କନକ ବ୍ୟୁରୋ; ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ ହୋହଲ୍ଲା । ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ପାଟକୁରାରୁ ଆସିଛନ୍ତି ଶହ ଶହ ସମର୍ଥକ । ନିଲମ୍ବନ ପ୍ରତ୍ୟାହାର କରାଯାଉ ଏବଂ ପୁର୍ନବିଚାର କରାଯାଉ ବୋଲି ସମର୍ଥକଙ୍କ ଦାବି ।
ତେବେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଇସ୍ତଫା ପ୍ରସଙ୍ଗ ନାଟକୀୟ ମୋଡ଼ ନେଇଛି । ପ୍ରଥମେ ବିଧାୟକଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ବାସଘାତକ କହି ଦଳରୁ ତଡିଲା ବିଜେଡି । ଆଉ ଯେବେ ପ୍ରମାଣ ମାଗିଲେ ବିଧାୟକ, ସେବେ ମିଡ଼୍ ଡେ ଅପରେସନ ଥିଓରି ଆଣିଲା ବିଜେଡି। କେବଳ ସେତିକି ନୁହେଁ, ବୁଲେଇ ବଙ୍କେଇ ଜଣାଇଦେଇଛି ଯେ ବିଜୟ ମହାପାତ୍ରଙ୍କ ପାଇଁ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଅରବିନ୍ଦ କିନ୍ତୁ ନଛୋଡବନ୍ଧା ନବୀନଙ୍କୁ ପ୍ରଶ୍ନ ପଚାରିବାକୁ ପଣ କରିଛନ୍ତି ।
ଅଧିକ ପଢନ୍ତୁ: ନବୀନଙ୍କ ‘ବିଶ୍ବସ୍ତ’, ‘ବିଶ୍ବାସଘାତ’ ଖେଳ
ରାଜ୍ୟ ରାଜନୀତିରେ ଗୋଟିଏ ପ୍ରଶ୍ନକୁ ନେଇ ଚର୍ଚ୍ଚା । କାହିଁକି ଅପ୍ରତ୍ୟାଶିତ ଭାବେ ବିଜେଡି ମୁଖିଆ ନବୀନ ବିଜୟ ମହାପାତ୍ରଙ୍କ ପୁଅଙ୍କ ଉପରେ ନେଲେ ବଡ କାର୍ଯ୍ୟାନୁଷ୍ଠାନ? ଏହାର ଉତ୍ତର ନ ଦେଇ କିନ୍ତୁ ବିଜେଡି ଆଜି ଭିନ୍ନ ସଫେଇ ଦେଇଛି । ଦଳୀୟ ନେତା ପରୋକ୍ଷରେ ଜଣାଇଛନ୍ତି ଯେ ବିଜୟଙ୍କ ପାଇଁ ହିଁ ଦଣ୍ଡ ଭୋଗିଲେ ପୁଅ ଅରବିନ୍ଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/23/naveen-patnaik-2026-01-23-16-11-11.png)