Photograph: (KANAKNEWS)
କନକବ୍ୟୁରୋ : ପୁଣି ବଢ଼ିଲା ଚିଟଫଣ୍ଡ ଆବେଦନ ତାରିଖ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାନୁୟାରି ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା । ତେବେ କେତେକ କ୍ଷୁଦ୍ର ଜମାକାରୀ ଏପର୍ଯ୍ୟନ୍ତ ସେମାନଙ୍କ ଜମାରାଶି ଫେରସ୍ତ ପାଇନାହାନ୍ତି । ତେଣୁ ଅବଶିଷ୍ଟ ଜମାକାରୀଙ୍କ ସୁବିଧା ପାଇଁ ଏହି ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେଣୁ ଜମାକାରୀମାନେ ନିଜର ସମସ୍ତ ଡକୁମେଣ୍ଟ ଦେଖାଇ ଟଙ୍କା ନେବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।
ଅଧିକ ପଢନ୍ତୁ .. କୋର୍ଟକୁ ବୋମା ଧମକ : ଏକକାଳୀନ ତିନି ଜିଲ୍ଲା କୋର୍ଟକୁ ଉଡାଇଦେବାକୁ ଧମକ
ଜମାକାରୀମାନେ ନିଜ ଜିଲ୍ଲାର ସରକାରୀ ୱେବ୍ସାଇଟ୍ ଏବଂ www.opid.odisha.gov.in ରେ ସେମାନଙ୍କ ନାମ, ଆବେଦନ ନମ୍ବର, ସତ୍ୟପାଠ ନମ୍ବର ଦେଇ ସେମାନଙ୍କ ଆବେଦନପତ୍ରର ସ୍ଥିତି ଜାଣିପାରିବେ । ଏହାପରେ ନିଜର ପରିଚୟ ପତ୍ର, ମୂଳ ଜମା ରସିଦ୍, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଆଦି ସଂପୃକ୍ତ ରାଜସ୍ବ ନିରୀକ୍ଷକ (ଆର୍ଆଇ)ଙ୍କ ପାଖରେ ଜମାକଲେ ୧୫ଦିନ ମଧ୍ୟରେ ସେମାନଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ।
--
ଓଟିଏସ୍, ଲୋୟର ବିଜି: ବଢ଼ିଲା ଚିଟ୍ଫଣ୍ଡ ଆବେଦନ ସମୟ
ପୁଣି ବଢ଼ିଲା ଚିଟ୍ଫଣ୍ଡ ଆବେଦନ ତାରିଖ
ଆବେଦନ କରିବାର ସମୟ ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି
ପ୍ରଥମେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ
ଟଙ୍କା ଫେରାଇବା ପ୍ରକ୍ରିୟା ଜାରି ରଖିବାକୁ ସରକାରଙ୍କ ନିଷ୍ପତ୍ତି
ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାନୁୟାରି ୩୧ ଯାଏଁ ହୋଇଥିଲା ଧାର୍ଯ୍ୟ
ଏବେ ବି ଅନେକ କ୍ଷୁଦ୍ର ଜମାକାରୀ ପାଇନାହାନ୍ତି ଜମାରାଶି
ଅବଶିଷ୍ଟ ଜମାକାରୀଙ୍କ ସୁବିଧା ପାଇଁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରକ୍ରିୟା ସମୟ ବୃଦ୍ଧି
ଜମାକାରୀ ନିଜ କାଗଜପତ୍ର ଦେଖାଇ ଟଙ୍କା ନେବାକୁ ଅର୍ଥ ବିଭାଗର ସୂଚନା
ନିଜ ଜିଲ୍ଲାର ସରକାରୀ ୱେବ୍ସାଇଟ୍ରେ କରିପାରିବେ ଆବେଦନ
ଆବେଦନ ପାଇଁ opid.odisha.gov.in ବ୍ୟବହାର କରିବେ
ନାମ, ଆବେଦନ ନମ୍ବର, ସତ୍ୟପାଠ ନମ୍ବର ଦେଇ ଜାଣିପାରିବେ ଆବେଦନପତ୍ରର ସ୍ଥିତି
ପରିଚୟ ପତ୍ର, ମୂଳ ଜମା ରସିଦ୍, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଆର୍ଆଇଙ୍କୁ ଦେବେ
ଯାଞ୍ଚର ୧୫ ଦିନ ମଧ୍ୟରେ ବ୍ୟାଙ୍କ ଖାତାକୁ ଟଙ୍କା ଆସିବ: ଅର୍ଥ ବିଭାଗ
ଚିଟ୍ଫଣ୍ଡ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ
ଚିଟ୍ଫଣ୍ଡ ଦୁର୍ନୀତି ପାଇଁ ଜଷ୍ଟିସ ଆର.କେ. ପାତ୍ର କମିସନ ଗଠନ କରାଯାଇଥିଲା
ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସରକାର ୩୦୦ କୋଟିର ସ୍ୱତନ୍ତ୍ର ପାଣ୍ଠି ଗଢ଼ିଛନ୍ତି
ଦୋଷୀ କମ୍ପାନିଙ୍କ ଜମି ଓ ସମ୍ପତ୍ତିକୁ ସରକାର ଜବତ କରି ନିଲାମ କରୁଛନ୍ତି
ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (EOW) ମୁଖ୍ୟତଃ ଏହାର ତଦନ୍ତ କରୁଛି
ବଡ଼ ବଡ଼ ସଂସ୍ଥା ଯଥା- ସାରଦା, ସି-ସୋରର ତଦନ୍ତ କରୁଛି ସିବିଆଇ
ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ କଡ଼ା OPID ଆଇନ ଲାଗୁ କରାଯାଇଛି
ଚିଟ୍ଫଣ୍ଡ ମାମଲାର ଶୀଘ୍ର ଶୁଣାଣି ପାଇଁ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା ହୋଇଛି
ଏହି ସ୍କାମରେ ସମ୍ପୃକ୍ତ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଓ କମ୍ପାନି ମାଲିକ ଜେଲ୍ ଯାଇଛନ୍ତି
ସମସ୍ତ ଜମାକାରୀ ଓ ସଂସ୍ଥାର ତଥ୍ୟକୁ ସରକାର ଡିଜିଟାଲାଇଜ୍ କରୁଛନ୍ତି
Follow Us