କନକ ବ୍ୟୁରୋ: ପୁଣି ଉପୁଜିଲା ପରୀକ୍ଷା ଦ୍ବନ୍ଦ୍ବ । କାଲି ଗୋଟିଏ ଦିନ ଗୋଟିଏ ସମୟରେ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିଭିତ୍ତିକ ପରୀକ୍ଷା । ଆସନ୍ତାକାଲି ଓପିଏସ୍‌ସି ପକ୍ଷରୁ ରହିଛି ଏଏସ୍‌ଓ ଏଜି ଲିଖିତ ପରୀକ୍ଷା । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ଏହି ପରୀକ୍ଷା ହେବ । 

Advertisment

ଏସଆଇ ପରୀକ୍ଷା ପରେ ଆଜି ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ସର୍ଭର ଡାଉନ୍ ଯୋଗୁଁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା

ଅନ୍ୟପକ୍ଷରେ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ବା ଓଟ୍ରିପଲ୍ଏସ୍‌ସି ପକ୍ଷରୁ ଚାଲିଛି ଆର୍‌ଆଇ ଏବଂ ଆର୍‌ଆଇ ପରୀକ୍ଷା । ଆସନ୍ତାକାଲି ଦିନ ୯ଟାରୁ ୧୦ଟା ୩୦ ପର୍ୟ୍ୟନ୍ତ ଏହି ପରୀକ୍ଷା ଥିବା ସୂଚନା ମିଳିଛି । ଏହି ସମାନ ସମୟରେ ଏଏସ୍‌ଓ ପେପର୍-୧ ପରୀକ୍ଷା ହେବାକୁ ଥିବାରୁ, କ୍ଷୋଭ ପ୍ରକାଶ କରିଛନ୍ତି ନିଯୁକ୍ତି ଆଶାୟୀ । ତେବେ ଏନେଇ ଓପିଏସ୍‌ସି କିମ୍ୱା ଓଟ୍ରିପଲ୍ଏସ୍‌ସି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । 

ଷ୍ଟୋରୀ ଅପଡେଟ୍‌ ହେଉଛି...