କନକ ବ୍ୟୁରୋ: ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ଏହି ଦଳରେ ପ୍ୟାଟ୍ କମିନ୍ସ ଏବଂ ଜୋଶ୍ ହାଜେଲଉଡଙ୍କୁ ସାମିଲ କରାଯାଇଥିବାବେଳେ, କ୍ୟାପଟେନ୍ ରହିଛନ୍ତି ମିଚେଲ୍ ମାର୍ଶ । ତେବେ ଆହତ ଜନିତ ସମସ୍ୟାରେ ଜୁଝି ହେଉଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । କୁହାଯାଉଛି କମିନ୍ସଙ୍କ ବ୍ୟତୀତ ହାଜେଲଉଡ୍ ଏବଂ ଟିମ୍ ଡେଭିଡ୍ ମଧ୍ୟ ଆହତ ଅବସ୍ଥାରୁ ସୁସ୍ଥ ହେଉଛନ୍ତି । ତେଣୁ ଚୟନକର୍ତ୍ତାମାନେ ନିଶ୍ଚିତ ଅଛନ୍ତି ଯେ ବିଶ୍ୱକପ୍ ସୁଦ୍ଧା ଏହି ତିନି ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ। ଅଷ୍ଟ୍ରେଲିଆ ଦଳର ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି କହିଛନ୍ତି ଯେ ଦଳ ବର୍ତ୍ତମାନ ପ୍ରାଥମିକ ପର୍ୟ୍ୟାୟରେ ଅଛି ଏବଂ ଆବଶ୍ୟକ ହେଲେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପରିବର୍ତ୍ତନ କରାଯାଇପାରେ।
ଆହୁରି ପଢ଼ନ୍ତୁ : ବିଷ ବଳୟରେ ଓଡ଼ିଶା : ରାଜଧାନୀରେ ଏକ୍ୟୁଆଇ ୩୫୦ ପାର
ତେବେ ସ୍ପିନ୍ ଅନୁକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବାମହାତୀ ସ୍ପିନର ମାଥ୍ୟୁ କୁହ୍ନେମାନ ଏବଂ ଯୁବ ଅଲରାଉଣ୍ଡର କୁପର କନେଲିଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି । ଏହାସହିତ ଅଭିଜ୍ଞ ଲେଗ୍ ସ୍ପିନର ଆଡାମ ଜାମ୍ପା ଏବଂ ସ୍ପିନ୍ ବିକଳ୍ପ ଭାବେ ଗ୍ଲେନ୍ ମ୍ୟାକ୍ସୱେଲ ମଧ୍ୟ ଦଳରେ ଅଛନ୍ତି । ସବୁଠୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଅଷ୍ଟ୍ରେଲିଆ ଟିମରେ କୌଣସି ବାମହାତୀ ଫାଷ୍ଟ ବୋଲର ରହିନାହାଁନ୍ତି । ଟି-୨୦ କ୍ରିକେଟ୍ରୁ ଅବସର ନେଇଥିବା ମିଚେଲ ଷ୍ଟାର୍କଙ୍କ ପରେ ଦଳରେ କୌଣସି ବାମହାତୀ ଦ୍ରୁତ ବୋଲରଙ୍କୁ ବିଶ୍ୱକପ୍ ଦଳରେ ଚୟନ କରିନି ।
ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଟିମ୍
ମିଚେଲ ମାର୍ଶ (ଅଧିନାୟକ), ଜାଭିୟର ବାର୍ଟଲେଟ୍, କୁପର କନେଲି, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, କାମେରୁନ୍ ଗ୍ରୀନ୍, ନାଥନ୍ ଏଲିସ୍, ଜୋଶ୍ ହାଜେଲଉଡ୍, ଟ୍ରାଭିସ୍ ହେଡ୍, ଜୋଶ୍ ଇଙ୍ଗଲିସ୍, ମାଥ୍ୟୁ କୁହ୍ନେମାନ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାଥ୍ୟୁ ସର୍ଟ, ମାର୍କସ୍ ଷ୍ଟୋଇନିସ୍, ଆଡାମ ଜାମ୍ପା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2026/01/01/aus-team-2026-01-01-12-37-19.jpg)