୨୬ ବର୍ଷ ପରେ ବି ବିଜେଡିକୁ ଛାଡ଼ିନି ବିଜୟ ଭୟ, ନବୀନଙ୍କ ଅଭିଯୋଗ ପରେ କଡ଼ା ଚ୍ୟାଲେଞ୍ଜ ଦେଲେ ଅରବିନ୍ଦ ମହାପାତ୍ର

Advertisment

୨୬ ବର୍ଷ ତଳେ ଯେମିତି ଭୟ ରହିଥିଲା, ଏବେ ବି ସେମିତି । ବିଜୟଙ୍କ ପାଇଁ ପୁଅ ଅରବିନ୍ଦ ବଳି ପଡିଛନ୍ତି ।  ବିଶ୍ବାସଘାତକତା କଥା କହି ଅରବିନ୍ଦଙ୍କୁ  ଦଳରୁ ନିଲମ୍ବନ କରିଛନ୍ତି ନବୀନ। ଜଣଙ୍କ ପରେ ଜଣେ ନେତା ଅରବିନ୍ଦଙ୍କ ନିଲମ୍ବନର କାରଣ କହିବା ପରେ ଶେଷରେ ଗତକାଲି ନବୀନ ନିଜେ ଆସି ସମାନ କଥା କହିଛନ୍ତି । କିନ୍ତୁ ନବୀନଙ୍କ ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଛି।  

୨୬ ବର୍ଷ ତଳେ ଯେମିତି ଭୟ ରହିଥିଲା, ଏବେ ବି ସେମିତି । ବିଜୟଙ୍କ ପାଇଁ ପୁଅ ଅରବିନ୍ଦ ବଳି ପଡିଛନ୍ତି ।  ବିଶ୍ବାସଘାତକତା କଥା କହି ଅରବିନ୍ଦଙ୍କୁ  ଦଳରୁ ନିଲମ୍ବନ କରିଛନ୍ତି ନବୀନ। ଜଣଙ୍କ ପରେ ଜଣେ ନେତା ଅରବିନ୍ଦଙ୍କ ନିଲମ୍ବନର କାରଣ କହିବା ପରେ ଶେଷରେ ଗତକାଲି ନବୀନ ନିଜେ ଆସି ସମାନ କଥା କହିଛନ୍ତି । କିନ୍ତୁ ନବୀନଙ୍କ ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଛି।  

bjd

କନକ ବ୍ୟୁରୋ : ବିଜୟଙ୍କୁ ନବୀନଙ୍କର ଭୟ ଯାଇନି । ୨୦୦୦ ମସିହାରେ ଯେମିତି ବିଜୟଙ୍କୁ ନବୀନଙ୍କର ଭୟ ଥିଲା ଏବେ ବି ସେମିତି। ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପରେ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମନାକୁ ଆସି ପ୍ରତିକ୍ରିୟା ରଖିବା ପରେ ଏହି ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ନବୀନଙ୍କ ଅଭିଯୋଗ ପରେ କଡା ଜବାବ ଦେଇ ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି ଅରବିନ୍ଦ। କ୍ଷମତାରେ ନାହାନ୍ତି। ଦୀର୍ଘ ବର୍ଷ ହେଲା ବିଧାନସଭା ମାଟି ମାଡ଼ିନାହାନ୍ତି। ବାରମ୍ବାର ନିର୍ବାଚନ ଲଢ଼ି ବିଫଳ ହୋଇଛନ୍ତି। ତଥାପି ନବୀନଙ୍କୁ ବିଜୟ ମହାପାତ୍ରଙ୍କ ଡର ଯାଇନି । ୨୬ ବର୍ଷ ତଳେ ଯେମିତି ଭୟ ରହିଥିଲା, ଏବେ ବି ସେମିତି । ବିଜୟଙ୍କ ପାଇଁ ପୁଅ ଅରବିନ୍ଦ ବଳି ପଡିଛନ୍ତି ।  ବିଶ୍ବାସଘାତକତା କଥା କହି ଅରବିନ୍ଦଙ୍କୁ  ଦଳରୁ ନିଲମ୍ବନ କରିଛନ୍ତି ନବୀନ। ଜଣଙ୍କ ପରେ ଜଣେ ନେତା ଅରବିନ୍ଦଙ୍କ ନିଲମ୍ବନର କାରଣ କହିବା ପରେ ଶେଷରେ ଗତକାଲି ନବୀନ ନିଜେ ଆସି ସମାନ କଥା କହିଛନ୍ତି । କିନ୍ତୁ ନବୀନଙ୍କ ଏଭଳି ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ  କରିଛି।  

ଅଧିକ ପଢ଼ନ୍ତୁ :  ନବୀନଙ୍କୁ ନେତା କହିବା ମହଙ୍ଗା ପଡ଼ିଲା କି? ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ନେଇ ବଢ଼ିଲା ଚର୍ଚ୍ଚା

ନିଲମ୍ବନର କାରଣକୁ ନେଇ ସୁପ୍ରିମୋଙ୍କ ଅଭିଯୋଗ ପରେ ସାମ୍ବାଦିକ ସମ୍ମିଳନୀ କରି ପାଲଟା ପ୍ରଶ୍ନ କରିଛନ୍ତି ଅରବିନ୍ଦ। ବିତର୍କ ପାଇଁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅରବିନ୍ଦ ମହାପାତ୍ର। 

  • ଯଦି କିଛି ଭୁଲ୍ କରିଥିଲି, ତା’ହେଲେ ସେତେବେଳେ କହିପାରିଥାନ୍ତେ 
  • ତ୍ରୁଟି ଥିଲେ ଗଣମାଧ୍ୟମ ଆଗକୁ ଆସି ଖୋଲା ବିତର୍କ କରନ୍ତୁ
  • କାହା କଥାରେ ନବୀନବାବୁ ପରିଚାଳିତ ଜାଣିବା ଜରୁରୀ
  • ସାଂସଦ ପ୍ରାର୍ଥୀଙ୍କୁ ହରାଇବା ପାଇଁ କ’ଣ ଷଡ଼ଯନ୍ତ୍ର କରିଥିଲି, ପ୍ରମାଣ ଦିଅନ୍ତୁ
  • ଯଦି ଜଣେ ସାଂସଦ ପ୍ରାର୍ଥୀଙ୍କୁ ମୁଁ ହରାଇଦେଲି, ତା’ହେଲେ ବାକି ୨୦ କେମିତି ହାରିଲେ? 
  • ପାଟକୁରାବାସୀଙ୍କୁ କ’ଣ ହଇରାଣ କରୁଥିଲି, ତଥ୍ୟ ଦିଅନ୍ତୁ 
  • ଅନ୍ୟପକ୍ଷରେ ପୂରା ଘଟଣାରେ ବାପା ବିଜୟ ମହାପାତ୍ରଙ୍କୁ ନଟାଣିବାକୁ କହିଛନ୍ତି ଅରବିନ୍ଦ। 

 ବିଜେଡି ଅରବିନ୍ଦ ମହାପାତ୍ରଙ୍କ ଉପରେ ଆକ୍ସନକୁ ନେଇ ଯେଉଁ ଥିଓରି ନିଇତି ଆଣୁଛି, ତାହା ପ୍ରଭାବୀ ହେଉନାହିଁ। ବରଂ ବିଜେଡି ପାଇଁ ବୁମେରାଂ ହେଉଛି। ପ୍ରଶ୍ନ ଉଠୁଛି, ବିଜୟଙ୍କୁ ଭୟ କରୁଛନ୍ତି କି ନବୀନ? ବିଜୟଙ୍କ ପଲିଟିକାଲ ମୁଭମେଣ୍ଟକୁ ସହ୍ୟ କରିପାରୁନାହାନ୍ତି କି ବିଜେଡି ସୁପ୍ରିମୋ? ବିଜେଡି ବିଭାଜନର ଭୟ ରହିଛି କି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe