Photograph: (kanaknews)
କନକବ୍ୟୁରୋ : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଛି । ରାସ୍ତାରେ ନିରୀହ ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି । ବାଂଲାଦେଶରେ ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ ହେଉଛି । କିନ୍ତୁ ଓଲଟି ବାଂଲାଦେଶ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରୁଛି । ବାହାନା ହେଉଛି ଭାରତରେ ଥିବା ବାଂଲାଦେଶ ଦୂତାବାସ ଉପରେ ଆକ୍ରମଣ ହେଉଛି । ବିଶ୍ୱ ହିନ୍ଦୁ ପରିଷଦ ଆଜି ଅର୍ଥାତ୍ ଡିସେମ୍ବର ୨୩, ୨୦୨୫ରେ ଦିଲ୍ଲୀରେ ପ୍ରତିବାଦ କରୁଛି ।
ନିକଟରେ ବାଂଲାଦେଶରେ ଜଣେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା, ଏହାର ପ୍ରତିବାଦରେ ଏହି ବିକ୍ଷୋଭ କରାଯାଉଛି । ପୀଡିତ ପରିବାରକୁ ନ୍ୟାୟ ଦାବି କରି ବିଶ୍ୱ ହିନ୍ଦୁ ପରିଷଦର କର୍ମୀମାନେ ଆଜି ସକାଳ ୧୧ଟାରୁ ବାଂଲାଦେଶ ହାଇକମିସନ ବାହାରେ ଏକାଠି ହୋଇଛନ୍ତି । କିନ୍ତୁ ଏହାକୁ ବାଂଲାଦେଶ ନିଜ ଦୂତାବାସ ଉପରେ ଆକ୍ରମଣ ବୋଲି ଭାବୁଛି ଓ ଏଥିପାଇଁ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ତଲବ କରିଛି ।
ଓଡ଼ିଶାରେ ଭୁଶୁଡ଼ୁଛି ମାଓ ଦୁର୍ଗ, ମାଲକାନଗିରି ୨୨ମାଓବାଦୀଙ୍କ ଆତ୍ମସମର୍ପଣ
ମଙ୍ଗଳବାର ସକାଳ ୧୦ଟା ପୂର୍ବରୁ ବାଂଲାଦେଶରେ ଭାରତର ଉଚ୍ଚାୟୁକ୍ତ ପ୍ରଣୟ ବର୍ମାଙ୍କୁ ବୈଦେଶିକ ମନ୍ତ୍ରଣାଳୟକୁ ଡକାଯାଇଥିଲା । ଏହି ଅବସରରେ ଭାରତର ଡେପୁଟି ହାଇକମିସନର ମଧ୍ୟ ଉପସ୍ଥିତ ଥିଲେ । ବାଂଲାଦେଶ ବୈଦେଶିକ ସଚିବ ଅସଦ ଅଲ-ସିଆମ ହାଇକମିସନରଙ୍କୁ ଡକାଯାଇଥିଲା । ବୈଦେଶିକ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଭାରତର ବିଭିନ୍ନ ସ୍ଥାନରେ ବାଂଲାଦେଶ ମିସନକୁ ନେଇ ବଢ଼ୁଥିବା ସୁରକ୍ଷା ଚିନ୍ତା ଯୋଗୁଁ ବର୍ମାଙ୍କୁ ଡକାଯାଇଥିଲା । ଭାରତରେ ସମସ୍ତ ବାଂଲାଦେଶ ମିସନର ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା। ସେପଟେ ବାଂଲାଦେଶରେ ଫସି ରହିଥିବା ଭାରତୀୟ ନାଗରିକ, ବିଶେଷକରି ଡାକ୍ତରୀ ଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ୁଛି।
Follow Us