‘ମିସନ ବେଙ୍ଗଲ’ ପାଇଁ ଶାହଙ୍କ ମାଷ୍ଟରପ୍ଲାନ; RSS ସହ ମିଶି କରିଛନ୍ତି ଏମିତି ଋଣନୀତି

Advertisment

ଆଗାମୀ ନିର୍ବାଚନରେ ହିନ୍ଦୁତ୍ୱ ଏଜେଣ୍ଡା, ଅନୁପ୍ରବେଶ ଏବଂ ମମତା ବାନାର୍ଜୀଙ୍କ ତୁଷ୍ଟୀକରଣ ରାଜନୀତିକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବାକୁ ଯୋଜନା ରଖିଛି । ଆରଏସ୍‌ଏସ୍‌ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ଶାହ କେଶବ ଭବନ ଗସ୍ତ କରି ମିଳିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଉଛନ୍ତି ।

ଆଗାମୀ ନିର୍ବାଚନରେ ହିନ୍ଦୁତ୍ୱ ଏଜେଣ୍ଡା, ଅନୁପ୍ରବେଶ ଏବଂ ମମତା ବାନାର୍ଜୀଙ୍କ ତୁଷ୍ଟୀକରଣ ରାଜନୀତିକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବାକୁ ଯୋଜନା ରଖିଛି । ଆରଏସ୍‌ଏସ୍‌ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ଶାହ କେଶବ ଭବନ ଗସ୍ତ କରି ମିଳିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଉଛନ୍ତି ।

Amit Saha

Amit Saha Photograph: (kanak news)

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ କରିବାକୁ ତିନି ଦିନିଆ କୋଲକାତା ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ଦଳର ସାଙ୍ଗଠନିକ ଶକ୍ତି ଓ ଦୁର୍ବଳତାର ସମୀକ୍ଷା କରିବା ସହ ବିଭିନ୍ନ ସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା କରି ସିଧାସଳଖ ଫିଡ୍‌ବ୍ୟାକ ନେଉଛନ୍ତି । ବିଶେଷ କରି ମତୁଆ ସମ୍ପ୍ରଦାୟର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେ SIR ସମ୍ପର୍କିତ ଭ୍ରାନ୍ତ ଧାରଣା ଦୂର କରିବାକୁ ଚେଷ୍ଟା କରିଛନ୍ତି ଏବଂ ଏହି ସମ୍ପ୍ରଦାୟ ମଧ୍ୟରେ କୌଣସି ଅସୁରକ୍ଷିତ ଭାବ ନଥିବା ସ୍ପଷ୍ଟ କରିଛନ୍ତି । 

ଆଗାମୀ ନିର୍ବାଚନରେ ହିନ୍ଦୁତ୍ୱ ଏଜେଣ୍ଡା, ଅନୁପ୍ରବେଶ ଏବଂ ମମତା ବାନାର୍ଜୀଙ୍କ ତୁଷ୍ଟୀକରଣ ରାଜନୀତିକୁ ବିଜେପି ମୁଖ୍ୟ ପ୍ରସଙ୍ଗ କରିବାକୁ ଯୋଜନା ରଖିଛି । ଆରଏସ୍‌ଏସ୍‌ ସହିତ ଉତ୍ତମ ସମନ୍ୱୟ ରକ୍ଷା କରିବା ପାଇଁ ଶାହ କେଶବ ଭବନ ଗସ୍ତ କରି ମିଳିତ ଭାବେ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଉଛନ୍ତି । ମମତା ବାନାର୍ଜୀଙ୍କ ସାଂସ୍କୃତିକ କାର୍ଡକୁ କାଉଣ୍ଟର କରିବା ପାଇଁ ଶାହ ଇସ୍କନ, ବେଲୁର ମଠ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ବାସଭବନ ପରିଦର୍ଶନ କରି ବଙ୍ଗାଳୀଙ୍କ ଧାର୍ମିକ ଓ ସାଂସ୍କୃତିକ ଭାବନା ସହ ଯୋଡ଼ି ହେବାକୁ ଚେଷ୍ଟା କରୁଛନ୍ତି । 

ଅଧିକ ପଢ଼ନ୍ତୁ---ଚୀନର ଦାବି, ଭାରତର ମନା: ପାକିସ୍ତାନ ସହ ଯୁଦ୍ଧ ବିରତି ଘୋଷଣା ନେଇ ଚୀନକୁ ଏମିତି କହିଲା ଭାରତ

ଏଥିସହିତ ତୃଣମୂଳ କଂଗ୍ରେସ ସରକାରର ଦୁର୍ନୀତି ଏବଂ ଜେଲରେ ଥିବା ସେମାନଙ୍କ ନେତାଙ୍କ ପ୍ରସଙ୍ଗକୁ ବିଜେପି ଏକ ବଡ଼ ନିର୍ବାଚନୀ ଅସ୍ତ୍ର ଭାବେ ବ୍ୟବହାର କରିବ ବୋଲି ସେ ସୂଚନା ଦେଇଛନ୍ତି । ଶେଷରେ, ବଙ୍ଗଳା ଭାଷାରେ ନିଜର ବକ୍ତବ୍ୟ ରଖିବା ସହ ରବୀନ୍ଦ୍ରନାଥ ଟାଗୋର ଓ ବଙ୍କିମ ଚନ୍ଦ୍ରଙ୍କ ଭଳି ମହାପୁରୁଷଙ୍କ ଆଦର୍ଶର ଚର୍ଚ୍ଚା କରି ଶାହ ବଙ୍ଗାଳୀ ଅସ୍ମିତା ଓ ପରିଚୟକୁ ସାଧିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe