କନକ ବ୍ୟୁରୋ: ପୂଜାରୀ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି । ଶ୍ରୀରାମ ଜନ୍ମଭୂମି ପରିସରରେ ନିର୍ମାଣ ହୋଇଥିବା ୧୪ଟି ନୂଆ ମନ୍ଦିରରେ ଦେବୀ-ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ସେଠାରେ ପ୍ରତିଦିନ ପୂଜା କରିବା ପାଇଁ ପୂଜାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ଟ୍ରଷ୍ଟ ତରଫରୁ କୁହାଯାଇଛି ଯେ, ପୂଜାରୀ ନିଯୁକ୍ତି ପ୍ରକ୍ରିୟାରେ ସମସ୍ତଙ୍କୁ ମୌକା ମିଳିବ । ହେଲେ ଅଯୋଧ୍ୟାର ଯୁବକଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ । ଆଶାୟୀ ପ୍ରାର୍ଥୀମାନେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଫିସିଆଲ୍ ଓ୍ୱେବସାଇଟକୁ ଯାଇ ଜୁନ୍ ୨୬ ତାରିଖରୁ ୩୦ ତାରିଖ ଭିତରେ ଅନଲାଇନରେ ଆବେଦନ କରିପାରିବେ । ତେବେ ଆବେଦନକାରୀଙ୍କ ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି । ଯାହାକୁ ପୂରା କଲେ ହିଁ ଜଣେ ଯୁବକଙ୍କୁ ପୂଜାରୀ ଭାବେ ନିଯୁକ୍ତି ମିଳିବ । ଆଶାୟୀ ପ୍ରାର୍ଥୀଙ୍କ ବୟସ ୨୦ରୁ ୩୦ ବର୍ଷ ଭିତରେ ହୋଇଥିବା ଆବଶ୍ୟକ । ଏହାସହ ଆବେଦନକାରୀଜଣକ ଗୁରୁକୁଳରୁ ଧାର୍ମିକ ଶିକ୍ଷା ପ୍ରାପ୍ତ କରିଥିବା ଦରକାର । ଚୟନ ହେବା ପରେ ଟ୍ରେନିଂ ସମୟରେ ଘର ସହିତ ଯୁବକଙ୍କୁ ୨ ହଜାର ଟଙ୍କାର ମାସିକ ଛାତ୍ରବୃତ୍ତି ଦିଆଯିବ ।
ଜୁଲାଇ ୧୧ ତାରିଖରୁ ଭାରତୀୟ ବାୟୁସେନାର ଅଗ୍ନିବୀର ପାଇଁ ଆବେଦନ, ଜାଣନ୍ତୁ କିଭଳି କରିବେ ଆଦେବନ, କେମିତି ହେବ ଚୟନ
ତେବେ ଆବେଦନ କରିବା ପରେ ଆଶାୟୀମାନଙ୍କୁ ୩୦୬ଟି ଟେଷ୍ଟ ଦେବାକୁ ପଡ଼ିବ । ଯେଉଁଥିରେ ଲିଖିତ ଏବଂ ମୌଖିକ ପରୀକ୍ଷା ମଧ୍ୟ ସାମିଲ ଅଛି । ଟେଷ୍ଟରେ ପାସ୍ କଲା ପରେ ହିଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଅନ୍ତିମ ଚୟନ ପାଇଁ ବଛାଯିବ । ଯାହା ପରେ ତାଙ୍କୁ ପୂଜାରୀ ଭାବେ ପୂଜା କରିବାର ଦାୟିତ୍ୱ ହସ୍ତାନ୍ତର କରାଯିବ ।