୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର, ବାଛି ବାଛି ବାହାର କରିବୁ ଅନୁପ୍ରବେଶକାରୀ: ଶାହ

Advertisment

୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ଆଉ ସରକାର ହେଲା ପରେ ପଶ୍ଚିମବଙ୍ଗରୁ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଭଳି ବୟାନ ଆଜି ଚର୍ଚ୍ଚା ସୃଷ୍ଟି କରିଛି ।

୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ଆଉ ସରକାର ହେଲା ପରେ ପଶ୍ଚିମବଙ୍ଗରୁ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଭଳି ବୟାନ ଆଜି ଚର୍ଚ୍ଚା ସୃଷ୍ଟି କରିଛି ।

AMIT SHAH ON WB

AMIT SHAH ON WB Photograph: (KANAK NEWS)

କନକ ବ୍ୟୁରୋ: ୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ଆଉ ସରକାର ହେଲା ପରେ ପଶ୍ଚିମବଙ୍ଗରୁ ଖୋଜି ଖୋଜି ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏଭଳି ବୟାନ ଆଜି ଚର୍ଚ୍ଚା ସୃଷ୍ଟି କରିଛି । ସିଧା ସିଧା ଟିଏମସି ସରକାର ଉପରେ ଶାହା ହମଲା କରିଥିବାବେଳେ, ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନରେ ବିଜେପି ବାଜି ମାରିବ ବୋଲି ଶାହା ଦମ୍ଭୋକ୍ତି ଦେଖାଇଛନ୍ତି ।

ଜାଣିରଖିବା ଉଚିତ ଯେ, ଶାହା ଏବେ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି । ଆଉ ଏହିକ୍ରମରେ ସେ ଆଜି କୋଲକାତାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ କହିଥିଲେ, ଗତ ୧୫ ବର୍ଷ ଧରି ପଶ୍ଚିମବଙ୍ଗ ଭୟ, ଦୁର୍ନୀତି ଏବଂ ଅନୁପ୍ରବେଶର ଶିକାର ହୋଇଛି । ତେଣୁ ୨୦୨୬ରେ ବିଜେପି ସରକାର ଗଠନ କରିବା ପରେ ଏହା ବନ୍ଦ ହେବ । ବିଜେପି ସରକାର ଆସିବା ପରେ ପଶ୍ଚିମବଙ୍ଗରୁ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ହଟାଯିବ ବୋଲି କହିଛନ୍ତି ଶାହ ।

ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗର ସୀମା ନେଇ ଅନୁପ୍ରବେଶ କେବଳ ସେହି ରାଜ୍ୟ ପାଇଁ ନୁହେଁ ବରଂ ସାରା ଦେଶ ପାଇଁ ଏକ ସୁରକ୍ଷା ସମସ୍ୟା । ତେଣୁ ବେଙ୍ଗଲର ସୀମାକୁ ସିଲ୍ କରିବା ଜରୁରୀ ବୋଲି ସେ ମତ ପ୍ରକାଶ କରିଛନ୍ତି । ଏହାସହ ଏହି କାମକୁ ଟିଏମସି ନୁହେଁ ବରଂ ବିଜେପି କରିପାରିବ ବୋଲି ସେ କହିଛନ୍ତି । ଶାହାଙ୍କ କହିବା କଥା, ବିଜେପି ସେଠାରେ ସରକାରକୁ ଆସିଲେ ସେଠାକାର ସ୍ଥାନୀୟ ଐତିହ୍ୟକୁ ପୁନର୍ଜୀବିତ କରାଯିବ । ଏହାସହ ବିକାଶ ମଧ୍ୟ ଦ୍ରୁତଗତିରେ ଆଗକୁ ବଢ଼ିବ । ଗରିବ କଲ୍ୟାଣକୁ ବିଜେପି ସରକାର ପ୍ରାଥମିକତା ଦେବ ବୋଲି ଶାହା କହିଛନ୍ତି ।

ଆହୁରି ପଢ଼ନ୍ତୁ : ଅନଲାଇନ୍ ଖାଇବା ମଗାଇ ଖାଉଛନ୍ତି କି? ଆପଣଙ୍କ ପାଇଁ ବଡ଼ ଖବର

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "୧୫ ବର୍ଷର ଟିଏମସି ଶାସନରେ, ବଙ୍ଗଳାର ଲୋକମାନେ ଭୟ, ଦୁର୍ନୀତି, କୁଶାସନ ଏବଂ ବିଶେଷକରି ଅନୁପ୍ରବେଶ ଯୋଗୁଁ ଭୟଭୀତ ଏବଂ ଚିନ୍ତିତ ଅଛନ୍ତି। ଆମେ ବଙ୍ଗଳାର ଲୋକମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଏବଂ ଏହା ମଧ୍ୟ ପ୍ରତିଶ୍ରୁତି ଦେଉଛୁ ଯେ ମୋଦୀ ଜୀଙ୍କ ନେତୃତ୍ୱରେ ବଙ୍ଗଳାରେ ବିଜେପି ସରକାର ଗଠନ ହେବା ସହିତ, ଆମେ ଏହି ସ୍ଥାନର ଐତିହ୍ୟକୁ ପୁନର୍ଜୀବିତ କରିବୁ, ବିକାଶର ଗଙ୍ଗା ପୁଣି ଦ୍ରୁତ ଗତିରେ ପ୍ରବାହିତ ହେବ ଏବଂ ଆମେ ଗରିବଙ୍କ କଲ୍ୟାଣକୁ ପ୍ରାଥମିକତା ଦେବୁ। ଏହାସହ ଏପ୍ରିଲ ମାସରେ ବେଙ୍ଗଲରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ପଶ୍ଚିମବଙ୍ଗର ଲୋକ ଭୟ, ଦୁର୍ନୀତି, କୁଶାସନ ଏବଂ ଅନୁପ୍ରବେଶକୁ ବଦଳାଇବା ବିକାଶ, ଐତିହ୍ୟ ଏବଂ ଗରିବ କଲ୍ୟାଣ ଉପରେ ଆଧାରିତ ଏକ ଦୃଢ଼ ସରକାର ଗଠନ କରିବାକୁ ସଙ୍କଳ୍ପ ନେବେ ବୋଲି ସେ କହିଛନ୍ତି ।

ଅମିତ ଶାହ କହିଛନ୍ତି ଯେ ୨୦୧୪ରେ ବିଜେପି ପଶ୍ଚିମବଙ୍ଗରେ କେବଳ ୨ଟି ଆସନ ଏବଂ ୧୭% ଭୋଟ ଜିତିଥିଲା । ହେଲେ ୨୦୧୯ ଲୋକସଭା ନିର୍ବାଚନରେ କିନ୍ତୁ ଏହା ୧୮ଟି ଆସନ ଏବଂ ୪୧% ଭୋଟକୁ ବୃଦ୍ଧି ପାଇଛି ।  ଖାଲି ସେତିକି ନୁହେଁ ୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ୭୭ଟି ଆସନ ଏବଂ ୩୮% ଭୋଟ ଜିତିଥିଲା। ତେଣୁ ସେ ଦୃଷ୍ଟିରୁ ବିଜେପି ଏବେ ଆସନ୍ତା ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶାହ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe