ଅପର୍ଣ୍ଣା ହତ୍ୟା: ରିମାଣ୍ଡରେ ଯିବ ଦୀପକ! ଶୁଣାଣି ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ କୋର୍ଟରେ କରାଗଲା ହାଜର

Advertisment

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀଙ୍କୁ ବି କରିଥିଲା ହତ୍ୟା । ଇନ୍‌ସୁରାନ୍ସ ଟଙ୍କା ହଡ଼ପ ପାଇଁ ଯୋଜନା ବଦ୍ଧ ଭାବେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀଙ୍କୁ ବି କରିଥିଲା ହତ୍ୟା । ଇନ୍‌ସୁରାନ୍ସ ଟଙ୍କା ହଡ଼ପ ପାଇଁ ଯୋଜନା ବଦ୍ଧ ଭାବେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ

Screenshot 2026-01-05 132145

Photograph: (kanaknews)

କନକବ୍ୟୁରୋ :   କନେଷ୍ଟବଳ ଶୁଭମିତ୍ରା ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀଙ୍କୁ ବି କରିଥିଲା ହତ୍ୟା । ଇନ୍‌ସୁରାନ୍ସ ଟଙ୍କା ହଡ଼ପ ପାଇଁ ଯୋଜନା ବଦ୍ଧ ଭାବେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ। ଏହି ଅଭିଯୋଗରେ ପ୍ରଡକ୍ସନ୍ ୱାରେଣ୍ଟ ବଳରେ ଆଠଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେବ କନଷ୍ଟେବଳ ଦୀପକ ରାଉତ ।  ଆଜି ହାଜର ହେବା ପାଇଁ ଅନୁମତି ଦେଲେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ । 

ଅଧିକ ପଢନ୍ତୁ... ଓମ୍‌ସା ସଂଘର ୨ ଘଣ୍ଟିଆ ଓପିଡି ବନ୍ଦ ପ୍ରସଙ୍ଗ : ସ୍ବାସ୍ଥ୍ୟମନ୍ତ୍ରୀ କହିଲେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ଅଭିଯୁକ୍ତ ଦୀପକକୁ କଡା ସୁରକ୍ଷା ବଳୟରେ ଭୁବନେଶ୍ଵର ଝାରପଡ଼ା ଜେଲ୍‌ରୁ ଆଠଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ହାଜର ପାଇଁ ନିଆଯାଇଛି ।  ଆଠଗଡ଼ କୋର୍ଟରେ ହଜାର ପରେ, ତାକୁ ବିଧିବଦ୍ଧ ଭାବେ ଅପର୍ଣ୍ଣା ହତ୍ୟା ମାମଲାରେ ଗିରଫ କରାଯାଇଥିବା ଅବଗତ କରିବେ ।  କଟକ ଗ୍ରାମାଞ୍ଚଳ ପୁଲିସ ଆବଶ୍ୟକ ପଡ଼ିଲେ ଦୀପକକୁ ରିମାଣ୍ଡରେ ନେଇ ଅଧିକ ଜେରା କରିବ। ବାନ୍ଧବୀ ଶୁଭମିତ୍ରା ହତ୍ୟା ମାମଲାର  ପର୍ଦ୍ଦାଫାଶ ପରେ, ପ୍ରଥମ ପତ୍ନୀ ଅପର୍ଣ୍ଣାକୁ ଦୀପକ ହତ୍ୟା କରିଥିବା ସନ୍ଦେହ ସୃଷ୍ଟି ହୋଇଥିଲା । ଅପର୍ଣ୍ଣାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।  ପରେ ଜଣାପଡ଼ିଥିଲା ଇନ୍‌ସୁରାନ୍ସ ଟଙ୍କା ହଡ଼ପ ପାଇଁ ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେଇଥିଲା ଅଭିଯୁକ୍ତ ଦୀପକ ରାଉତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe