କନକ ବ୍ୟୁରୋ: ଆସନ୍ତା ଫେବ୍ରୁଆରି ୭ରୁ ଭାରତ ଓ ଶ୍ରୀଲଙ୍କାରେ ଆରମ୍ଭ ହେଉଥିବା ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ ନିମନ୍ତେ ବାଂଲାଦେଶର ଭାରତ ଗସ୍ତ ଏବେ ବି ଅନିଶ୍ଚିତ ରହିଛି । ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ପ୍ରବର୍ତ୍ତାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡର ବାରମ୍ବାର ଉଦ୍ୟମ ସତ୍ତ୍ବେ ଅଚଳାବସ୍ଥା ଜାରି ରହିଛି । ଭାରତ ଗସ୍ତ ନ କରିବାକୁ ବିସିବି ଅଡ଼ିବସିଥିବାରୁ ଏହି ଅଚଳାବସ୍ଥା ଜାରି ରହି ଛି। ଏବେ ବିସିବିକୁ ବୁଝାଇବାକୁ ଆଇସିସି ପକ୍ଷରୁ ଏକ ଶେଷ ଉଦ୍ୟମ କରାଯାଉଛି । ଆଇସିସିର ଦୁଇଜଣ ପ୍ରତିନିଧି ଖୁବଶୀଘ୍ର ବାଂଲାଦେଶ ଗସ୍ତ କରି ବିସିବି ଅଧିକାରୀମାନଙ୍କ ସହ ବୈଠକ କରିବେ । ଏହା ସହିତ ସେମାନେ ବାଂଲାଦେଶର ୟୁନୁସ ସରକାରଙ୍କ ସହ ବି ବୈଠକ କରି ଅଚଳାବସ୍ଥା ଦୂର କରିବାକୁ ଉଦ୍ୟମ କରିବେ ।

Advertisment

ଏହା ବି ପଢ଼ନ୍ତୁ:‘ରୋହିତଙ୍କୁ ଅଧିନାୟକ ପଦରୁ ହଟାଇଛନ୍ତି ଗମ୍ଭୀର': ପୂର୍ବତନ କ୍ରିକେଟରଙ୍କ ସାଂଘାତିକ ଅଭିଯୋଗ

ଅନ୍ତର୍ଜାତୀୟ କ୍ରିକେଟରେ ବାଂଲାଦେଶ ଯେପରି ଅବହେଳିତ ଅନୁଭବ ନ କରେ ତାହା ଦୂର କରିବାକୁ ଆଇସିସି ଉଦ୍ୟମ କରୁଛି । ବାଂଲାଦେଶର ସୁରକ୍ଷା ଚିନ୍ତାକୁ ମଧ୍ୟ ଦୂର କରିବାକୁ ଉଦ୍ୟମ କରାଯାଉଛି । ଏହା ସହିତ ବିଶ୍ବକପରେ ଅଂଶଗ୍ରହଣ କରୁଥିବା ଅନ୍ୟ ୧୯ଟି ଦେଶ ଯେପରି ସମସ୍ୟାରେ ନ ପଡ଼ନ୍ତି ତାହା ଉପରେ ବି ଗୁରୁତ୍ବ ରଖାଯାଇଛି । କାରଣ ବାଂଲାଦେଶର ଅନୁରୋଧ ମାନି ତାହାର ମ୍ୟାଚକୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରୀତ କଲେ ଅନ୍ୟ ଦେଶର ଖେଳାଳି, ଅଫିସିଆଲ ଓ ପ୍ରଶଂସକମାନେ ବି ସମସ୍ୟାରେ ପଡ଼ିବେ । ଏଣୁ ସମସ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ମନେଇବାକୁ ଉଦ୍ୟମ କରୁଛି ଆଇସିସି ।