ଗୋଲ୍‌ଡେନ କିଙ୍ଗ୍ ଓପନ୍ ସ୍ନୁକର: ଆଶୁତୋଷ ବିଜେତା

Advertisment

ବିଜେତା ଆଶୁତୋଷଙ୍କୁ ଟ୍ରଫି ସହ ୨୫ହଜାର ଏବଂ ଉପବିଜେତା ନିଶାନ୍ତଙ୍କୁ ଟ୍ରଫି ସହ ୧୩ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଦୁଇ ସେମିଫାଇନାଲିଷ୍ଟ ଆକାଶ ଓ ଅନୁଜଙ୍କୁ ଟ୍ରଫି ଓ ୬ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

ବିଜେତା ଆଶୁତୋଷଙ୍କୁ ଟ୍ରଫି ସହ ୨୫ହଜାର ଏବଂ ଉପବିଜେତା ନିଶାନ୍ତଙ୍କୁ ଟ୍ରଫି ସହ ୧୩ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଦୁଇ ସେମିଫାଇନାଲିଷ୍ଟ ଆକାଶ ଓ ଅନୁଜଙ୍କୁ ଟ୍ରଫି ଓ ୬ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

Snooker

କନକ ବ୍ୟୁରୋ: କଟକ ସିଡିଏ ସେକ୍ଟର-୧୦ସ୍ଥିତ ଗୋଲଡେନ୍‌ କ୍ୟୁ ସ୍ନୁକର କାଫେଠାରେ ଚାଲିଥିବା ସପ୍ତମ ଗୋଲ୍ଡେନ କିଙ୍ଗ ଓପନ୍ ସ୍ନୁକର ପ୍ରତିଯୋଗିତାରେ ଆଶୁତୋଷ ପାଢ଼ୀ ବିଜେତା ହୋଇଛନ୍ତି । ଫାଇନାଲରେ ଆଶୁତୋଷ ୪-୩ ଫ୍ରେମ୍‌ରେ ନିଶାନ୍ତ ବିଶ୍ୱାଳଙ୍କୁ ପରାସ୍ତ କରିଥିଲେ । ସେମିଫାଇନାଲ ମ୍ୟାଚ୍‌ରେ ନିଶାନ୍ତ ୪-୧ରେ ଆକାଶ ମହାପାତ୍ରଙ୍କୁ ଏବଂ ଆଶୁତୋଷ ପାଢ଼ୀ ୪-୧ରେ ଅନୁଜ ପଣ୍ଡାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଗୋଲଡେନ୍‌ କ୍ୟୁ ସ୍ନୁକର ସେଣ୍ଟର୍‌ ମାଲିକ ଜ୍ଞାନରଞ୍ଜନ ବେହେରା, ସହପ୍ରତିଷ୍ଠାତା ସ୍ମୃତିରଞ୍ଜନ ବେହେରା, ସହଯୋଗୀ ରାଜେନ୍ଦ୍ର ପୁହାଣ, ଭବାନୀ ଶଙ୍କର ମହାନ୍ତି ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ବିଜେତା ଆଶୁତୋଷଙ୍କୁ ଟ୍ରଫି ସହ ୨୫ହଜାର ଏବଂ ଉପବିଜେତା ନିଶାନ୍ତଙ୍କୁ ଟ୍ରଫି ସହ ୧୩ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଦୁଇ ସେମିଫାଇନାଲିଷ୍ଟ ଆକାଶ ଓ ଅନୁଜଙ୍କୁ ଟ୍ରଫି ଓ ୬ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିବା ସୁବ୍ରତ ଦାସ, ସୁଦୀପ୍ତ ଦାଶ, ରାକେଶ ରୋଶନ ପ୍ରଧାନ, ଚିରାଗ ଅରୋରାଙ୍କୁ ୩ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଥିଲା । ପ୍ରତିଯୋଗିତାର ସର୍ବାଧିକ ବ୍ରେକ୍‌ ପଏଣ୍ଟ ହାସଲ କରିଥିବା ଆଶୁତୋଷଙ୍କୁ ଟ୍ରଫି ସମେତ ୫ ହଜାର ଟଙ୍କା ମିଳିଥିଲା ।

ଏହା ବି ପଢ଼ନ୍ତୁ: ଏସୀୟ ଇନ୍‌ଡୋର ଦୌଡ଼କୁଦ: ତେଜସ୍ବିନଙ୍କୁ ସ୍ବର୍ଣ୍ଣ: ୫ ପଦକ ସହ ଭାରତ ଷଷ୍ଠ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe