କନକ ବ୍ୟୁରୋ : ଭାରତୀୟ ବାୟୁସେନାରେ ଯୋଗ ଦେବାର ସ୍ୱପ୍ନ ଦେଖୁଥିବା ଯୁବକ ଯୁବତୀମାନଙ୍କ ପାଇଁ ବଡ଼ ଖବର । ଭାରତୀୟ ବାୟୁସେନା ତରଫରୁ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ବାୟୁ ଇନଟେକ୍ ପାଇଁ ନିଯୁକ୍ତି ଆରମ୍ଭ କରିବାକୁ ଘୋଷଣା କରିଛି । ଏହି କ୍ରମରେ ଆବେଦନ ପ୍ରକ୍ରିୟା ଜୁଲାଇ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାସହ ସେପ୍ଟେମ୍ବର ୨୫ ତାରିଖରୁ ଅନଲାଇନ ପରୀକ୍ଷା ଆୟୋଜିତ କରାଯିବ । ଇଚ୍ଛୁକ ଆଶାୟୀ agnipathvayu.cdac.in ୱେବସାଇଟକୁ ଯାଇ ଆବେଦନ କରିପାରିବେ । 

Advertisment

କେଉଁମାନେ କରିପାରିବେ ଆବେଦନ ?
ଏହି ନିଯୁକ୍ତି ପ୍ରକ୍ରିୟାରେ ସେହି ଯୁବକ ଯୁବତୀମାନେ ସାମିଲ ହୋଇପାରିବେ ଯେଉଁମାନଙ୍କ ଜନ୍ମ ୧ ଜାନୁଆରୀ ୨୦୦୫ ରୁ ୧ ଜାନୁଆରୀ ୨୦୦୮ ମଧ୍ୟରେ ହୋଇଥିବା । ସର୍ବନିମ୍ନ ବୟସ ୧୭.୫ ବର୍ଷ ଓ ସର୍ବାଧିକ ବୟସ ୨୧ ବର୍ଷ ହୋଇଥିବ । ଜାତି ଆଧାରରେ ବୟସରେ ରିହାତି ମିଳିବ । ଶିକ୍ଷାଗତ ଯୋଗ୍ୟତା କଥା ଯଦି କହିବା ତବେ ଯୁକ୍ତ ଦୁଇ ଫିଜିକ୍ସ, ମ୍ୟାଥମେଟିକସ ଓ ଇଂଲିସରେ ସର୍ବନିମ୍ନ ୫୦ ପ୍ରତିଶତ ନମ୍ବର ରଖି ପାସ୍ ହୋଇଥିଲେ । ଏହା ବ୍ୟତୀତ ଯେଉଁମାନେ ମେକାନିକାଲ, ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ସ, କମ୍ପ୍ୟୁଟର ସାଇନ୍ସ ଟ୍ରେଡରେ ୩ ବର୍ଷିଆ ଇଂଜିନିୟରିଂ ଡିପ୍ଲୋମା  ୫୦ ପ୍ରତିଶତ ମାର୍କ ରଖି ପାସ କରିଥିବେ ସେମାନେ ମଧ୍ୟ ଆବେଦନ କରିପାରିବେ ।

କିଭଳି ରହିବ ଚୟନ ପ୍ରକ୍ରିୟା ?
ଅଗ୍ନିବୀର ବାୟୁସେନା ନିଯୁକ୍ତି ପ୍ରକ୍ରିୟାରେ ପ୍ରଥମେ ଅନଲାଇନ ପରୀକ୍ଷା ହେବ । ଏହାପରେ ଶାରିରୀକ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ ଓ ପରେ ମେଡିକାଲ ଯାଂଚ ହେବ । ଏଥିରେ ପାସ୍ କଲେ ଆଶାୟୀଙ୍କ ମେରିଟ୍ ଲିଷ୍ଟ ତିଆରି ହେବ ।

କିଏ ପଞ୍ଚାୟତର ବିଧାୟକ ଜୀ? ଦିନେ ୫୦୦ ଟଙ୍କାରେ ମାସେ ଚଳୁଥିଲେ

ଦରମା ଓ ଅନ୍ୟାନ୍ୟ ସୁବିଧା
ଅଗ୍ନିବୀର ଯୋଜନାରେ ଭାରତୀୟ ବାୟୁସେନାରେ ସାମଲ ହେବା ପରେ ମାସିକ ୩୦ ହଜାର ଦରମା ମିଳିବ । ପ୍ରତିବର୍ଷ ଦରମା ବୃଦ୍ଧି ହେବ । ଚତୁର୍ଥ ବର୍ଷ ସୁଦ୍ଧା ଦରମା ମାସିକ ୪୦ ହଜାର ଟଙ୍କାରେ ପହଂଚିବ । ଏହାସହ ଅବସରରେ ୧୦.୮ ଲକ୍ଷ ଟଙ୍କା ସେବାନିଧି ପ୍ରଦାନ କରାଯିବ ।