କନକ ବ୍ୟୁରୋ: ସିନ୍ଧୁ ଜଳ ଚୁକ୍ତିକୁ ନେଇ ପାକିସ୍ତାନକୁ ଭାରତର ଶକ୍ତ ଝଟକା ।  ସିନ୍ଧୁ ଜଳ ଚୁକ୍ତିର ସଂଶୋଧନ ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ ନୋଟିସ ଜାରି କରାଯିବା ପରେ ଏବେ ପଡ଼ୋଶୀ ଦେଶକୁ ଆଉ ଏକ ବଡ଼ ଝଟକା ଲାଗିଛି । ଭାରତ ଚେନାବ ନଦୀ ଉପରେ ଏକ ନୂତନ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବାକୁ ଘୋଷଣା କରିଛି । ଜମ୍ମୁ-କାଶ୍ମୀରର କିଶ୍ୱାଡ଼ ଜିଲ୍ଲାରେ ଚେନାବ ନଦୀ ଉପରେ ବୃହତ ପ୍ରକଳ୍ପ ନିର୍ମିତ ହେବାକୁ ଯାଉଛି, ଯାହା ଭାରତର ରଣନୈତିକ ଶକ୍ତିକୁ ଆହୁରି ମଜବୁତ କରିବ । ପ୍ରକଳ୍ପ ଦ୍ୱାରା ଭାରତ ନିଜର ଜଳ ସମ୍ପଦକୁ ସଠିକ୍ ଭାବେ ବ୍ୟବହାର କରିବା ସହ ବିଦ୍ୟୁତ ଉତ୍ପାଦନ କ୍ଷମତା ବୃଦ୍ଧି କରିପାରିବ ।

Advertisment

ଅଧିକ ପଢନ୍ତୁ : ପୁଟିନଙ୍କ ବାସଭବନ ଉପରେ ୟୁକ୍ରେନୀୟ ଡ୍ରୋନ ମାଡ଼: ଘଟଣାକୁ ନିନ୍ଦା କଲା ପାକିସ୍ତାନ, ପ୍ରତିଶୋଧ ନେବ କହିଲା ଋଷ

ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ଚେନାବ ନଦୀର ଜଳ ଉପରେ ପାକିସ୍ତାନର ଅଧିକାର ରହିଥିଲେ ମଧ୍ୟ ଭାରତ ସେଠାରେ 'ରନ୍-ଅଫ୍-ଦି-ରିଭର' ପ୍ରକଳ୍ପ ନିର୍ମାଣ କରିବାକୁ ସମ୍ପୂର୍ଣ୍ଣ ହକଦାର । ଭାରତର ଏହି ପଦକ୍ଷେପ ପାକିସ୍ତାନ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି, କାରଣ ଏହାଦ୍ୱାରା ନଦୀ ଜଳର ନିୟନ୍ତ୍ରଣ ଭାରତ ହାତକୁ ଆସିବା ସହ ପାକିସ୍ତାନକୁ ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡିପାରେ । ବାରମ୍ବାର ସୀମାପାର ଆତଙ୍କବାଦକୁ ନେଇ ଭାରତ ଏବେ ଜଳ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ସ୍ପଷ୍ଟ ଜଣାପଡୁଛି ।
ଚେନାବ ନଦୀରେ ଭାରତର ବଡ଼ ପ୍ରକଳ୍ପ
ଚିନ୍ତାରେ ପାକିସ୍ତାନ!
ଚେନାବ ନଦୀର ଜଳ ପ୍ରବାହ ଭାରତ ଦ୍ୱାରା ନିୟନ୍ତ୍ରିତ ହେବା ଫଳରେ ପାକିସ୍ତାନରେ ଜଳ ସଙ୍କଟ ଦେଖାଦେଇପାରେ 
ପାକିସ୍ତାନର ପ୍ରାୟ ୮୦% ଚାଷଜମି ନଦୀ ଉପରେ ନିର୍ଭର କରେ
କୃଷି ଉତ୍ପାଦନ ହ୍ରାସ ପାଇବା ଯୋଗୁଁ ପାକିସ୍ତାନର ଦୁର୍ବଳ ଅର୍ଥନୀତି ଆହୁରି ଭୁଶୁଡ଼ି ପଡ଼ିବାର ଆଶଙ୍କା 
ପାକିସ୍ତାନ ନିଜର ବିଦ୍ୟୁତ ପ୍ରକଳ୍ପ ପାଇଁ ଚେନାବ ନଦୀ ଉପରେ ନିର୍ଭରଶୀଳ
ଭାରତ ଚାହିଲେ ନଦୀର ଜଳ ପ୍ରବାହକୁ ହ୍ରାସ କିମ୍ବା ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରି ପାକିସ୍ତାନକୁ ଅଡ଼ୁଆରେ ପକାଇପାରେ