କନକ ବ୍ୟୁରୋ;  ମମତାଙ୍କ ଗଡ଼ରେ ଗର୍ଜିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବଙ୍ଗଳାରେ ତୃଣମୂଳ କଂଗ୍ରେସ  ସରକାରର ପତନ ନିଶ୍ଚିତ ଏବଂ ୨୦୨୬ ରାଜ୍ୟ ରାଜନୀତିରେ ପରିବର୍ତ୍ତନର ବର୍ଷ ହେବ ବୋଲି ଦାବି କରିଛନ୍ତି ଶାହ।  କହିଛନ୍ତି, ବାମପନ୍ଥୀମାନଙ୍କୁ ହଟାଇବା ପାଇଁ ବଙ୍ଗଳାର ଲୋକମାନେ ଟିଏମସିକୁ କ୍ଷମତା ହସ୍ତାନ୍ତର କରିଥିଲେ, କିନ୍ତୁ ଆଜି ସେହି ସରକାର ଦୁର୍ନୀତି, ଭ୍ରଷ୍ଟାଚାର, ପୁଲିସର ଅପବ୍ୟବହାର ଓ ଅନୁପ୍ରବେଶକୁ ପ୍ରୋତ୍ସାହିତ କରି ରାଜ୍ୟକୁ ପଛକୁ ନେଉଛନ୍ତି ।

Advertisment

ଅଧିକ ପଢନ୍ତୁ: ଭାରତୀୟ ସେନାକୁ ନେଇ ମମତା ବାନାର୍ଜୀଙ୍କ ବୟାନ, ଆପତ୍ତି ଉଠାଇଲା ଭାରତୀୟ ସେନା

ତେଣୁ ୨୦୨୬ ଟିଏମସିକୁ ବିଦାୟ ଦେବାର ବର୍ଷ। ଅନୁପ୍ରବେଶ ପ୍ରସଙ୍ଗରେ ଗୃହମନ୍ତ୍ରୀ କହିଛନ୍ତି, ବଙ୍ଗଳାରେ ଅବୈଧ ପ୍ରବେଶ କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ସେ ଅଭିଯୋଗ କରିଛନ୍ତି ,ରାଜ୍ୟ ସରକାର ସୀମାରେ ବାଡ଼ ଦେବା ପାଇଁ ଜମି ଯୋଗାଇ ଦେଉନାହାଁନ୍ତି, ଯାହା ସୀମା ସୁରକ୍ଷା ବାହିନୀକୁ ତା’ର କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରୁଛି। ହାଇକୋର୍ଟ ଏହି ମାମଲାରେ ବିଏସଏଫ ସପକ୍ଷରେ ରାୟ ଦେଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ, ଜମି ଯୋଗାଇ ଦିଆଯାଉନାହିଁ କାରଣ ଅନୁପ୍ରବେଶକାରୀମାନେ ଶାସକ ଦଳର ଭୋଟ ବ୍ୟାଙ୍କ। ଶାହ ଦାବି କରିଛନ୍ତି, ବିଜେପି କ୍ଷମତାକୁ ଆସିବା ପରେ, ୪୫ ଦିନ ମଧ୍ୟରେ ସୀମାରେ ବାଡ଼ ନିର୍ମାଣ ସମାପ୍ତ ହେବ ଏବଂ ସୁରକ୍ଷାକୁ ସୁଦୃଢ଼ କରାଯିବ । 

‘ରାବଣ ବି ଭାବିଥିଲା ତାକୁ କେହି ହରାଇପାରିବେ ନାହିଁ’ ମମତାଙ୍କୁ ଶାହଙ୍କ ଟାର୍ଗେଟ୍
‘୨୦୨୬ରେ ପରିବର୍ତ୍ତନ ନିଶ୍ଚିତ’
‘ପଶ୍ଚିମବଙ୍ଗରେ ଫୁଟିବ ପଦ୍ମ’
ବଙ୍ଗଳାରେ ପରିବର୍ତ୍ତନ ନିଶ୍ଚିତ, ୨୦୨୬ରେ ଟିଏମସିକୁ ବିଦାୟ ଦିଆଯିବ
ବିଜେପି ରାଜ୍ୟରେ ସରକାର ଗଠନ କରିବ
ବଙ୍ଗଳାରେ ସରକାର ଗଠନ ସମଗ୍ର