କନକ ବ୍ୟୁରୋ :ଏମିତି ଏକ ପରିବାର ତାଙ୍କ ପାଇଁ ଆବାସ ଯୋଜନା ସାତ ସପନ , ଏକାଠି ରହୁଛନ୍ତି ମଣିଷ-ଛେଳି । ଅତିଦୟନୀୟ ସ୍ଥିତିରେ କଟୁଛି ଜୀବନ । ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଅତି ଦୁର୍ଦ୍ଦିନରେ କାଳ କାଟୁଉଛନ୍ତି ଛଅ ପ୍ରାଣୀ ପରିବାର । ଛେଳି ଗୁହାଳରେ ମଣିଷ , ଛେଳିଙ୍କ ମଝିରେ ଖିଆ ପିଆ ଆଉ ଶୁଆବସା । ଅଣ୍ଟାରେ କାଣିକଉଡ଼ିଟିଏ ନାହିଁ । ମୂଲ ଲାଗିଲେ ୬ ପ୍ରାଣୀଙ୍କ ମୁହଁକୁ ଦାନା ଯାଏ । ଯେଉଁଦିନ କାମ ନାହିଁ, ସେଦିନ ଦାନା ମିଳିବା ବି ବଡ଼ କଷ୍ଟ । ଏଭଳି ସ୍ଥିତିରେ ନିଜ ଖର୍ଚ୍ଚର ଚାଳ ଛପର ଘରଟିଏ ବି କରିବା ସମ୍ଭବ ନୁହେଁ । ତେଣୁ ଛେଳି ସହ ଗୋଟିଏ କୁଡ଼ିଆରେ ରହୁଛନ୍ତି ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅନ୍ତର୍ଗତ ଶରଧାପୁର ଗାଁର ବାସନ୍ତୀ ନାଏକଙ୍କ ପରିବାର ।
ଅଧିକ ପଢ଼ନ୍ତୁ--ରାସନ୍କାର୍ଡଧାରୀଙ୍କ ପାଇଁ ଖୁସି ଖବର ; ବଢ଼ିଲା ଇ-କେୱାଇସି ଅପଡେଟ୍ ଅବଧି
ନିଜ ଅକ୍ଷମତାକୁ ପରିପ୍ରକାଶ କରି ଅନେକ ଥର ସରକାରୀ ଯୋଜନାରେ ଆବାସଟିଏ ପାଇଁ ଗୁହାରି କରିଛନ୍ତି ବାସନ୍ତୀ । ସରପଞ୍ଚ ଓ ଜିଲ୍ଲାପାଳଙ୍କୁ ବି ଜଣାଇଛନ୍ତି ହେଲେ ଗରିବ ଲୋକଙ୍କୁ ପଚାରେ କିଏ । ବିଭାଗୀୟ ବାବୁ, କି ଜନପ୍ରତିନିଧି କାହାରି କାନକୁ ଶୁଭୁନି କି ଆଖିକୁ ଦେଖାଯାଉନି ! ଏମାନଙ୍କ ଯନ୍ତ୍ରଣା। ତେଣୁ ବର୍ଷା, ଶୀତ ଖରା ସବୁ ସମୟ ଏଇ କୁଡ଼ିଆରେ କାଟିବାକୁ ବାଧ୍ୟ ହେଉଛନ୍ତି ଏହି ପରିବାର। ଅନୁଗୋଳ ଭଳି ଶିଳ୍ପ ବହୁଳ ଜିଲ୍ଲାରୁ କୋଟି କୋଟି ଟଙ୍କା ରାଜସ୍ବ ନେଉଛନ୍ତି ସରକାର । କିନ୍ତୁ ଏଠିକାର ଅସହାୟ ବାସହରା ଲୋକଙ୍କ ପାଇଁ କାହାରି ଦରଦ ନାହିଁ। ଫଳରେ ଜିଲ୍ଲାରେ ଦିଗହରା ଆବାସ ଯୋଜନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/02/odisha-2025-11-02-17-57-26.png)