କନକ ବ୍ୟୁରୋ : ବିଏସକେୱାଇ ବଦଳରେ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ। କିନ୍ତୁ ବୈଷୟକ ତ୍ରୁଟି ଯୋଗୁଁ ଏବେ ରୋଗୀ ଓ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ଯାହାକୁ ନେଇ ଉଭୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୋଗୀଙ୍କର କୌଣସି ସମସ୍ୟା ନାହିଁ, କିନ୍ତୁ ହସ୍ପିଟାଲ ପକ୍ଷରୁ ବୈଷୟିକ ସମସ୍ୟା ରହୁଛି । 

Advertisment
  • ଆୟୁଷ୍ମାନ ଯୋଜନାରେ ବୈଷୟିକ ତ୍ରୁଟି 
  • ରୋଗୀଙ୍କ ସହିତ ଡାକ୍ତରଙ୍କ ଫଟୋ ଦେବାକୁ ପଡୁଛି
  • ଡାକ୍ତରମାନେ ଚାହୁନାହାନ୍ତି ଫଟୋ ଦେବାକୁ 
  • ଓଟିପି ଟାଇମ୍‌ ଆଉଟକୁ ନେଇ ସମସ୍ୟା ରହୁଛି
  • ପଞ୍ଜୀକରଣ ଓ ପୁନଃ ପଞ୍ଜୀକରଣରେ ସମସ୍ୟା ହେଉଛି
  • କାଗଜପତ୍ର ଓ ବିଲ୍‌ ପଠାଇବାରେ ବିଳମ୍ବ ହେଉଛି 

ସରକାର କହୁଛନ୍ତି ଆୟୁଷ୍ମାନ ପାଇଁ ଉନ୍ନତ ସଫ୍ଟୱେର ବ୍ୟବସ୍ଥା ହୋଇଛି । କିନ୍ତୁ ୧୧ ତାରିଖ ଯୋଜନାର ଆରମ୍ଭ ପରେ ଅନେକ ରୋଗୀ, ସଫ୍ଟୱେର ସମସ୍ୟା ଯୋଗୁଁ ହଇରାଣରେ ପଡୁଛନ୍ତି । ରୋଗୀ କୌଣସି ସୂଚନା ପାଉନାହାନ୍ତି ।

  • ସ୍ପାଇନ ସର୍ଜରୀରେ ୩ଟି ବଡ଼ ନଟ୍ ଲାଗେ
  • ପ୍ୟାକେଜରେ ଗୋଟିଏ ଲାଗିବାର ବ୍ୟବସ୍ଥା
  • ଅନେକ ଫଟୋ ଓ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି
  • ବିଏସ୍‌କେୱାଇରେ ପ୍ରି-ଆପ୍ରୁଭାଲ ଅପସନ୍ ଥିଲା

ତେବେ ଆୟୁଷ୍ମାନରେ ବି ଏଭଳି ବ୍ୟବସ୍ଥା କରିବାକୁ କୁହାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । 

 ଆୟୁଷ୍ମାନକୁ ନେଇ ଦେଖାଦେଉଥିବା ଏସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି ରୋଗୀ ଓ ଘରୋଇ ଡାକ୍ତରଖାନାଗୁଡିକ ଆଶା ରଖିଛନ୍ତି ।