karanjguda struggle Photograph: (KanaKnews)
କନକ ବ୍ୟୁରୋ: କାଲିମେଳା ସଦରମହକୁମା ଠାରୁ ପ୍ରାୟ ୧୫ କିମି ଦୂର ଗଲେ ପାହାଡ଼ ପାଦଦେଶରେ ପଡ଼ିବ କରଞ୍ଜଗୁଡ଼ା । ବିକାଶ କ’ଣ ଏ ଗାଁ ଜାଣିନି। ଶିକ୍ଷା ଏଠି ବିପର୍ଯ୍ୟସ୍ତ । ଭଙ୍ଗା ଅଙ୍ଗନବାଡ଼ି ଘରେ ଗଢ଼ା ହୁଏ ଭବିଷ୍ୟତ । ଗାଁରେ ପ୍ରାଥମିକ ବିଦ୍ୟାଳୟ ବି ନାହିଁ । ପାଠପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦୂରଦରାନ୍ତରେ ଥିବା ସ୍କୁଲ କିମ୍ବା ହଷ୍ଟେଲରେ ରହିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।
ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା: ନାହିଁ ସ୍କୁଲ ଘର, ବାରଣ୍ଡାରେ ପଢୁଛନ୍ତି ପ୍ରଥମର ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ
ବିଶୁଦ୍ଧ ପାଣି ବି ଏ ଗାଁ ପାଇଁ ସାତ ସପନ । ୨ଟି ନଳକୂପରୁ ଗୋଟିଏ ଅଚଳ । ଆଉ ଗୋଟିଏରୁ ବାହାରୁଛି ଲୌହଯୁକ୍ତ ପାଣି । ଅନ୍ୟ କିଛି ବିକଳ୍ପ ନପାଇ ସେହି ପାଣି ପିଇ ଲୋକେ ରୋଗାଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଗାଁରେ ପରଜା ସମ୍ପ୍ରଦାୟର ୧୬ ପରିବାର ବାସ କରୁଛନ୍ତି । ଏଥିରୁ ୭ଟି ପରିବାରକୁ ଆଜବେଷ୍ଟସ୍ ନିର୍ମିତ ଆବାସ ଘର ଯୋଗାଯାଇଛି ଅବଶିଷ୍ଟ ୯ ପରିବାର ଏବେ ବି ଭଙ୍ଗା ଦଦରା ଘରେ ପଡ଼ିରହିଛନ୍ତି ।
ସ୍କୁଲ ଯିବାକୁ ରାସ୍ତା ଅପେକ୍ଷା ପିଲା, ବସ୍ ଫି ଦେଇନଥିବାରୁ ଉଠାଇଲା ନାହିଁ ସ୍କୁଲ ବସ।
ରାସ୍ତା କଥା ତ’ ନ କହିବା ଭଲ । ତେବେ ଖୁବଶୀଘ୍ର କାଗଜପତ୍ର ଯାଞ୍ଚ କରି ଆବାସ ଯୋଜନାରେ ଘର ଯୋଗାଇବା ସହ ପାନୀୟ ଜଳ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ତେଲେରାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ।
Follow Us