କନକ ବ୍ୟୁରୋ: ବଢିବାରେ ଲାଗିଛି ଆପ୍‌ ମୁଖ୍ୟ କେଜ୍ରିୱାଲଙ୍କ ସମସ୍ୟା । ଇଡି ପକ୍ଷରୁ ଦାୟର ହୋଇଥିବା ପିଟିସନ୍‌ରେ ଆଜି ଶୁଣାଣି କରିପାରନ୍ତି ହାଇକୋର୍ଟ । କାରଣ ପୂର୍ବରୁ କେଜ୍ରିୱାଲ ଜେଲ୍‌ରେ ଥିଲେ । ପରେ ପରେ ବେଲ୍‌ରେ ଆସିଛନ୍ତି । ତେଣୁ ଆଜି କୋର୍ଟଙ୍କ ଶୁଣାଣୀ ଉପରେ ପୂରା ଦେଶର ନଜର ରହିଛି । ଦିଲ୍ଲୀର ବହୁଚର୍ଚ୍ଚିତ ମଦ ଦୁର୍ନୀତିକୁ ନେଇ କେଜ୍ରିୱାଲଙ୍କ ନାଁରେ ମାମଲା ଅଛି । ତେଣୁ ପୁଣି ଥରେ କେଜ୍ରିୱାଲ ଜେଲ୍‌ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

Advertisment

ଜୁଲାଇ ମାସରେ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ୍‌ ଦେଇଥିଲେ । ନିର୍ବାଚନ ପ୍ରଚାର ପାଇଁ କୋର୍ଟ ତାଙ୍କୁ ବେଲ୍‌ ଦେଇଥିଲେ । ହେଲେ  ଏହା ପୂର୍ବରୁ ଇଡିର ସ୍ବତନ୍ତ୍ର କୋର୍ଟ କେଜ୍ରିୱାଲଙ୍କୁ ନିୟମିତ ବେଲ୍‌ ଦେଇଥିଲେ କିନ୍ତୁ ହାଇକୋର୍ଟ ଏହି ରାୟ ଉପରେ ରହିତାଦେଶ ଦେଇଥିଲେ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ୧୭ ଜାନୁଆରୀରେ କେଜ୍ରିୱାଲଙ୍କ ଆଇନଜୀବୀ ଇଡିର ଚାର୍ଜସିଟ୍‌କୁ ବିରୋଧ କରିଥିଲେ ଏବଂ ଆଦେଶ ଉପରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ । ସୂଚନା ଅନୁସାରେ, ଶୁଣାଣି ବେଳେ ସଲିସେଟର ଜେନେରାଲ ଉପସ୍ଥିତ ନଥିଲେ । ଆଉ କେଜ୍ରିୱାଲଙ୍କ ଆଇନଜୀବୀ କହିଥିଲେ ଜାଣିଶୁଣି ଇଡି ମାମଲାକୁ ନେଇ ଗୋଳମାଳ କରୁଛି ତାହା ଆଦୌ ଉଚିତ୍‌ ନୁହେଁ । 

୨୧ ମାର୍ଚ୍ଚରେ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିଲେ । ହେଲେ ଏବେ ମଦ ଦୁର୍ନୀତିରେ ଘାଂଟି ହେଉଛନ୍ତି କେଜ୍ରିୱାଲ । ପରେ ପରେ ୨୬ ଜୁନ୍‌ରେ ଭ୍ରଷ୍ଟାଚାର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ୨୦ ଜୁନ୍‌ ୨୦୨୪ରେ ନିମ୍ନ ଅଦାଲତ କେଜ୍ରିୱାଲଙ୍କ ଜାମିନକୁ ରଦ୍ଦ କରିବା ଲାଗି ଇଡି ପକ୍ଷରୁ ଆବେଦନ କରାଯାଇଥିଲା । ପରେ ପରେ ଜୁନ୍‌ ୨୫ ତାରିଖରେ ହାଇକୋର୍ଟ ତଳ କୋର୍ଟର ରାୟ ଉପରେ ରହିତାଦେଶ ଲଗାଇଥିଲେ । କୋର୍ଟ କହିଥିଲେ, ଏହା ସଂପୂର୍ଣ୍ଣ ନାଟକୀୟ ଘଟଣା । କେଜ୍ରିୱାଲଙ୍କ ବାବଦରେ କୋର୍ଟଙ୍କ ପାଖରେ ଇଡ଼ି କୌଣସି ପକ୍କା ପ୍ରମାଣ ଦାଖଲ କରିନଥିଲା । ଏହାପରେ ସୁପ୍ରିମକୋର୍ଟ ୧୨ ଜୁଲାଇ ୨୦୨୪ରେ କେଜ୍ରିୱାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଥିଲା । 

ପ୍ରକୃତରେ ମାମଲା ଥିଲା କ'ଣ ?

୨୦୨୧ ମସିହାରେ ବହୁ ଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି କେଜ୍ରିୱାଲ । ହେଲେ ୨୦୨୨ରେ ପୂରା ମାମଲାକୁ ରଦ୍ଦ କରାଯାଇଥିଲା । ସିବିଆଇ ଓ ଇଡି ଅଭିଯୋଗ କରିଥିଲେ କି କେଜ୍ରିୱାଲଙ୍କ ଅବକାରୀ ନୀତିରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଭରପୂର ଲାଭ ଉଠାଇଥିଲା ।  ହେଲେ କୋର୍ଟଙ୍କ ରାୟ କେଜ୍ରିୱାଲଙ୍କ ଆଶ୍ବସ୍ତି ଦେଇଥିଲା । ତେବେ ଆଜିର ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ।