ବରଗଡ଼ ଓ ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସୁରକ୍ଷା ବାହିନୀ ତରଫରୁ ଦୀର୍ଘଦିନ ଧରି ଚାଲିଥିବା ମିଳିତ ଅଭିଯାନ, ଗୁଇନ୍ଦା ସୂଚନା, ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଯୋଗ ଫଳରେ ଏହି ଦୁଇ ଜିଲ୍ଲାରୁ ନକ୍ସଲ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇପାରିଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ : ନିଜକୁ ନକ୍ସଲ ପରିଚୟ ଦେଇ ଚଳାଇଥିଲେ ଚାଞ୍ଚଲ୍ୟ : ଗିରଫ ଦୁଇ ଅଭିଯୁକ୍ତଙ୍କର ହେଲା ଡାକ୍ତରୀ ପରୀକ୍ଷା
ପୋଲିସ ବାହିନୀର ସାହସ, ସଂଯମ ଓ ପ୍ରତିବଦ୍ଧତା ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି । ସେ ଏହି ଅଭିଯାନରେ ଯୋଗଦେଇଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସାଧାରଣ ଲୋକଙ୍କ ଭରସା ଓ ସହଯୋଗ ଯୋଗୁଁ ସେ କୃତଜ୍ଞତା ଜଣାଇଛନ୍ତି । ରାଜ୍ୟର ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଏହି ପ୍ରକାର ଅଭିଯାନକୁ ଆଗାମୀ ଦିନରେ ଅଧିକ ତୀବ୍ର କରାଯିବା ସହ ଶୀଘ୍ର ନକ୍ସଲ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।
Follow Us