ଏଏନଏମ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପରେ ବାତିଲ, ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀଙ୍କ ହଟ୍ଟଗୋଳ

Advertisment

ବିଧାନସଭାରେ ବିଧାୟକ ସନ୍ତୋଷ ଖଟୁଆଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ତାତିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ଉଭୟ ଦଳର ବିଧାୟକ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସନ୍ତୋଷ ଖଟୁଆଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ  ନିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ, ମୁଖ୍ୟ ସଚେତକ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଭାସ୍କର ମଢେଇ ଓ ଉପାସନା ମହାପାତ୍ରଙ୍କୁ ବାହାରକୁ ଯାଇ ଉଭୟ ଦଳ ନେତୃତ୍ୱଙ୍କୁ ଡାକି ଆଣିବାକୁ କହିଥିଲେ ବାଚସ୍ପତି ସୁରମା ପାଢୀ । ଏହାର କିଛି ସମୟ ପରେ ଗୃହକୁ ବିରୋଧୀ ଆସିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ।

anm

କନକ ବ୍ୟୁରୋ : ଏଏନଏମ ପ୍ରଶ୍ନପତ୍ର ଭାଇରାଲ ଘଟଣା। ବାତିଲା ହେଲା ଦ୍ବିତୀୟ ବର୍ଷ ପ୍ରଥମ ପରୀକ୍ଷା। ପରୀକ୍ଷା ଆରମ୍ଭର ୧୫ ମିନିଟ୍ ପରେ ଉତ୍ତର ଖାତା ଛଡାଇନେଲେ ପରୀକ୍ଷକ । ପରୀକ୍ଷା ଦେଇ ନପାରିବାରୁ ମାଲକାନଗିରିରେ କାନ୍ଦି କାନ୍ଦି ନୟାନ୍ତ ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କଲେ ମାଲକାନଗିରି ସରକାରୀ ଏଏନଏମ୍ କଲେଜ ଅଧ୍ୟକ୍ଷା । ଯଦି ଭାଇରାଲ ହୋଇନାହିଁ ତେବେ କାହିଁକି ପରୀକ୍ଷା ବାତିଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ଏହି ପ୍ରସଙ୍ଗ ଏବେ ଗୃହରେ ଉଠିଛି। ପଏଣ୍ଟ ଅଫ୍ ଅର୍ଡର ଜରିଆରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉଠାଇଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ବିରୋଧୀ ବିଜେଡି ଓ କଂଗ୍ରେସ ଗୃହରେ ନାରାବାଜି କରିଛନ୍ତି। ବାଚସ୍ପତିଙ୍କ ରୁଲିଂ ଦାବି କରି ବିରୋଧୀ ଗୃହରେ ହୋ ହଲ୍ଲା କରିଛନ୍ତି ।

ଅଧିକ ପଢ଼ନ୍ତୁ :  ଜୋର ଧରିଲା ପାଉଁଶ ରାଜନୀତି ; ବିଧାୟକ-ପୂର୍ବତନ ବିଧାୟକ ମୁହାଁମୁହିଁ

ସେପଟେ ବିଧାନସଭାରେ ବିଧାୟକ ସନ୍ତୋଷ ଖଟୁଆଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ତାତିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ଉଭୟ ଦଳର ବିଧାୟକ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସନ୍ତୋଷ ଖଟୁଆଙ୍କ ବିରୋଧରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ  ନିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ, ମୁଖ୍ୟ ସଚେତକ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଭାସ୍କର ମଢେଇ ଓ ଉପାସନା ମହାପାତ୍ରଙ୍କୁ ବାହାରକୁ ଯାଇ ଉଭୟ ଦଳ ନେତୃତ୍ୱଙ୍କୁ ଡାକି ଆଣିବାକୁ କହିଥିଲେ ବାଚସ୍ପତି ସୁରମା ପାଢୀ । ଏହାର କିଛି ସମୟ ପରେ ଗୃହକୁ ବିରୋଧୀ ଆସିବା ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଅଧିକ ପଢ଼ନ୍ତୁ :  ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ଖରାପ ; ହସ୍ପିଟାଲ ଏବେ ଭୂତକୋଠିରେ ପରିଣତ

ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ନୀଳଗିରି ଦୁର୍ଗାମଣ୍ଡପ ଛକ ନିକଟରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛି ନୀଳଗିରି ବିଜୁ ଜନତା ଦଳ । ପବିତ୍ର ଗୃହ ବିଧାନସଭା ଭିତରେ ଦେଶର ବିଭାଜନ ପାଇଁ ତୁମ ଗାନ୍ଧୀ ଦାୟୀ ବୋଲି ବିରୋଧି ଦଳକୁ କହିଥିଲେ ବିଧାୟକ । ଯାହାର ପ୍ରତିବାଦରେ ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe