ଭାରତ ନୂଆ ବାୟୁ ପ୍ରତିରକ୍ଷା ନୀତି ଏବଂ ଯୁଦ୍ଧନୀତି ଆପଣାଉଛି : ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ

ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଏବେର ଯୁଦ୍ଧ କୌଣସି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ ନାହିଁ । ବର୍ତ୍ତମାନ ବିପଦ ଜଳ,ସ୍ଥଳ, ଆକାଶ,ମହାକାଶ ଏବଂ ସାଇବର ସ୍ପେସ୍ପ୍ ପ୍ରତ୍ୟେକ ଦିଗରୁ ଏକାସାଙ୍ଗରେ ଆସୁଛି ।

ArmyCheif

ArmyCheif Photograph: (kanak news)

କନକ ବ୍ୟୁରୋ : ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଆଧୁନିକ ଯୁଦ୍ଧର କୋଶଳ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ଏବଂ ଭାରତକୁ ନିଜର ବାୟୁ ପ୍ରତିରକ୍ଷା ନୀତି ତଥା ଯୁଦ୍ଧ ନୀତିକୁ ନୂଆ ଚିନ୍ତାଧାରା ସହିତ ପୁନର୍ବିବେଚନା କରିବାକୁ ପଡ଼ିବ । ଆମେ ବର୍ତ୍ତମାନ ଅତ୍ୟାଧୁନିକ ହେଲୁଣି । ସେନା ମୁଖ୍ୟ ଗତକାଲି ପ୍ରତିରକ୍ଷା ଅଧ୍ୟୟନ ଏବଂ ବିଶ୍ଳେଷଣ ସଂସ୍ଥାନ (MP-IDSA)ରେ ଆୟୋଜିତ ଦିଲ୍ଲୀ ଡିଫେନ୍ସ ଡାଏଲଗ୍‌ରେ ଯୋଗଦେଇ ଏହା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ, ତିନି ସେନାର ବରିଷ୍ଠ ଅଧିକାରୀ, ପ୍ରତିରକ୍ଷା ଶିଳ୍ପ ଜଗତର ବିଶେଷଜ୍ଞ ଏବଂ ଅନେକ ବିଦେଶୀ ରଣନୀତିକ ବିଶ୍ଳେଷକ ମଧ୍ୟ ଉପସ୍ଥିତ ଥିଲେ ।

ସେହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଏବେର ଯୁଦ୍ଧ କୌଣସି ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ ନାହିଁ । ବର୍ତ୍ତମାନ ବିପଦ ଜଳ,ସ୍ଥଳ, ଆକାଶ,ମହାକାଶ ଏବଂ ସାଇବର ସ୍ପେସ୍ପ୍ ପ୍ରତ୍ୟେକ ଦିଗରୁ ଏକାସାଙ୍ଗରେ ଆସୁଛି । ସେ କହିଛନ୍ତି ଯେ ଭାରତକୁ ଏପରି ନେଟୱର୍କ-କେନ୍ଦ୍ରିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ, ଯେଉଁଥିରେ ଡ୍ରୋନ୍ ସ୍ୱାର୍ମ, ଜାମିଂ ଟେକ୍ନିକ୍, କାଉଣ୍ଟର-ଡ୍ରୋନ୍ ସିଷ୍ଟମ ଏବଂ ରିଅଲ୍-ଟାଇମ୍ ଇଣ୍ଟେଲିଜେନ୍ସ ଭଳି କ୍ଷମତା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।

ଅଧିକ ପଢ଼ନ୍ତୁ--ବିଲ୍ଡିଂ ନମ୍ବର ୧୭, ରୁମ ନମ୍ବର ୧୩… ଏଇଠି ଭାଇ , ଭଉଣୀ ମିଶି ରଚୁଥିଲେ ଷଡ଼ଯନ୍ତ୍ର

ସେ ନିକଟରେ ଘଟିଥିବା ଅନ୍ତର୍ଜାତୀୟ ସଂଘର୍ଷଗୁଡ଼ିକୁ ଉଦାହରଣ ଦେଇ କହିଛନ୍ତି ଯେ ଭବିଷ୍ୟତର ଯୁଦ୍ଧ କେବଳ ମିସାଇଲ୍ କିମ୍ବା ଲଢୁଆ ବିମାନ ଉପରେ ନିର୍ଭର କରିବ ନାହିଁ । "ଯିଏ ଅଧିକ ତୀବ୍ର, ଅତ୍ୟାଧୁନିକ ଏବଂ ବୈଷୟିକ ଦୃଷ୍ଟିରୁ ସକ୍ଷମ ହେବ, ସେ ହିଁ ବିଜେତା ହେବ ।" ବିଶେଷ କରି ୟୁକ୍ରେନ ଯୁଦ୍ଧରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ଯୁଦ୍ଧରୁ ଆରମ୍ଭ କରି ସୂଚନା ବ୍ୟବସ୍ଥାର ଏହି ଯୁଦ୍ଧରେ ଭଲ ଭାବରେ ବ୍ୟବହାର ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଧୁନିକ ପ୍ରତିରକ୍ଷା ପ୍ରଣାଳୀରେ AI , କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର ଚିପ୍ସ ଏବଂ ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ନେଟୱର୍କକୁ ସାମିଲ କରିବା ପାଇଁ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି । ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟା କିଛି ଦେଶ କିମ୍ବା ସଂଗଠନ ମଧ୍ୟରେ ସୀମିତ ନାହିଁ, ଏହା ସମସ୍ତଙ୍କ ପହଞ୍ଚରେ ଅଛି, ଯାହା ଯୁଦ୍ଧର ସମୀକରଣକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ।

ଓପନ୍ ସୋର୍ସ ବିଶ୍ଳେଷଣ ଏବଂ ପୂର୍ବାନୁମାନ ଆଧାରିତ ବିଶ୍ଳେଷଣ ଅପରେସନ ସିନ୍ଦୂରର ପ୍ରଥମ ପର୍ଯ୍ୟାୟରେ ଆମକୁ ବହୁତ ସାହାଯ୍ୟ କରିଛି ବୋଲି ସେନା ମୁଖ୍ୟ ମତ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଦେଶ ଭିତରୁ ଅନେକ ସ୍ୱେଚ୍ଛାସେବୀ ଆଗକୁ ଆସିଥିଲେ । ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟ ଆଗକୁ ଆସି ଆମକୁ ସାହାଯ୍ୟ କରିଥିଲେ । ଅପରେସନ୍‌ ସିନ୍ଦୂରର ପ୍ରଥମ ପର୍ଯ୍ୟାୟରେ ଆମେ ବହୁତ ମଜବୁତ ରହିଥିଲୁ । ଆମେ ଏଥିରୁ ବହୁତ କିଛି ଶିଖିଛୁ, ତେଣୁ ଅପରେସନ୍‌ ସିନ୍ଦୂରର ଦ୍ୱିତୀୟ ପର୍ଯ୍ୟାୟ ହେଉ କିମ୍ବା ତା’ପରର ଯୁଦ୍ଧ, ଆମେ ଏହାକୁ ବଡ଼ ସ୍ତରରେ ଦେଖୁଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe