କନକ ବ୍ୟୁରୋ: ଆୟୁଷ୍ମାନ କାର୍ଡ ସମସ୍ୟା ନେଇ ଆଜି ବସିବ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ  ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଘରୋଇ ହସ୍ପିଟାଲ ଓ ଡାକ୍ତରଙ୍କ ସହ ଆଲୋଚନା କରିବ ସ୍ୱାସ୍ଥ୍ୟ ବିଭାଗ । ଆୟୁଷ୍ମାନ କାର୍ଡକୁ ନେଇ ରୋଗୀ ଭୋଗୁଥିବା ସମସ୍ୟା ଉପରେ ଆଲୋଚନା ହେବ । କାହିଁକି ସମସ୍ୟା ହେଉଛି ? କିପରି ସମାଧାନ ହେବ ? ରୋଗୀ ମାନେ କିପରି ଅସୁବିଧାର ସମୁଖୀନ ନହେବେ ସେନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି । 

Advertisment

ସେପଟେ, ବିଏସକେୱାଇ ବଦଳରେ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ । କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏବେ ରୋଗୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ଯାହାକୁ ନେଇ ଉଭୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୋଗୀଙ୍କର କୌଣସି ସମସ୍ୟା ନାହିଁ, କିନ୍ତୁ ହସ୍ପିଟାଲ ପକ୍ଷରୁ ବୈଷୟିକ ସମସ୍ୟା ରହୁଛି । 

  • ଆୟୁଷ୍ମାନ ଯୋଜନାରେ ବୈଷୟିକ ତ୍ରୁଟି 
  • ରୋଗୀଙ୍କ ସହିତ ଡାକ୍ତରଙ୍କ ଫଟୋ ଦେବାକୁ ପଡୁଛି
  • ଡାକ୍ତରମାନେ ଚାହୁନାହାନ୍ତି ଫଟୋ ଦେବାକୁ 
  • ଓଟିପି ଟାଇମ୍‌ ଆଉଟକୁ ନେଇ ସମସ୍ୟା ରହୁଛି
  • ପଞ୍ଜୀକରଣ ଓ ପୁନଃ ପଞ୍ଜୀକରଣରେ ସମସ୍ୟା ହେଉଛି
  • କାଗଜପତ୍ର ଓ ବିଲ୍‌ ପଠାଇବାରେ ବିଳମ୍ବ ହେଉଛି 

ସରକାର କହୁଛନ୍ତି ଆୟୁଷ୍ମାନ ପାଇଁ ଉନ୍ନତ ସଫ୍ଟୱେୟାର ବ୍ୟବସ୍ଥା ହୋଇଛି । କିନ୍ତୁ ୧୧ ତାରିଖ ଯୋଜନାର ଆରମ୍ଭ ପରେ ଅନେକ ରୋଗୀ, ସଫ୍ଟୱେୟାର ସମସ୍ୟା ଯୋଗୁଁ ହଇରାଣରେ ପଡୁଛନ୍ତି । ରୋଗୀ କୌଣସି ସୂଚନା ପାଉନାହାନ୍ତି

  • ସ୍ପାଇନ ସର୍ଜରୀରେ ୩ଟି ବଡ଼ ନଟ୍ ଲାଗେ
  • ପ୍ୟାକେଜରେ ଗୋଟିଏ ଲାଗିବାର ବ୍ୟବସ୍ଥା
  • ଅନେକ ଫଟୋ ଓ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି
  • ବିଏସ୍‌କେୱାଇରେ ପ୍ରି-ଆପ୍ରୁଭାଲ ଅପସନ୍ ଥିଲା

 

ଆୟୁଷ୍ମାନକୁ ନେଇ ଦେଖାଦେଉଥିବା ଏସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ରୋଗୀ ଓ ଘରୋଇ ଡାକ୍ତର ଖାନାଗୁଡିକ ଆଶା ରଖିଛନ୍ତି । ସେପଟେ ଆଜି ବସୁଥିବା ବୈଠକରେ ପରେ ସବୁ ସମସ୍ୟାର ସମାଧାନ ହେବ ବୋଲି ଆଶା ରହିଛି ।