EXAM Photograph: (KanakNews)
କନକ ବ୍ୟୁରୋ: ପୁଣି ଉପୁଜିଲା ପରୀକ୍ଷା ଦ୍ବନ୍ଦ୍ବ । କାଲି ଗୋଟିଏ ଦିନ ଗୋଟିଏ ସମୟରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିଭିତ୍ତିକ ପରୀକ୍ଷା । ଆସନ୍ତାକାଲି ଓପିଏସ୍ସି ପକ୍ଷରୁ ରହିଛି ଏଏସ୍ଓ ଏଜି ଲିଖିତ ପରୀକ୍ଷା । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ଏହି ପରୀକ୍ଷା ହେବ ।
ଏସଆଇ ପରୀକ୍ଷା ପରେ ଆଜି ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ସର୍ଭର ଡାଉନ୍ ଯୋଗୁଁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା
ଅନ୍ୟପକ୍ଷରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା ଓଟ୍ରିପଲ୍ଏସ୍ସି ପକ୍ଷରୁ ଚାଲିଛି ଆର୍ଆଇ ଏବଂ ଆର୍ଆଇ ପରୀକ୍ଷା । ଆସନ୍ତାକାଲି ଦିନ ୯ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ଏହି ପରୀକ୍ଷା ଥିବା ସୂଚନା ମିଳିଛି । ଏହି ସମାନ ସମୟରେ ଏଏସ୍ଓ ପେପର୍-୧ ପରୀକ୍ଷା ହେବାକୁ ଥିବାରୁ, କ୍ଷୋଭ ପ୍ରକାଶ କରିଛନ୍ତି ନିଯୁକ୍ତି ଆଶାୟୀ । ତେବେ ଏନେଇ ଓପିଏସ୍ସି କିମ୍ୱା ଓଟ୍ରିପଲ୍ଏସ୍ସି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।
ଷ୍ଟୋରୀ ଅପଡେଟ୍ ହେଉଛି...
Follow Us