ଆରାବଳୀ ମାମଲାରେ ଆଜି ସୁପ୍ରିମ ଶୁଣାଣି: ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ବେଞ୍ଚରେ କେସ୍

Advertisment

ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ପୁଣିଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃସ୍ପୃର୍ତ୍ତ ବିଚାର କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ସହ ମୁଖ୍ୟ ବିଚାରପତି ମଧ୍ୟ ରହିଛନ୍ତି ।  

ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ପୁଣିଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃସ୍ପୃର୍ତ୍ତ ବିଚାର କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ସହ ମୁଖ୍ୟ ବିଚାରପତି ମଧ୍ୟ ରହିଛନ୍ତି ।  

SUPREME COURT

SUPREME COURT Photograph: (KANAK NEWS)

କନକ ବ୍ୟୁରୋ: ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ପୁଣିଥରେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃସ୍ପୃର୍ତ୍ତ ବିଚାର କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ସହ ମୁଖ୍ୟ ବିଚାରପତି ମଧ୍ୟ ରହିଛନ୍ତି ।  

ସୂଚନାଯୋଗ୍ୟ ଯେ,  ନଭେମ୍ବର ୨୦ ତାରିଖ ୨୦୨୫ରେ, ସୁପ୍ରିମକୋର୍ଟ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର କମିଟିର ସୁପାରିଶକୁ ଗ୍ରହଣ କରିଥିଲେ। ଏହି ନୂତନ ସୁପାରିଶ ଅନୁଯାୟୀ, କେବଳ ୧୦୦ ମିଟର କିମ୍ବା ତା’ଠାରୁ ଅଧିକ ଉଚ୍ଚତା ଥିବା ପାହାଡ଼ଗୁଡ଼ିକୁ ଆରାବଳୀ ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ। ତେବେ ଜାଣିରଖିବା ଉଚିତ ଯେ ଏହି ମାମଲା ୧୯୮୫ ମସିହାରୁ ଚାଲିଛି । 

ଆହୁରି ପଢ଼ନ୍ତୁ : ଦେବାଶିଷଙ୍କ ବନ୍ଧୁମିଳନ ନେଇ ବଢ଼ିଲା ଚର୍ଚ୍ଚା: ଏକାଠି ହେଲେ ଅସନ୍ତୁଷ୍ଟ ଗୋଷ୍ଠୀ

ହରିୟାଣାରୁ ରାଜସ୍ଥାନ ପର୍ଯ୍ୟନ୍ତ ପ୍ରତିବାଦ

ଆରାବଳୀକୁ ନେଇ ଏହି ନୂଆ ନିର୍ଦ୍ଦେଶ ପରେ ରାଜସ୍ଥାନ, ହରିୟାଣା ଏବଂ ଦିଲ୍ଲୀ-ଏନସିଆରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପରିବେଶବିତ୍ ଏବଂ ବିରୋଧୀ ଦଳଗୁଡ଼ିକର କହିବା କଥା ଯେ ଆରାବଳୀ ପର୍ବତମାଳାରୁ ଛୋଟ ପାହାଡ଼ଗୁଡ଼ିକୁ ବାଦ ଦେବା ଦ୍ୱାରା, ଏହା ଖଣି ଖନନକୁ ପ୍ରୋତ୍ସାହିତ କରାଯିବ ଏବଂ ପରିବେଶ ପ୍ରତି ବିପଦ ସୃଷ୍ଟି କରିବ। ହେଲେ କେନ୍ଦ୍ର ସରକାରଙ୍କ କହିବା କଥା, ଏହା ଏକ ଭୁଲ ବୁଝାମଣା ଏବଂ ଆରାବଳୀ ଅଞ୍ଚଳକୁ ସୁରକ୍ଷା ଦିଆଯିବ। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ, ହରିୟାଣା ବନ ବିଭାଗର ପୂର୍ବତନ ଅଧିକାରୀ ଆର.ପି. ବଲୱାନ ମଧ୍ୟ ସୁପ୍ରିମକୋର୍ଟରେ ଏହି ନୂତନ ପରିଭାଷାକୁ ଚ୍ୟାଲେଞ୍ଜ କରିଥିଲେ। ସେ ଗୋଦାବର୍ମନ ମାମଲାରେ ଏକ ଆବେଦନ ଦାଖଲ କରିଥିଲେ, ଯେଉଁଥିରେ କେନ୍ଦ୍ର ସରକାର, ରାଜସ୍ଥାନ, ହରିୟାଣା ଏବଂ ପରିବେଶ ମନ୍ତ୍ରଣାଳୟକୁ ପକ୍ଷ ଭାବରେ ନାମିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ : ଦେବଗଡ଼ ରିଆମାଳରୁ ଉଦ୍ଧାର ଶିଶୁ କଟକ ସ୍ଥାନାନ୍ତର, ଶିଶୁଭବନରେ ଚାଲିଛି ଚିକିତ୍ସା

ଖଣି ଖନନ ଉପରେ ପ୍ରତିବନ୍ଧକ

ବିବାଦ ବୃଦ୍ଧି ପାଇବାରୁ, କେନ୍ଦ୍ର ସରକାର ଡିସେମ୍ବର ୨୪ ତାରିଖରେ ଆରାବଳୀ ଅଞ୍ଚଳରେ ନୂତନ ଖଣି ଲିଜ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଥିଲେ। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ କହିଛି ଯେ ଆରାବଳୀ ପର୍ବତମାଳାରେ କୌଣସି ନୂତନ ଖଣି ଲିଜ୍ ଅନୁମୋଦନ କରାଯିବ ନାହିଁ ଏବଂ ସମସ୍ତ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରିବାକୁ ବାଧ୍ୟ କରାଯିବ। ମନ୍ତ୍ରଣାଳୟ ଅନୁଯାୟୀ, ଜାତୀୟ ରାଜଧାନୀ ଅଞ୍ଚଳରେ ବିସ୍ତୃତ ଏହି ନିରନ୍ତର ପର୍ବତମାଳାକୁ ସୁରକ୍ଷା ଦେଇ ଅନିୟନ୍ତ୍ରିତ ଖଣିକୁ ରୋକିବା ପାଇଁ ଏହି ନିର୍ଦ୍ଦେଶର ଲକ୍ଷ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe