ରାଉଲକେଲା ବୀରମିତ୍ରପୁରରେ ପୁଣି ଲଜ୍ଜା, ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

Advertisment

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ କୁଲଦୀପ ହାସଦାକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ ।

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ କୁଲଦୀପ ହାସଦାକୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ ।

13 year old gir

13 year old gir Photograph: (Google)

କନକ ବ୍ୟୁରୋ: ରାଜ୍ୟରେ ବଢିଚାଲିଛି ଗଣ ଦୁଷ୍କର୍ମ, ଦୁଷ୍କର୍ମ ମାମଲା ।  ଧଉଳି ଲଜ୍ଜାକୁ ଗୋଟିଏ ସପ୍ତାହ ହୋଇ ନଥିବାବେଳେ ରାଉଲକେଲାରେ ପୁଣି ଲଜ୍ଜା ଖବର ସାମ୍ନାକୁ ଆସିଛି  । ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ବୀରମିତ୍ରପୁର ଅଞ୍ଚଳରେ ଘଟିଛି ଏପରି ଘଟଣା । ଘଟଣାରେ ଅଭିଯୁକ୍ତ କୁଲଦୀପ ହାସଦାକୁ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ ।  ରାଜ୍ୟରେ ନାରୀ କେତେ ସୁରକ୍ଷିତ  ସେନେଇ ଉଠିଛି ପ୍ରଶ୍ନ ।  କାରଣ ଏହି କିଛି ଦନ ତଳେ  ଧଉଳି ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି    ।

ଅଧିକ ପଢନ୍ତୁ ;  ନଦୀ ପଠାରେ ଗଣଦୁଷ୍କର୍ମ! ଛାତି ଥରାଇଲା ‘ଧଉଳି’ କାଣ୍ଡ

 ସୂଚନା ମୁତାମକ,  ନିଛାଟିଆ ବାଙ୍କୁଆଳ ନଦୀ ପଠାରେ ୧୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଜଘନ୍ୟ କାଣ୍ଡ ଭିଆଇଥିଲେ ସୈତାନ। ଧଉଳି ବୁଲି ଫେରିବା ବେଳେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକାଇ ଟଙ୍କା ମାଗିଥିଲେ ୫ ଦୁର୍ବୃତ୍ତ। ଟଙ୍କା ନଦେବାରୁ ଅତର୍କିତ ଆକ୍ରମଣ କରିବା ସହ, ଉଭୟଙ୍କୁ ଭିଡ଼ି ନେଇଥିଲେ ନଈପଠାକୁ । ପୁରୁଷ ବନ୍ଧୁଙ୍କ ମୁଣ୍ଡକୁ ପଥରରେ ଛେଚିଥିଲେ ଅତି ନୃଶଂସ ଭାବରେ । ନାବାଳିକା ଜଣକ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବା ସହ ଗୋଡ଼ ଧରି ନେହୁରା ହୋଇଥିଲେ । ହେଲେ ଶାନ୍ତ ପଡ଼ିନଥିଲେ ସଇତାନ। ବର୍ବରତାର ସୀମା ଟପି, ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ମୋବାଇଲରେ ଫଟୋ ଓ ଭିଡିଓ ନେଇଥିଲେ । ମୁହଁ ଖୋଲିଲେ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe