ପରମାଣୁ ଆଲୋଚନା ମଧ୍ୟରେ ଇରାନକୁ ବଡ଼ ଝଟକା : ଗୁପ୍ତ ତୈଳ ନୌବାହିନୀ ଉପରେ କଟକଣା ଲଗାଇଲା ଆମେରିକା

Advertisment

ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଓମାନର ରାଜଧାନୀ ମସ୍କଟରେ ଅନୁଷ୍ଠିତ ପରୋକ୍ଷ ଆଲୋଚନା ମଧ୍ୟରେ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇରାନର ତୈଳ ରପ୍ତାନିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ୱାସିଂଟନ ନୂତନ ଓ କଠୋର ଆର୍ଥିକ କଟକଣା ଘୋଷଣା କରିଛି।

ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଓମାନର ରାଜଧାନୀ ମସ୍କଟରେ ଅନୁଷ୍ଠିତ ପରୋକ୍ଷ ଆଲୋଚନା ମଧ୍ୟରେ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇରାନର ତୈଳ ରପ୍ତାନିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ୱାସିଂଟନ ନୂତନ ଓ କଠୋର ଆର୍ଥିକ କଟକଣା ଘୋଷଣା କରିଛି।

07bbs_5_07022026_111

Photograph: (KANAKNEWS)

କନକବ୍ୟୁରୋ : ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଓମାନର ରାଜଧାନୀ ମସ୍କଟରେ ଅନୁଷ୍ଠିତ ପରୋକ୍ଷ ଆଲୋଚନା ମଧ୍ୟରେ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇରାନର ତୈଳ ରପ୍ତାନିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ୱାସିଂଟନ ନୂତନ ଓ କଠୋର ଆର୍ଥିକ କଟକଣା ଘୋଷଣା କରିଛି। ଇରାନର ଗୁପ୍ତ ତୈଳ ନୌବାହିନୀ ଉପରେ ଆମେରିକା କଟକଣା ଲଗାଇଛି। ଆମେରିକା ପକ୍ଷରୁ ଇରାନର ଶକ୍ତି କ୍ଷେତ୍ରକୁ ଟାର୍ଗେଟ କରି ଏହି କଟକଣା ଜାରି କରାଯାଇଛି। ଏହି ପଦକ୍ଷେପ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ସର୍ବାଧିକ ଚାପ ପ୍ରୟୋଗ ନୀତିର ଏକ ଅଂଶ। ଯାହାର ଲକ୍ଷ୍ୟ ତେହେରାନର ଆୟକୁ ସୀମିତ କରିବା। ଏହି କଟକଣା ଯୋଗୁ ଇରାନର ରାଜନୈତିକ ମହଲରେ ଏକ ବଡ଼ ନିରାଶାର ବାତାବରଣ ଦେଖାଯାଉଛି।

ଅଧିକ ପଢନ୍ତୁ... ଭାରତ-ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତି : ହ୍ୱାଇଟ୍ ହାଉସ୍ ପକ୍ଷରୁ ଯୁଗ୍ମ ବିବୃତି ଜାରି

ପ୍ରତିବନ୍ଧକର ବିସ୍ତୃତ ପରିସର
ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଏହି ନୂତନ କଟକଣା ମୋଟ ୧୪ଟି ଜାହାଜ, ୧୫ଟି କମ୍ପାନି ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଛି। ଏହି ଜାହାଜଗୁଡ଼ିକ ବେଆଇନ ଭାବରେ ଇରାନ ତେଲ ପରିବହନ କରୁଥିବା ଅଭିଯୋଗ ହୋଇଛି। ଯେଉଁଥିରେ ଭାରତ, ତୁର୍କୀ ଓ ସଂଯୁକ୍ତ ଆରବ ଏମିରେଟ୍ସର ପତାକା ଲଗାଯାଇଥିବା ଜାହାଜ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହି ସଂସ୍ଥାଗୁଡ଼ିକ ସହିତ ଯେକୌଣସି ଆର୍ଥିକ କାରବାର ଏବେ ସମ୍ପୂର୍ଣ୍ଣ ବେଆଇନ ତଥା ଆମେରିକାର ଆଇନ ଅନୁଯାୟୀ ଦଣ୍ଡନୀୟ ବିବେଚନା କରାଯିବ ବୋଲି‌ ଘୋଷଣାରେ କୁହାଯାଉଛି।

ଆଲୋଚନା ଧମକ ଓ ଚାପରୁ ଦୂରେଇ ରହିବା ଜରୁରୀ

ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ଓମାନରେ ହୋଇଥିବା ଆଲୋଚନାକୁ ବହୁତ ସକାରାତ୍ମକ ବୋଲି ବର୍ଣ୍ଣନା କରିଛନ୍ତି ଓ ଉତ୍ତେଜନା ହ୍ରାସ ପାଇବ ବୋଲି ଆଶା ପ୍ରକାଶ କରିଛନ୍ତି। ଯେକୌଣସି ଆଲୋଚନାର ପୂର୍ବାବଶ୍ୟକତା ହେଉଛି ଧମକ ଓ ଚାପରୁ ଦୂରେଇ ରହିବା ବୋଲି ଆରାଘଚି ସାମ୍ବାଦିକମାନଙ୍କୁ କହିଛନ୍ତି।
ଆଲୋଚନାରେ ମଧ୍ୟସ୍ଥତା କରିଥିବା ଓମାନ କହିଛି ଯେ, ଆଲୋଚନାର ଲକ୍ଷ୍ୟ ତୁରନ୍ତ ସଫଳତା ପାଇବା ପରିବର୍ତ୍ତେ ସ୍ଥିତି ସ୍ପଷ୍ଟ କରିବା ଓ କୂଟନୈତିକ ତଥା ବୈଷୟିକ ଆଲୋଚନାର ସମ୍ଭାବ୍ୟ ପୁନଃଆରମ୍ଭ ପାଇଁ ଭିତ୍ତିଭୂମି ସ୍ଥାପନ କରିବା ।

ଆଲୋଚନାର ଫଳାଫଳ ଉପରେ ଆମେରିକା ସାର୍ବଜନୀନ ଭାବରେ କୌଣସି ମନ୍ତବ୍ୟ ଦେଇନାହିଁ। ଅଧିକାରୀମାନେ କହିଛନ୍ତି ଯେ, ଇରାନ ସହିତ ଯେକୌଣସି ଚୁକ୍ତି କେବଳ ଏହାର ପରମାଣୁ କାର୍ଯ୍ୟକଳାପ ନୁହେଁ ବରଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଆଞ୍ଚଳିକ ଆଚରଣକୁ ମଧ୍ୟ ସମାଧାନ କରିବା ଉଚିତ । ତେବେ ଏହାକୁ ତେହେରାନ ପ୍ରତିରୋଧ କରିଛି।
ଆମେରିକା ସ୍ପଷ୍ଟ କରିଛି, ଆମେ କେବଳ ଆଲୋଚନା ଉପରେ ନିର୍ଭର କରିବୂ ନାହିଁ । ଆମେ ଚାପ ନୀତି ଜାରି ରଖିବୁ। ବିଶେଷଜ୍ଞମାନଙ୍କ ଅନୁସାରେ ଏହି ଦ୍ୱୈତ ରଣନୀତି ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ଆଞ୍ଚଳିକ କାର୍ଯ୍ୟକଳାପରେ ରୋକ ତଥା ବାଧ୍ୟତାମୂଳକ ଭାବେ ସାଲିସ୍ କରିବା ଲାଗି ପ୍ରସ୍ତୁତ କରାଯାଇଛି।

ଅସ୍ଥିରତାକୁ ରୋକିବା ଆମର ଲକ୍ଷ୍ୟ
ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟମି ପିଗଟ୍‌ଙ୍କ ଅନୁଯାୟୀ, ଇରାନ ବିଶ୍ୱ ଅସ୍ଥିରତାକୁ ଇନ୍ଧନ ଯୋଗାଇବା ପାଇଁ ତୈଳ କାରବାରରୁ ମିଳୁଥିବା ନିଜର ଲାଭ ବ୍ୟବହାର କରୁଛି। ଏହି ପ୍ରତିବନ୍ଧକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇରାନର ଅର୍ଥନୀତିକୁ ଦୁର୍ବଳ କରିବା। ଯାହାଦ୍ବାରା ଇରାନ ସାମରିକ ଓ ପରମାଣୁ କ୍ଷେତ୍ରର ବିକାଶ ପାଇଁ ଆବଶ୍ୟକ ଖର୍ଚ୍ଚକୁ ପାଣ୍ଠି ଯୋଗାଇପାରିବ ନାହିଁ। ଏହା ସହିତ ଆମେରିକା ଇରାନର ଉପକୂଳ ନିକଟରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିଛି। ଯାହା ଯୁଦ୍ଧର ଆଶଙ୍କା ସୃଷ୍ଯି କରିଛି।

ବିଶ୍ୱସ୍ତରୀୟ ପ୍ରତିକ୍ରିୟା ଓ ପ୍ରଭାବ

ଇରାନ ପୂର୍ବରୁ ଏକ ଗମ୍ଭୀର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଏହି ନୂତନ କଟକଣା ଏହାର ମୁଦ୍ରା ଓ ବାଣିଜ୍ୟକୁ ଆହୁରି ପ୍ରଭାବିତ କରିବ। ୱାସିଂଟନର ନୀତି ସ୍ପଷ୍ଟ ଯେ, କୌଣସି ଦେଶ ଇରାନରୁ ତେଲ କିଣିବା ଉଚିତ୍ ନୁହେଁ। ଏଭଳି କରୁଥିବା ଦେଶ ଆମେରିକାର କଟକଣାର ସମ୍ମୁଖୀନ ହେବ। ମସ୍କଟ୍ ଆଲୋଚନାର ବିଫଳତା ଏହି ଅଞ୍ଚଳରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିପାରେ। ଯାହା ବିଶ୍ୱ ତୈଳ ମୂଲ୍ୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।

ଭବିଷ୍ୟତର ଆହ୍ବାନ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦେଇଛନ୍ତି। ଯାହା କୂଟନୈତିକ ଚ୍ୟାନେଲଗୁଡ଼ିକୁ ବନ୍ଦ କରିବାର ବିପଦ ବଢ଼ାଇ ଦେଇଛି। ଇରାନ ଭିତରେ ସରକାର ବିରୋଧୀ ପ୍ରତିବାଦଗୁଡ଼ିକୁ ମଧ୍ୟ ବଳପୂର୍ବକ ଦମନ କରାଯାଇଛି, ଯାହା ଫଳରେ ଆମେରିକା ମାନବାଧିକାର ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଇରାନ ଏହି କଟକଣାଗୁଡ଼ିକର କିପରି ପ୍ରତିକ୍ରିୟା ଦେବ କିମ୍ବା ସର୍ତ୍ତାବଳୀ ସହିତ ଆଲୋଚନା ଟେବୁଲକୁ ଫେରିବ ତାହା ଉପରେ ଟ୍ରମ୍ପ ପ୍ରଶାସନ କଡ଼ା ନଜର ରଖିଛନ୍ତି।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe