ମୁମ୍ବାଇ, ୧୩/୧: ଆକାଶ ଏୟାର୍ର ବୋଇଂ ୭୩୭ ମ୍ୟାକ୍ସ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଙ୍ଗଳବାର ସକାଳେ ପୁଣେ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ ଯିବାକୁ ଥିବା କ୍ୟୁଆଇପି ୧୩୧୨ ନାମକ ଏହି ବିମାନରୁ ଯାତ୍ରୀମାନଙ୍କୁ ଓହ୍ଲାଇଦିଆଯାଛି । ତ୍ରୁଟି ଯୋଗୁ ବିମାନ ନ ଉଡ଼ିବାରୁ ଯାତ୍ରୀମାନେ ବୋଇଂ ୭୩୭ ମ୍ୟାକ୍ସ ବିମାନରେ ପ୍ରାୟ ଦେଢ଼ ଘଣ୍ଟା ଧରି ବସିଥିଲେ ।
ଚୀନ୍-ପାକିସ୍ତାନକୁ ଭାରତର ଚେତାବନୀ, ଶାକ୍ସଗାମ୍ ଉପତ୍ୟକା ଚୁକ୍ତିକୁ ନେଇ ସେନା ମୁଖ୍ୟ କହିଲେ...
ବିମାନଟି ସକାଳ ୮ଟା ୫୦ରେ ପୁଣେରୁ ଉଡ଼ାଣ ଆରମ୍ଭ କରିବାର ଥିଲା ଏବଂ ସକାଳ ପ୍ରାୟ ୮ଟା ୧୦ରେ ବିମାନରେ ଯାତ୍ରୀମାନଙ୍କୁ ଚଢ଼ାଇବା ଆରମ୍ଭ କରାଯାଇଥିଲା । ଯାତ୍ରୀମାନେ ବିମାନରେ ଚଢ଼ିଥିଲେ ଏବଂ ବିମାନଟି ପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶେଷ ମୁହୂର୍ତ୍ତରେ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା ବୋଲି ଜଣେ ଯାତ୍ରୀ କହିଛନ୍ତି । ଆକାଶ ଏୟାର୍ କହିଛି ଯେ ବିମାନ କ୍ୟୁଆଇପି ୧୩୧୨ ଅପରେସନାଲ କାରଣରୁ ବିଳମ୍ବ ହୋଇଥିଲା ଏବଂ ବିମାନଟି ବର୍ତ୍ତମାନ ଅପରାହ୍ଣ ୧ଟା ୧୫ରେ ଛାଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/13/plane-2026-01-13-16-46-04.jpg)