କନକ ବ୍ୟୁରୋ: କୋଟିଆର ଉପରସେମ୍ବିରେ ଆନ୍ଧ୍ର ସମର୍ଥକଙ୍କ ବୈଠକ । ଯୋଗଦେଲେ୧୨ଖଣ୍ଡ ଗାଁର ମୁଖିଆ ଓ ଗ୍ରାମବାସୀ । ଗଣତନ୍ତ୍ର ଦିବସ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓକୋଟିଆ ଗସ୍ତରେ ଯାଇ ଆନ୍ଧ୍ରକୁ କଡ଼ା ଜବାବ ଦେଇଥିଲେ। ଏହାକୁ ବିରୋଧ କରି ମଙ୍ଗଳବାର ଆନ୍ଧ୍ରର ଜନସେବାଦଳ କୋଟିଆ ପଞ୍ଚାୟତର ଉପରସେମ୍ବି ଗ୍ରାମରେ ବୈଠକ କରିଛନ୍ତି। ବୈଠକରେ ୧୨ ଖଣ୍ଡ ଗାଁର ମୁଖିଆ ଓଗ୍ରାମବାସୀ ସାମିଲ ହୋଇଥିଲେ । ଏହି ଅବସରରେ ଜନସେବା ଦଳ ବିବାଦୀୟ ଗାଁକୁ ନିଜର ବୋଲି ଦାବି କରିଛି ।

Advertisment

ଅଧିକ ପଢନ୍ତୁ: ଆନ୍ଧ୍ରର ତୁଟୁନି କୋଟିଆ ମୋହ : ଲୋଭନୀୟ ପ୍ରତିଶ୍ରୃତି ଦେଇ କରୁଛି ନିଜର

ଆନ୍ଧ୍ର ଜ‌ନସେବା ଦଳ କହିଛି, ସୀମାନ୍ତର ୧୨ ଖଣ୍ଡ ଗ୍ରାମବାସୀ ଆନ୍ଧ୍ର ସହିତ ରହିଛନ୍ତି। ସୀମା ବିବାଦନ୍ୟାୟାଳୟରେ ବିଚାରାଧୀନ ରହିଥିଲେ ହେଁ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନପ୍ରତିନିଧିକାହିଁକି ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛନ୍ତି? ଓଡ଼ିଶାର ଏପରି କାର୍ଯ୍ୟକୁଗ୍ରାମବାସୀ ପସନ୍ଦ କରୁନାହାନ୍ତି । ଓଡ଼ିଶା ପ୍ରଶାସନ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ଏ ସଂକ୍ରାନ୍ତରେପଦକ୍ଷେପ ନେବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇନବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, କୋଟିଆର ୩୦ ଖଣ୍ଡ ଗାଁକୁ ବିଦ୍ୟୁତ୍‌ ଯୋଗାଇବାପାଇଁ ଉପରସେମ୍ବିରେ ଓଡ଼ିଶା ବିଦ୍ୟୁତ୍‌ ବିଭାଗ ସବ୍‌ଷ୍ଟେସନ୍‌ ନିର୍ମାଣ ଯୋଜନା କରିଛି। ଯାହାରଶିଳାନ୍ୟାସ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ‌ଯୋଗ ଦେବା ପୂର୍ବରୁ ଆନ୍ଧ୍ରର ପ୍ରରୋଚନାରେ ଟେଣ୍ଟ ଭାଙ୍ଗିଦେଇଥିଲେ ସ୍ଥାନୀୟ ଅଞ୍ଚଳବାସୀ