ଦିନକର ଝିଅ , ଷ୍ଟ୍ରେଚରରେ ପତ୍ନୀ : ଆରପାରିରେ ଯବାନ ସ୍ବାମୀ

Advertisment

ଏପଟେ ଯବାନ ପ୍ରମୋଦ ଯାଦବଙ୍କ ମରଶରୀର ଶ୍ମଶାନକୁ ଯାଉଥିଲା ଆଉ ସେପଟେ ଷ୍ଟ୍ରେଚରରୁ ଓହ୍ଲାଇ ନଥିବା ବୀରାଙ୍ଗନା ପତ୍ନୀ ଆଉ ସଦ୍ୟ ଜନ୍ମିତ ନବଜାତ ଝିଅ ଶେଷ ଥର ପାଇଁ ଘରର ମୁରବିଙ୍କୁ ଦେଖିବାକୁ ଆସୁଥିଲେ । ଓଃ କି ଛାତିଥରା ଦୃଶ୍ୟ ,ବିଧାତା ଏତେ ନିଷ୍ଠୁର କେମିତି ହେଲା …

ଏପଟେ ଯବାନ ପ୍ରମୋଦ ଯାଦବଙ୍କ ମରଶରୀର ଶ୍ମଶାନକୁ ଯାଉଥିଲା ଆଉ ସେପଟେ ଷ୍ଟ୍ରେଚରରୁ ଓହ୍ଲାଇ ନଥିବା ବୀରାଙ୍ଗନା ପତ୍ନୀ ଆଉ ସଦ୍ୟ ଜନ୍ମିତ ନବଜାତ ଝିଅ ଶେଷ ଥର ପାଇଁ ଘରର ମୁରବିଙ୍କୁ ଦେଖିବାକୁ ଆସୁଥିଲେ । ଓଃ କି ଛାତିଥରା ଦୃଶ୍ୟ ,ବିଧାତା ଏତେ ନିଷ୍ଠୁର କେମିତି ହେଲା …

Saheed Soildier

Saheed Soildier Photograph: (KanakNews)

କନକ ବ୍ୟୁରୋ : ୮ ଘଣ୍ଟା ତଳେ ଜନ୍ମ ହୋଇଥିଲା ଝିଅ,ହସ୍ପିଟାଲ ବେଡରେ ଶୋଇଥିଲେ ପ୍ରସୂତି ପତ୍ନୀ । ପତ୍ନୀ ଏବଂ ନବଜାତ ଝିଅକୁ ଦେଖିବା ପାଇଁ ଆସୁଥିଲେ ସେନା ଯବାନ ବାପା…ହେଲେ ଖୁସିର ମୁହୂର୍ତ୍ତରେ ଲାଗିଗଲା କାହା ନଜର । ବିଧାତାର ନିଷ୍ଠୁର ବିଡ଼ମ୍ବନା ଦେଖନ୍ତୁ ଖୁସି ହୋଇ ଝିଅକୁ ଦେଖିବାକୁ ଆସୁଥିବା ବାପାଙ୍କ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ଆଉ ବାପା କ’ଣ ଜାଣିବା ପୂର୍ବରୁ ବାପଛେଉଣ୍ଡ ହୋଇଗଲା ଦିନକର କନ୍ୟାରତ୍ନ ।

ଧନରେ ତତେ ଆଉ ଶୀତ ହେବନି … ମା’ର ମମତା କେବେ ମରେନି

ମହାରାଷ୍ଟ୍ରର ସତାରାର ଆରେ ଦରେ ଗାଁରେ ସେତେବେଳେ ସମସ୍ତଙ୍କ ଆଖିରେ ଧାର ଧାର ଲୁହ ବୋହି ଆସିଲା ଯେତେବେଳେ ଗାଁ ମାଟି ତାର ବୀର ସନ୍ତାନକୁ ହରାଇଲା । ସମସ୍ତଙ୍କ ଫିକା ଫିକା ମୁହଁ , ଓଦା ଆଖି ଏବଂ ପ୍ରତିଟି ହୃଦୟ ଅକଥନୀୟ ଯନ୍ତ୍ରଣାରେ ଜର୍ଜରିତ । ତ୍ରିରଙ୍ଗା ଘୋଡ଼ାଇ ଯବାନ ପୁଅ ଶ୍ମଶାନ ଭୂମିକୁ ଯାଉଥିବା ବେଳେ ପୂରା ଗାଁ ହାତ ଯୋଡ଼ି,ମୁଣ୍ଡ ନୁଆଁଇ କାନ୍ଦି କାନ୍ଦି ଶେଷଯାତ୍ରାର ସାଥୀ ହୋଇଥିଲା । ଗାଁ ମାଟି ଯେମିତି ଗୁମୁରି ଗୁମୁରି କାନ୍ଦୁଥିଲା ଆଉ କହୁଥିଲା ସାହସୀ ଯବାନ ପ୍ରମୋଦ ଯାଦବ ଅମର ରହେ … ଅମର ରହେ । ଏପଟେ ଯବାନ ପ୍ରମୋଦ ଯାଦବଙ୍କ ମରଶରୀର ଶ୍ମଶାନକୁ ଯାଉଥିଲା ଆଉ ସେପଟେ ଷ୍ଟ୍ରେଚରରୁ ଓହ୍ଲାଇ ନଥିବା ବୀରାଙ୍ଗନା ପତ୍ନୀ ଆଉ ସଦ୍ୟ ଜନ୍ମିତ ନବଜାତ ଝିଅ ଶେଷ ଥର ପାଇଁ ଘରର ମୁରବିଙ୍କୁ ଦେଖିବାକୁ ଆସୁଥିଲେ । ଓଃ କି ଛାତିଥରା ଦୃଶ୍ୟ ,ବିଧାତା ଏତେ ନିଷ୍ଠୁର କେମିତି ହେଲା … ଏ ଦୃଶ୍ୟ ଯିଏ ବି ଦେଖିଲା ଆହାଃ ପଦେ କହିଲା । ବାପା କ’ଣ ଜାଣିବା ପୂର୍ବରୁ ଝିଅ ମୁଣ୍ଡ ଉପରୁ ବାପାର ହାତ ଛଡ଼ାଇନେଲା ବିଧାତା । ଯେଉଁ ବାପା କୋଳରେ ଝିଅ ଝୁଲିଥାଆନ୍ତା ଆଜି ସେ ଅନାଥ । 


ସବୁଠାରୁ ଅଧିକ ହୃଦୟବିଦାରକ ମୁହୂର୍ତ୍ତ ସେତେବେଳେ ଥିଲା ଯେତେବେଳେ ଷ୍ଟ୍ରେଚରରେ ଶୋଇଥିବା ପତ୍ନୀ ତ୍ରିରଙ୍ଗାରେ ଘୋଡ଼ାଇ ହୋଇ ଚିରଦିନ ପାଇଁ ଶୋଇଥିବା ସ୍ବାମୀଙ୍କ ମୁହଁକୁ ଶେଷ ଥର ପାଇଁ ଆଉଁସି ଦେଉଥିଲେ । କିଛି ଘଣ୍ଟା ତଳେ ଡେଲିଭରି , ଶରୀର ଅତ୍ୟନ୍ତ ଦୁର୍ବଳ କିନ୍ତୁ ମନର ମଣିଷକୁ ଶେଷଥର ପାଇଁ ଦେଖିବାକୁ ଷ୍ଟ୍ରେଚରରେ ଆସିଛନ୍ତି ପତ୍ନୀ । ଆଖିର ଲୁହ ବୋଲ ମାନୁନି , କଷ୍ଟର କୋହ କିଛି ଜାଣୁନି ... କନ୍ୟା ଜନ୍ମ ହେବା ପରେ ଖୁସିରେ ନାଚୁଥିବା ପରିବାର ହଠାତ କାନ୍ଦବୋବାଳିରେ ଫାଟି ପଡୁଛି । ସେନାର ଗାର୍ଡ ଅଫ୍ ଅନର୍ ଭିତରେ ଯବାନ ପ୍ରମୋଦ ଯାଦବ ସିନା ଦୁନିଆରୁ ବିଦାୟ ନେଲେ ହେଲେ ଦିନକର ଝିଅ ଆଉ ବୀରାଙ୍ଗନା ପତ୍ନୀଙ୍କ ସାରା ଦୁନିଆ ଉଜୁଡ଼ିଗଲା । ଏବେ କନିଝିଅକୁ ବାପାଙ୍କ ବିନା ବଡ଼ ହେବାକୁ ପଡ଼ିବ , ବୃଦ୍ଧ ପିତାମାତାଙ୍କୁ ପୁଅ ବିନା ଭବିଷ୍ୟତ ଦେଖିବାକୁ ପଡ଼ିବ ଆଉ ବୀରାଙ୍ଗନା ପତ୍ନୀ ସ୍ବାମୀଙ୍କ ସ୍ମୃତିକୁ ସାହାରା କରି ଆଗକୁ ବଢ଼ିବାକୁ ହେବ । ସାତାରାର ଏହି ସୁପୁତ୍ରଙ୍କୁ ଭୁଲି ପାରିବନି ଗାଁ ମାଟି , ଭୁଲି ପାରିବନି ଦେଶ । 
ବ୍ୟୁରୋ ରିପୋର୍ଟ କନକ ଡିଜିଟାଲ୍ 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe