ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳିଦେଲେ: ଜୀବନ ଯିବା ପର୍ଯ୍ୟନ୍ତ ଅପେକ୍ଷା କଲା ହତ୍ୟାକାରୀ

Advertisment

୨୩ ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଭୌମିକଙ୍କୁ ତାଙ୍କ ନିଜ ଦୋକାନରେ ଜୀବନ୍ତ ଜାଳି ଦିଆଯାଇଛି । ଏହି ଘଟଣା ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି

୨୩ ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଭୌମିକଙ୍କୁ ତାଙ୍କ ନିଜ ଦୋକାନରେ ଜୀବନ୍ତ ଜାଳି ଦିଆଯାଇଛି । ଏହି ଘଟଣା ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି

another-hindu-man-burnt

another-hindu-man-burnt Photograph: (Google)

କନକ ବ୍ୟୁରୋ: ବାଂଲାଦେଶରେ ନିର୍ବାଚନୀ ପରିବେଶ ମଧ୍ୟରେସଂଖ୍ୟାଲଘୁଙ୍କ ଉପରେ ପୁଣି ହିଂସା ବୃଦ୍ଧି ପାଇଛି । ସମ୍ପ୍ରତି ଜଣେ ଜମାତ-ଏ-ଇସଲାମି ନେତା ହିନ୍ଦୁ ସାଂସଦମାନଙ୍କୁ ସଂସଦରୁ ବହିଷ୍କାର କରିବାକୁ ଧମକ ଦେଇଥିଲେ । ସେହିପରି ଅନ୍ୟ ଏକ ଦୁଃଖଦ ଘଟଣାରେ ୨୩ ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଭୌମିକଙ୍କୁ ତାଙ୍କ ନିଜ ଦୋକାନରେ ଜୀବନ୍ତ ଜାଳି ଦିଆଯାଇଛି । ଏହି ଘଟଣା ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ଶୁକ୍ରବାର ରାତିରେ ନରସିଣ୍ଡିରେ ଏହି ଘଟଣା ଘଟିଥିଲା।ଚଞ୍ଚଲ ତାଙ୍କ ଦୋକାନରେ ଶୋଇଥିଲେ । ଅଭିଯୋଗ ହୋଇଛି ଯେଆକ୍ରମଣକାରୀ ଦୋକାନର ସଟର ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ହତ୍ୟାକାରୀ ବାହାରେ ଠିଆ ହୋଇ ଚଞ୍ଚଲ ଜଳି ଯାଉଥିବାର ଦେଖୁଥିଲା ।  ତା’ପରେ ସେ ଖସି ପଳାଇ ଯାଇଥିଲା ।  ପରିବାରର ରୋଜଗାରିଆ ପୁଅ ଗଲାଚଞ୍ଚଲ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଥିଲା । ସେ ତାଙ୍କ ଅସୁସ୍ଥ ମାଆଅକ୍ଷମ ବଡ଼ ଭାଇ ଓ ସାନ ଭାଇଙ୍କ ପେଟ ପୋଷୁଥିଲେ ।

ଅଧିକ ପଢନ୍ତୁ:  ରୋହିଙ୍ଗ୍ୟାଙ୍କୁ ବଙ୍ଗାଳୀ କୁହାଯିବା ପ୍ରସଙ୍ଗ, ଅନ୍ତର୍ଜାତୀୟ କୋର୍ଟରେ ପ୍ରତିବାଦ କଲା ବାଂଲାଦେଶ

ସ୍ଥାନୀୟ ଲୋକଙ୍କ ଅନୁଯାୟୀସେ ଅତ୍ୟନ୍ତ ପରିଶ୍ରମୀ ଓ ସରଳ ସ୍ବଭାାବର ଥିଲେ । କାହା ପ୍ରତି ତାଙ୍କର କୌଣସି ଶତ୍ରୁତା ନଥିଲା । ପରିବାର ପକ୍ଷରୁ କୁହାଯାଇଛିହତ୍ୟାକାଣ୍ଡ ଯୋଜନାବଦ୍ଧ ଥିବା ଓ ଧାର୍ମିକ ଘୃଣା ଯୋଗୁ ହୋଇଥାଇପାରେ । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାର ଏହା ପ୍ରଥମ ଘଟଣା ନୁହେଁପୂର୍ବରୁ ଦୀପୁ ଚନ୍ଦ୍ର ଦାସ ଓ ଖୋକନ ଚନ୍ଦ୍ର ଦାସଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା । ଗତ କିଛି ମାସ ମଧ୍ୟରେ ଅନେକ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି । ସରକାରୀ ସୂତ୍ର ଅନୁଯାୟୀ ଏପରି କାର୍ଯ୍ୟ ନିର୍ବାଚନ ରାଜନୀତିରେ ମୌଳବାଦ ପ୍ରବେଶ କରାଇବାର ଏକ ପ୍ରୟାସଯାହା ସମାଜକୁ ଧ୍ରୁବୀକରଣ କରିପାରେ ଓ ଦେଶରେ ଅସ୍ଥିରତା ବୃଦ୍ଧି କରିପାରେ ।ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ କୌଣସି ସ୍ଥାନ ନାହିଁବରଗୁନା-୨ ଆସନରୁ ଜମାତ-ଏ-ଇସଲାମି ପ୍ରାର୍ଥୀ ଅଫଜଲ ହୁସେନ ଏକ ନିର୍ବାଚନୀ ରାଲିରେ କହିଥିଲେଯେଉଁ ଦେଶରେ ୮୦ ପ୍ରତିଶତ ଜନସଂଖ୍ୟା ମୁସଲିମ୍ସେଠାରେ ସଂସଦରେ କୌଣସି ଅଣ-ମୁସଲିମ୍‌ଙ୍କ ପାଇଁ ସ୍ଥାନ ରହିବା ଉଚିତ ନୁହେଁ।ଆମ ସରକାର ଆସିଲେ ଚୋରଙ୍କ ହାତ କଟାଯିବସେ ସମବେତ ଜନତାଙ୍କୁ ପଚାରିଥିଲେତୁମେ କୋରାନ ଚାହୁଁଛ ନା ପଥରୁ ବିଚ୍ୟୁତି ହେବାକୁ ଚାହୁଁଛସେ ଦାବି କରିଥିଲେ ଯେତାଙ୍କ ଦଳ ବାଂଲାଦେଶରେ କୋରାନ-ଆଧାରିତ ଶାସନ କାର୍ଯ୍ୟକାରୀ କରିବ । ହୁସେନ ଏକ ସମ୍ବିଧାନର ଆଇନକୁ ଖଣ୍ଡନ କରି କରି ଚୋରଙ୍କ ହାତ କାଟିବା ଭଳି ଦଣ୍ଡକୁ ଯଥାର୍ଥ ବୋଲି କହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe