ଅପରେସନ ସିନ୍ଦୂର ଉପରେ ସେନାମୁଖ୍ୟଙ୍କ ବଡ଼ ବୟାନ

Advertisment

ଜେନେରାଲ୍ ଦ୍ୱିବେଦୀ କହିଛନ୍ତି, ସେହି ୮୮ ଘଣ୍ଟା ମଧ୍ୟରେ, ସେନାର ପ୍ରସ୍ତୁତି ଏପରି ଥିଲା ଯେ ଯଦି ପାକିସ୍ତାନ କୌଣସି ଭୁଲ୍ କରିଥାନ୍ତା, ତେବେ ଆମେ ତୁରନ୍ତ ପାକିସ୍ତାନ ଭିତରେ ପଶି ସ୍ଥଳ ଆକ୍ରମଣ କରିଥାନ୍ତୁ ।

ଜେନେରାଲ୍ ଦ୍ୱିବେଦୀ କହିଛନ୍ତି, ସେହି ୮୮ ଘଣ୍ଟା ମଧ୍ୟରେ, ସେନାର ପ୍ରସ୍ତୁତି ଏପରି ଥିଲା ଯେ ଯଦି ପାକିସ୍ତାନ କୌଣସି ଭୁଲ୍ କରିଥାନ୍ତା, ତେବେ ଆମେ ତୁରନ୍ତ ପାକିସ୍ତାନ ଭିତରେ ପଶି ସ୍ଥଳ ଆକ୍ରମଣ କରିଥାନ୍ତୁ ।

Army-Chief

Army-Chief Photograph: (kanak news)

କନକ ବ୍ୟୁରୋ : ସେନାମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ପ୍ରକାଶ କରିଛନ୍ତି ଯେ, ଯଦି ପାକିସ୍ତାନ ଅପରେସନ ସିନ୍ଦୂର ସମୟରେ କୌଣସି ଦୁଃସାହସିକ ଉଦ୍ୟମ କରିଥାନ୍ତା ତେବେ ସଶସ୍ତ୍ର ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜେନେରାଲ୍ ଦ୍ୱିବେଦୀ କହିଛନ୍ତି, ସେହି ୮୮ ଘଣ୍ଟା ମଧ୍ୟରେ, ସେନାର ପ୍ରସ୍ତୁତି ଏପରି ଥିଲା ଯେ ଯଦି ପାକିସ୍ତାନ କୌଣସି ଭୁଲ୍ କରିଥାନ୍ତା, ତେବେ ଆମେ ତୁରନ୍ତ ପାକିସ୍ତାନ ଭିତରେ ପଶି ସ୍ଥଳ ଆକ୍ରମଣ କରିଥାନ୍ତୁ । ଏଥର ଆମେ ନେଇଥିବା କାର୍ଯ୍ୟାନୁଷ୍ଠାନ ଦର୍ଶାଉଛି ଯେ, ଆମେ ପାରମ୍ପରିକ ପରିସରକୁ ବିସ୍ତାର କରିଛୁ ।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ପୋନି ଅପରେଟରଙ୍କ ମୃତ୍ୟୁ ଘଟିବା ପରେ ଭାରତ ଗତବର୍ଷ ମେ ୭ ତାରିଖରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ପାକିସ୍ତାନ ଓ ପାକିସ୍ତାନ-ଅଧିକୃତ କାଶ୍ମୀର (ପିଓକେ) ଭିତରେ ଥିବା ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରି ଏହି ସାମରିକ ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ପାକିସ୍ତାନ ସାମରିକ ଓ ବେସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଭାରତ ଶକ୍ତିଶାଳୀ ଆକ୍ରମଣ କରି ଏହାର ଜବାବ ଦେଇଥିଲା, ଯାହା ଇସଲାମାବାଦକୁ ମେ ୧୦ରେ ଅସ୍ତ୍ରବିରତି ବୁଝାମଣା ପାଇଁ ଅନୁରୋଧ କରିବାକୁ ବାଧ୍ୟ କରିଥିଲା ।

ଅଧିକ ପଢ଼ନ୍ତୁ---ଉଡ଼ାଣ ପୂର୍ବରୁ ଆକାଶ ଏୟାର୍‌ର ପୁଣେରୁ ବେଙ୍ଗାଲୁରୁଗାମୀ ବିମାନରେ ଯାନ୍ତ୍ରିକ ତ୍ରୁଟି, ଯାତ୍ରୀଙ୍କୁ ଓହ୍ଲାଇଦିଆଗଲା

‘ଅପରେସନ ସିନ୍ଦୂର ତ୍ରି-ସେନା ସମନ୍ୱୟର ଏକ ଉଦାହରଣ’

ସାମ୍ବାଦିକ ସମ୍ମିଳନୀରେ ଜେନେରାଲ୍ ଦ୍ୱିବେଦୀ କହିଛନ୍ତି ଯେ ଅପରେସନ ସିନ୍ଦୂର ଏକ ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶନାମା ଅନୁଯାୟୀ ତ୍ରି-ସେନା ସମନ୍ୱୟର ସ୍ପଷ୍ଟ ଉଦାହରଣ । ଏହା ଅଧୀନରେ ସାମରିକ ପ୍ରତିକ୍ରିୟା ଜାରି ରହିଛି ଏବଂ ଭବିଷ୍ୟତରେ କୌଣସି ଦୁଃସାହସିକ କାର୍ଯ୍ୟ ପାଇଁ  ଦୃଢ ପ୍ରତିକ୍ରିୟା ସହିତ ସାମ୍ନା କରାଯିବ ବୋଲି ପାକିସ୍ତାନକୁ ଚେତାବନୀ ଦିଆଯାଇଛି । ସମ୍ପ୍ରତି ଜମ୍ମୁ-କାଶ୍ମୀରର ପଶ୍ଚିମ ସୀମାରେ ପରିସ୍ଥିତି ସମ୍ବେଦନଶୀଳ ରହିଛି, କିନ୍ତୁ ମେ ୧୦ ତାରିଖରୁ ସୁରକ୍ଷା ବାହିନୀ କଡ଼ା ନଜର ରଖିଛନ୍ତି । ୨୦୨୫ ମସିହାରେ ମୋଟ ୩୧ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୬୫ ପ୍ରତିଶତ ପାକିସ୍ତାନୀ ବଂଶୋଦ୍ଭବ। ପହଲଗାମ ଆକ୍ରମଣର ତିନିଜଣ ଅପରାଧୀଙ୍କୁ ଅପରେସନ ମହାଦେବ ସମୟରେ ନିପାତ କରାଯାଇଥିଲା । ସକ୍ରିୟ ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ବର୍ତ୍ତମାନ ଏକ ଅଙ୍କକୁ ଖସି ଆସିଛି। ଆତଙ୍କବାଦୀ ପଦବୀରେ ନୂତନ ନିଯୁକ୍ତି ପ୍ରାୟ ନାହିଁ ।

ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ସେନା ମୁଖ୍ୟ

ଜେନେରାଲ ଦ୍ୱିବେଦୀ ଏହା ମଧ୍ୟ କହିଛନ୍ତି ଯେ, ସେନା ସୀମାରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ତୀକ୍ଷ୍ଣ ନଜର ରଖିଛି । ଆମର ସୂଚନା ଅନୁଯାୟୀ, ପ୍ରାୟ ଆଠଟି କ୍ୟାମ୍ପ ଏବେ ମଧ୍ୟ ସକ୍ରିୟ ଅଛି । ଏଥିମଧ୍ୟରୁ ପ୍ରାୟ ଦୁଇଟି ଅନ୍ତର୍ଜାତୀୟ ସୀମା ସମ୍ମୁଖରେ ଏବଂ ଛଅଟି ନିୟନ୍ତ୍ରଣ ରେଖା ଆରପଟେ ଅବସ୍ଥିତ । ଆମେ ବିଶ୍ୱାସ କରୁ ଯେ, ଏହି ଶିବିରରେ କିଛି ଉପସ୍ଥିତି କିମ୍ବା ତାଲିମ କାର୍ଯ୍ୟକଳାପ ଚାଲିଛି, ଯେଉଁଥିପାଇଁ ଆମେ ତୀକ୍ଷ୍ଣ ନଜର ରଖିଛୁ ଏବଂ ସୂଚନା ସଂଗ୍ରହ କରୁଛୁ । ଯଦି ଏପରି କାର୍ଯ୍ୟକଳାପ ପୁନର୍ବାର ଜଣାପଡେ, ତେବେ ଆମେ ଆବଶ୍ୟକ ପଦକ୍ଷେପ ନେବୁ ବୋଲି ସେନା ମୁଖ୍ୟ କହିଛନ୍ତି। ବାର୍ଷିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଚେତାଇ ଦେଇଛନ୍ତି ଯେ, ମେ ୨୦୨୫ରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ଏବେ ମଧ୍ୟ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe