କନକ ବ୍ୟୁରୋ : ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଡ଼ିସେମ୍ବର ୨୪ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା । ଜାନୁଆରି ୩ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ଵର ସର୍ବ ବୃହତ୍ ଖୋଲା ରଙ୍ଗମଞ୍ଚ ଯାତ୍ରା । ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳିତ ବର୍ଷ କଂସ ସମେତ ପାତ୍ର, ମନ୍ତ୍ରୀ ପ୍ରମୁଖ କଳାକାରଙ୍କ ଚୟନ ହେବା । ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ସର୍ବସମ୍ମତି କ୍ରମେ ଆଲୋଚନା ପରେ ଧନୁଯାତ୍ରାର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ମଧ୍ୟ କଂସ ଚୟନରେ ବିବାଦ ଘେରରେ ଥିବା ହୃଷୀକେଶ ସାମିଲ ହୋଇପାରିବେ ନାହିଁ ।

Advertisment