ଜମ୍ମୁ ଶ୍ରୀନଗର ନୌଗାମ୍ ପୁଲିସ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ: ୭ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଗୁରୁତର

Advertisment

ଏଫଏସ୍‌ଏଲ୍ ପାଇଁ ନମୁନା ସଂଗ୍ରହ ବେଳେ ବିସ୍ଫୋରଣ ସୂଚନା

ଏଫଏସ୍‌ଏଲ୍ ପାଇଁ ନମୁନା ସଂଗ୍ରହ ବେଳେ ବିସ୍ଫୋରଣ ସୂଚନା

jammu-kashmir

jammu-kashmir Photograph: (KanakNews)

କନକ ବ୍ୟୁରୋ: ଜମ୍ମୁ ଶ୍ରୀନଗର ନୌଗାମ୍ ପୁଲିସ ଷ୍ଟେସନରେ ବଡ଼ ଧରଣର ବିସ୍ଫୋରଣ । ୭ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଗୁରୁତର ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ବିସ୍ଫୋରଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ବିରାଟ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା, ଯାହା କିଲୋମିଟର ଦୂର ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇଥିଲା । ପୁଲିସ ଷ୍ଟେସନ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିଲା, ଅନେକ ଯାନବାହନ ନିଆଁରେ ପୋଡ଼ି ଯାଇଥିଲା । 

ଏପରିକି ମଣିଷ ଶରୀରର ବିଭିନ୍ନ ଅଙ୍ଗ କିଛି ଦୂରଯାଏ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀ ସୂଚିତ କରୁଛନ୍ତି ଯେ ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ନିଆଁ ଏବଂ ଧୂଆଁର ବଳୟ ଆକାଶକୁ ଉଠିଥିଲା । ଛୋଟ ଛୋଟ ବିସ୍ଫୋରଣର ଲଗାତାର ସିରିଜ୍ ଯୋଗୁଁ ଉଦ୍ଧାରକାରୀ ଦଳଗୁଡ଼ିକୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଅଞ୍ଚଳରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକୁ କଡ଼ାକଡି କରାଯାଇଛି । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । 

ଅଧିକ ପଢନ୍ତୁ: Delhi Terror Blast : “ଦେଶ ଏବେ ସୁରକ୍ଷିତ ହାତରେ ନାହିଁ”

ତଦନ୍ତକାରୀ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଦୁଇଟି ପ୍ରମୁଖ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛନ୍ତି। ଅବହେଳା ସହିତ ଆତଙ୍କବାଦୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ ନେଇ ମଧ୍ୟ ତଦନ୍ତ କରାଯାଉଛି। ପୋଲିସ ଷ୍ଟେସନ ଭିତରେ ଗଚ୍ଛିତ ପ୍ରାୟ ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ବିସ୍ଫୋରକ ସାମଗ୍ରୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଲ୍‌ କରାଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।

ଅଧିକ ପଢନ୍ତୁ: ଅମର ହେବାକୁ … ନିଜ ପାଇଁ କବର ଖୋଳୁଛନ୍ତି ମୁନୀର

ସେହିପରି ଥାନା ପରିସରରେ ପାର୍କିଂ ହୋଇଥିବା ଏକ ଜବତ କାରରେ ଏକ ଆଇଇଡି ଲଗାଯାଇଥିଲା ଏବଂ ଏହାର ବିସ୍ଫୋରଣରେ ଆମୋନିୟମ୍ ନାଇଟ୍ରେଟରର ଏକ ବଡ଼ ପରିମାଣର ବିସ୍ଫୋରଣ ହୋଇଥିଲା ବୋଲି ମଧ୍ୟ କୁହାଯାଉଛି। ସେପଟେ ଜୈଶ-ଏ-ମହମ୍ମଦ ସହିତ ଜଡିତ ଏକ ଛାୟା ଗୋଷ୍ଠୀ ପିଏଏଫ୍ଏଫ୍ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି, ଯାହାର ସତ୍ୟତା ଏବେ ତଦନ୍ତାଧୀନ ରହିଛି। କିଛିଦିନ ତଳେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାରେ କାର୍ ବିସ୍ଫୋରଣ ପରେ ପୁଣିଥରେ ଏହି ଘଟଣା ଦେଶକୁ ଦୋହଲାଇ ଦେଇଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe