କନକ ବ୍ୟୁରୋ: ଅରବିନ୍ଦଙ୍କ ନିଲମ୍ବନ ନିଆଁ ଏବେ ବିଜେଡି ରାଜନୀତିରେ ହୁତୁହୁତୁ ହୋଇ ଜଳୁଛି । ପାଟକୁରାରୁ ଅରବିନ୍ଦଙ୍କ ହଜାର ହଜାର ସମର୍ଥକ ଶଙ୍ଖଭବନ ସାମ୍ନାରେ ଯୁଦ୍ଧଂ ଦେହିଂ ଡାକରା ଦେଇଛନ୍ତି । ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଦଳ ନିଶ୍ଚିହ୍ନ ହୋଇଯିବ ବୋଲି ଚେତାଇଛନ୍ତି । ନବୀନଙ୍କ ନିଷ୍ପତ୍ତିକୁ ବିରୋଧ କରି ଶଙ୍ଖ ଭବନ ସାମ୍ନାରେ ହୋହଲ୍ଲା ଓ ନାରାବାଜି । ବିଜେଡି ଇତିହାସରେ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ଏଭଳି ପ୍ରତିବାଦ କ୍ବଚିତ ଦେଖିବାକୁ ମିଳେ। ନବୀନଙ୍କ ନିଷ୍ପତ୍ତି ବିରୋଧରେ ଅଧିକାଂଶ ସମୟରେ କେହି ମୁହଁ ଖୋଲନ୍ତିନି । ହେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିନାହାନ୍ତି ଦଳୀୟ କାର୍ଯ୍ୟକର୍ତ୍ତା । ପାଟକୁରାରୁ ଆସି ରାଜଧାନୀରେ ରଣହୁଙ୍କାର ଦେଇଛନ୍ତି ହଜାର ହଜାର ସମର୍ଥକ। ଗୋଟିଏ ଦାବି, ଆମ ବିଧାୟକ ଅରବିନ୍ଦଙ୍କ ନିଲମ୍ବନ ନିଷ୍ପତ୍ତିକୁ ପ୍ରତ୍ୟାହାର କର । କୁଚକ୍ରୀଙ୍କ ବିରୋଧରେ ଆକ୍ସନ୍ ନିଅ ।
ଅଧିକ ପଢନ୍ତୁ: ବିଜେଡିରୁ ୨ ବିଧାୟକ ନିଲମ୍ବିତ ପରେ ସରଗରମ ରାଜ୍ୟ ରାଜନୀତି, ନବୀନଙ୍କୁ ଅରବିନ୍ଦ ପଚାରିଲେ ନିଲମ୍ବନର କାରଣ
୨ ଦିନ ପୂର୍ବରୁ ଅରବିନ୍ଦଙ୍କ ନିଲମ୍ବନ ପଛର କାରଣ କହିଥିଲେ ବିଜେଡି ସୁପ୍ରିମୋ । ହେଲେ ନବୀନଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି ପାଟକୁରାରୁ ଆସିଥିବା ଅରବିନ୍ଦଙ୍କ ସମର୍ଥକ। ସିଧାସଳଖ କହିଛନ୍ତି, ଆଣିଥିବା ଅଭିଯୋଗକୁ ପ୍ରମାଣ କର। ନଚେତ ଦଳ ଓଡ଼ିଶାରୁ ନିଶ୍ଚିହ୍ନ ହୋଇଯିବ। ଅନ୍ୟପଟେ ବିଜେଡିର ତୁଙ୍ଗ ନେତା ନିଲମ୍ବନ ନିଷ୍ପତ୍ତିର ପୁର୍ନବିଚାର ପାଇଁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଅରବିନ୍ଦଙ୍କ ସମର୍ଥକ । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା ଅରବିନ୍ଦଙ୍କ ସମଥର୍କଙ୍କୁ ସନ୍ତୁଷ୍ଟ କରିପାରିନି। ସାତ ଦିନ ଭିତରେ ନିଷ୍ପତ୍ତିର ପୁନଃବିଚାର ନହେଲେ ସମୂହ ଇସ୍ତଫା ଦେବେ ଚେତାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/arabinda-mohapatra-2026-01-23-19-33-27.jpg)