RoadProblem Photograph: (KanakNews)
କନକ ବ୍ୟୁରୋ: ବର୍ଷେ ବି ଗଲାନି ୮ କୋଟି ଟଙ୍କାର ରାସ୍ତା । ମଝିରୁ ଫାଟି ଦୁଇଫାଳ ହୋଇଗଲା । ୧୦୦ ମିଟର ପର୍ଯ୍ୟନ୍ତ ୪ଫୁଟ ଦବିଗଲା ପୁର୍ତ୍ତ ବିଭାଗ ରାସ୍ତା । ପ୍ରାୟ ୮ ମାସ ତଳେ ୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ରାସ୍ତା ଦବିଯିବା ପରେ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଛି । ଦୁଇଟି ପଞ୍ଚାୟତର ହଜାର ହଜାର ଲୋକ ସମସ୍ୟା ଭୋଗୁଛନ୍ତି । ନିମ୍ନମାନର ରାସ୍ତାକାମ ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ ।
ବିଧାନସଭାରେ ଶୋକପ୍ରସ୍ତାବ ଆଗତ; ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଲେ...
କେନ୍ଦ୍ରାପଡା ଜିଲ୍ଲା ବଡକୁଳ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ବାଲିକୁଦା-ଗୋବର୍ଦ୍ଧନପୁର ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ୫ କିଲୋମିଟର ରାସ୍ତା ଦହିମାଛ ମଠ ନିକଟରେ ୪ ଫୁଟ୍ ତଳକୁ ଦବିଯାଇଛି । ଫଳରେ ଦୁଇଟି ପଞ୍ଚାୟତର ହଜାର ହଜାର ଲୋକ ଯାତାୟତ ପାଇଁ ଅସୁବିଧା ଭୋଗୁଛନ୍ତି । ରାସ୍ତାର ଗୋଟିଏ ପାର୍ଶ୍ବରେ ଚାଷଜମି ରହିଥିବା ବେଳେ ଅନ୍ୟ ପାର୍ଶ୍ବରେ ଏକ ପାଟନାଳି ରହିଛି । ନିମ୍ନମାନର କାମ ଯୋଗୁ ରାସ୍ତାଟି ଫାଟି ଦବିଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକେ । ବିଭାଗୀୟ ଅଧିକାରୀ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ମରାମତି ଆରମ୍ଭ କରିଛନ୍ତି ।
Follow Us