Kailash Photograph: (Kanak News)
କନକ ବ୍ୟୁରୋ : ଦେହରେ ମାରାତ୍ମକ ରୋଗ ପାଇଁ ଏଵେ ଶଯ୍ୟା ହୋଇ ଘରେ ପଡ଼ି ରହିଛନ୍ତି କୈଳାଶ ଖିଲାର। ମୂଲ ଲାଗିଲେ ଘର ଚଳୁଥିଲା । ଏବେ ଅବସ୍ଥା ଦୁର୍ବିସହ । ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା । ସ୍ୱାମୀଙ୍କ କିପରି ଚିକିତ୍ସା କରାଇବେ, କିପରି ଘର ଚଳିବ, ସେହି ଚିନ୍ତାରେ ଏବେ ପତ୍ନୀ ଗିତାଞ୍ଜଳୀ କିଛି ଭାବି ପାରୁନାହାନ୍ତି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ଆରୁହାବର୍ତ୍ତୀ ଗାଁରୁ ଆସିଛି ଏଭଳି ଦୁଖଦଃ ଘଟଣା ।
ପରିବାର କହିଲେ ମାତ୍ର ଦୁଇ ଜଣ ସ୍ୱାମୀ ଆଉ ସ୍ତ୍ରୀ । ଭଙ୍ଗା ଚାଳିଆ ଘର । ସ୍ୱାମୀ କୈଳାସ ମୂଲ ମଜୁରୀ ଲାଗି ଯେଉଁ ଆଉ ଆଣନ୍ତି, ସେହି ଅର୍ଥରେ ସ୍ତ୍ରୀ ଗୀତାଞ୍ଜଳି ଘର ଚଳାଉଥିଲେ । ସୁଖଦୁଃଖରେ ସଂସାର ଚାଲିଥିଲା । ହେଲେ ପରିବାର ଉପରେ ଚଡ଼କ ପଡ଼ିଲା । ହେଲେ କୈଳାଶ ନା ଖଟିବାକୁ ଯାଇ ପାରୁଛନ୍ତି ନା ନିଜେ ଅଣ୍ଟା ଶଳଖି ଛିଡ଼ା ହୋଇ ପାରୁଛନ୍ତି । ଓଲଟା ସ୍ତ୍ରୀ ଗୀତାଞ୍ଜଳିର ସାହାରାରେ ତାଙ୍କ ଜୀବନ କଟୁଛି ।
ଅଧିକ ପଢ଼ନ୍ତୁ : ରହସ୍ୟରେ ଅମୂଲ୍ୟଙ୍କ ମୃତ୍ୟୁ; ପୁଅକୁ ହତ୍ୟା କରାଯାଇଥିବା ପରିବାରର ଅଭିଯୋଗ
ସୁବର୍ଣ୍ଣରେଖା ନଦୀର ବନ୍ୟା ପରେ କୈଳାସ ସବୁଦିନ ପରି ମୂଲ ଲାଗିବା ପାଇଁ ଯାଇଥିଲେ । କାମ କରିବା ବେଳେ ଗୋଡ଼ରେ କଣ ଗୋଟେ ଫୋଡି ହୋଇଗଲା, ସେବେଠୁ କୈଳାଶକୁ ଶଯ୍ୟାସାୟୀ । ସ୍ଥାନୀୟ ଡାକ୍ତରଖାନାଠୁ ଆରମ୍ଭ କରି କଟକ ବଡ଼ ମେଡିକାଲ, ସବୁଠି ଦେଖାଇଲେ, ହେଲେ ସୁଫଳ ମିଳିଲାନି । ଆୟୁଷ୍ମାନ କାର୍ଡ ଜରିଆରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ଗୀତାଞ୍ଜଳି । ଆୟୁଷ୍ମାନ କାର୍ଡ଼ରେ ୫ ଲକ୍ଷ ଟଙ୍କା ସରିଯିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ କୈଳାସଙ୍କୁ ବାହାର କରିଦେଲେ, ଶଯ୍ୟାଶାୟୀ ଅବସ୍ଥାରେ କୈଳାସ ଘରେ ପଡ଼ିରହିଛନ୍ତି ।
ସ୍ୱାମୀର ଚିକିତ୍ସା ପାଇଁ ଘରେ ଯାହା ଥିଲା ସବୁ ବିକିବାକି ଖର୍ଚ୍ଚ କରିସାରିଛନ୍ତି ଗୀତାଞ୍ଜଳି । ଏଵେ କେବଳ ସରକାରୀ ସାହାଯ୍ୟକୁ ଅନେଇ ବସିଛନ୍ତି ଦୁଇ ପ୍ରାଣୀ । ଓଳିଏ ଖାଇଲେ ଓଳିଏ ଉପବାସ ରହିବା ପାଇଁ ପଡୁଛି । ପାଖ ପୋଡ଼ଶୀଙ୍କ ସାହାଯ୍ୟରେ ଦିନ କଟୁଛି । ସରକାରଙ୍କଠୁ ମିଳୁଥୁବା ୧୦ କେଜି ଚାଉଳ ହିଁ ଏଵେ ସାହା ଭରସା ।
ସୁଖର ସଂସାରଟିଏ ଅକାଳରେ ଝଡ଼ି ଯିବାକୁ ବସିଛି । ସରକାରୀ ସହାୟତା ମିଳିଳେ ଦୁଇଟି ଜୀବନକୁ ପୁଣି ବଞ୍ଚିବାକୁ ରାହା ମିଳି ଯାଆନ୍ତା ।
Follow Us