କେନ୍ଦ୍ରାପଡ଼ା ରାଜନଗରରେ ଚାଷୀ ମୃତ୍ୟୁ : କାର୍ଯ୍ୟାନୁଷ୍ଠାନ ଦାବି କଲା ନବ ନିର୍ମାଣ କୃଷକ ସଂଗଠନ

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଚାଷୀ ମୃତ୍ୟୁ ପରେ ପ୍ରାଶାସନିକ ଅଧିକାରୀଙ୍କ ଖୋଳତାଡ଼ ଆରମ୍ଭ ହୋଇଛି । କନକ ନ୍ୟୁଜ ହାତରେ ଲାଗିଛି ମୃତ ଚାଷୀ ତ୍ରିଲୋଚନ ନାୟକଙ୍କ ଟୋକନ୍‌ ଓ ମିଲର ଧାନ ରିସିଭ କରିବାର ଚିଠା । ଯାହା ମିଲର ଓ ସମ୍ପାଦକଙ୍କୁ ସନ୍ଦେହ ଘେରକୁ ଟାଣିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଚାଷୀ ମୃତ୍ୟୁ ପରେ ପ୍ରାଶାସନିକ ଅଧିକାରୀଙ୍କ ଖୋଳତାଡ଼ ଆରମ୍ଭ ହୋଇଛି । କନକ ନ୍ୟୁଜ ହାତରେ ଲାଗିଛି ମୃତ ଚାଷୀ ତ୍ରିଲୋଚନ ନାୟକଙ୍କ ଟୋକନ୍‌ ଓ ମିଲର ଧାନ ରିସିଭ କରିବାର ଚିଠା । ଯାହା ମିଲର ଓ ସମ୍ପାଦକଙ୍କୁ ସନ୍ଦେହ ଘେରକୁ ଟାଣିଛି ।

Farmer Death

Farmer Death Photograph: (Kanak News)

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଚାଷୀ ମୃତ୍ୟୁ ପରେ ପ୍ରାଶାସନିକ ଅଧିକାରୀଙ୍କ ଖୋଳତାଡ଼ ଆରମ୍ଭ ହୋଇଛି । କନକ ନ୍ୟୁଜ ହାତରେ ଲାଗିଛି ମୃତ ଚାଷୀ ତ୍ରିଲୋଚନ ନାୟକଙ୍କ ଟୋକନ୍‌ ଓ ମିଲର ଧାନ ରିସିଭ କରିବାର ଚିଠା । ଯାହା ମିଲର ଓ ସମ୍ପାଦକଙ୍କୁ ସନ୍ଦେହ ଘେରକୁ ଟାଣିଛି । ଗତକାଲି ରାଜନଗର ଜୁଣଗଡ଼ି ଗାଁରେ ଚାଷୀ ତ୍ରିଲୋଚନ ନାୟକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ତ୍ରିଲୋଚନଙ୍କ ପରିବାର ଲୋକେ ମୃତ୍ୟୁ ପାଇଁ ମିଲର ଓ ସମବାୟ ସମ୍ପାଦକ ଦାୟୀ ବୋଲି ଅଭିଯୋଗ କରିଛନ୍ତି ।

 କନକ ନ୍ୟୁଜ ହାତରେ ଲାଗିଥିବା ଦସ୍ତାବିଜ୍ ଅନୁସାରେ, ଫେବୃଆରି ୧୪ ତାରିଖ ଦିନ ତ୍ରିଲୋଚନ ଡାଙ୍ଗମାଳ ସୋସାଇଟିରେ ୩୮ କୁଇଣ୍ଟାଲ ୯୦ କିଲୋ ଧାନ ଦେଇଥିବା ନେଇ ତାଙ୍କ ଆଖି ସ୍କାନ କରାଯାଇଛି । ଯାହା ସମ୍ପାଦକଙ୍କ ପାଖରେ ଥିବା ଆଖି ସ୍କାନ ରିପୋର୍ଟ କହୁଛି । ଅନ୍ୟପଟେ ଫେବୃଆରି ୨୫ ତାରିଖ ଦିନ ରାମଚଣ୍ଡୀ ରାଇସମିଲ୍‌ ମାଲିକ ତାଙ୍କଠାରୁ ୫୧ କୁଇଣ୍ଟାଲ ୨୦ କେଜି ଧାନ ରିସିଭ କରିଥିବା ନେଇ ଚିଠା ଦେଇଛନ୍ତି । ରାଇସ ମିଲ୍‌ ମାଲିକ ସ୍ବୀକାର କରିଛନ୍ତି ଯେ, ତାଙ୍କ ଭାଇ ମିଲ୍‌ରେ ଧାନ ଦେଇଛନ୍ତି ବୋଲି ।

 ଏଠାରେ ପ୍ରଶ୍ନ ଉଠୁଛି, ଯଦି ତ୍ରିଲୋଚନ ୧୪ ତାରିଖରେ ଧାନ ମଣ୍ଡିରେ ଦେଇଥିଲେ, ତେବେ ମିଲର କେମିତି ୫୧ କୁଇଣ୍ଟାଲ ଧାନ ରିସିଭ କଲେ? ଯଦି ତ୍ରିଲୋଚନ ୫୧ କୁଇଣ୍ଟାଲ ୨୦ କିଲୋ ଧାନ ମିଲ୍‌ରେ ଦେଲେ, ତେବେ ତାଙ୍କୁ ୩୮ କୁଇଣ୍ଟାଲ ୯୦ କେଜି ଧାନର ଟଙ୍କା କାହିଁକି ପ୍ରଦାନ କରାଗଲା? ବାକି ୧୨ କୁଇଣ୍ଟାଲ ଧାନ କିଏ ଖାଇଲା? ଚାଷୀ ମଣ୍ଡିରେ ଧାନ ଦେବାର ବ୍ୟବସ୍ଥା ଥିବାବେଳେ ତ୍ରିଲୋଚନଙ୍କୁ ମିଲକୁ କିଏ ପଠାଇଲା? ଅନ୍ୟପଟେ ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନବ ନିର୍ମାଣ କୃଷକ ସଂଗଠନ ।

ଅଧିକ ପଢନ୍ତୁ : ସବୁ ସାରିଦେଲା ସରକାରୀ ମଣ୍ଡି ! ୨୫ କେଜି ଧାନ ଓ ୩ ହଜାର ଲାଞ୍ଚ ନେଲା ଚାଷୀର ଜୀବନ...

ଯଦି ତ୍ରିଲୋଚନ ୧୪ ତାରିଖରେ ଧାନ ମଣ୍ଡିରେ ଦେଇଥିଲେ...
ମିଲର କେମିତି ୫୧ କୁଇଣ୍ଟାଲ ଧାନ ରିସିଭ କଲେ? 
ଯଦି ତ୍ରିଲୋଚନ ୫୧ କୁଇଣ୍ଟାଲ ୨୦ କିଲୋ ଧାନ ମିଲ୍‌ରେ ଦେଲେ...
ତାଙ୍କୁ ୩୮ କୁଇଣ୍ଟାଲ ୯୦ କେଜି ଧାନର ଟଙ୍କା କାହିଁକି ପ୍ରଦାନ କରାଗଲା? 
ବାକି ୧୨ କୁଇଣ୍ଟାଲ ଧାନ କିଏ ଖାଇଲା? 
ତ୍ରିଲୋଚନଙ୍କୁ ମିଲ୍‌କୁ କିଏ ପଠାଇଲା?
ଧାନ କଟ୍‌ନି ଛଟ୍‌ନି ପାଇଁ ଚାଲିଗଲା କି ଜୀବନ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe