Kotia Odisha Photograph: (KanakNews)
କନକ ବ୍ୟୁରୋ: କୋଟିଆର ଉପରସେମ୍ବିରେ ଆନ୍ଧ୍ର ସମର୍ଥକଙ୍କ ବୈଠକ । ଯୋଗଦେଲେ ୧୨ଖଣ୍ଡ ଗାଁର ମୁଖିଆ ଓ ଗ୍ରାମବାସୀ । ଗଣତନ୍ତ୍ର ଦିବସ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କୋଟିଆ ଗସ୍ତରେ ଯାଇ ଆନ୍ଧ୍ରକୁ କଡ଼ା ଜବାବ ଦେଇଥିଲେ। ଏହାକୁ ବିରୋଧ କରି ମଙ୍ଗଳବାର ଆନ୍ଧ୍ରର ଜନସେବା ଦଳ କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମରେ ବୈଠକ କରିଛନ୍ତି। ବୈଠକରେ ୧୨ ଖଣ୍ଡ ଗାଁର ମୁଖିଆ ଓ ଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଅବସରରେ ଜନସେବା ଦଳ ବିବାଦୀୟ ଗାଁକୁ ନିଜର ବୋଲି ଦାବି କରିଛି ।
ଅଧିକ ପଢନ୍ତୁ: ଆନ୍ଧ୍ରର ତୁଟୁନି କୋଟିଆ ମୋହ : ଲୋଭନୀୟ ପ୍ରତିଶ୍ରୃତି ଦେଇ କରୁଛି ନିଜର
ଆନ୍ଧ୍ର ଜନସେବା ଦଳ କହିଛି, ସୀମାନ୍ତର ୧୨ ଖଣ୍ଡ ଗ୍ରାମବାସୀ ଆନ୍ଧ୍ର ସହିତ ରହିଛନ୍ତି। ସୀମା ବିବାଦ ନ୍ୟାୟାଳୟରେ ବିଚାରାଧୀନ ରହିଥିଲେ ହେଁ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧି କାହିଁକି ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛନ୍ତି? ଓଡ଼ିଶାର ଏପରି କାର୍ଯ୍ୟକୁ ଗ୍ରାମବାସୀ ପସନ୍ଦ କରୁନାହାନ୍ତି । ଓଡ଼ିଶା ପ୍ରଶାସନ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇନବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ, କୋଟିଆର ୩୦ ଖଣ୍ଡ ଗାଁକୁ ବିଦ୍ୟୁତ୍ ଯୋଗାଇବା ପାଇଁ ଉପରସେମ୍ବିରେ ଓଡ଼ିଶା ବିଦ୍ୟୁତ୍ ବିଭାଗ ସବ୍ଷ୍ଟେସନ୍ ନିର୍ମାଣ ଯୋଜନା କରିଛି। ଯାହାର ଶିଳାନ୍ୟାସ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଯୋଗ ଦେବା ପୂର୍ବରୁ ଆନ୍ଧ୍ରର ପ୍ରରୋଚନାରେ ଟେଣ୍ଟ ଭାଙ୍ଗି ଦେଇଥିଲେ ସ୍ଥାନୀୟ ଅଞ୍ଚଳବାସୀ ।
Follow Us