କନକବ୍ୟୁରୋ : ଭାରତ-ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତି । ରୁଷ ତେଲ ଆମଦାନି ଯୋଗୁ ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫% ଶୁଳ୍କ ହଟାଇଲେ ଟ୍ରମ୍ପ । ଭାରତ ଏବଂ ଯୁକ୍ତରାଷ୍ଟ୍ର ପରସ୍ପର ଲାଭଦାୟକ ଏବଂ ପାରସ୍ପରିକ ବାଣିଜ୍ୟ ଉପରେ ଏକ ଅନ୍ତରିମ ଚୁକ୍ତିର ଫ୍ରେମୱର୍କରେ ପହଞ୍ଚିଛନ୍ତି ।  ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଏକ ଯୁଗ୍ମ ବିବୃତି ଜାରି କରାଯାଇଛି । ଏହି ସପ୍ତାହରେ ଘୋଷଣା କରାଯାଇଥିବା ବାଣିଜ୍ୟ ଚୁକ୍ତିକୁ କାର୍ଯ୍ୟକାରୀ କରିବାର ଏକ ପଦକ୍ଷେପ । ନୂଆ ଟ୍ରେଡ ଡିଲରେ ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରୁଷୀୟ ତେଲ ଆମଦାନି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି ।

Advertisment

ଅଧିକ ପଢନ୍ତୁ... ନମାଜ ପାଠ ବେଳେ ଆତ୍ମଘାତୀ ବିସ୍ଫୋରଣ, : ୬୯ ମୃତ

ନୂଆଦିଲ୍ଲୀ କହିଛି, ଭାରତ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ କ୍ରୟ କରିବ ଏବଂ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଯୁକ୍ତରାଷ୍ଟ୍ର ସହିତ ଏକ ଫ୍ରେମୱାର୍କ ପ୍ରସ୍ତୁତି ହୋଇଛି ।  ଏହି ଚୁକ୍ତି ଅନୁଯାୟୀ ଓ୍ୱାଶିଂଟନ୍ ଭାରତୀୟ ଉତ୍ପାଦ ଉପରେ ଥିବା ଟାରିଫକୁ ୨୫ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତକୁ ଆଣିବ। ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ, ବିମାନ ଓ ଯନ୍ତ୍ରାଂଶ, ମୂଲ୍ୟବାନ ଧାତୁ, ଟେକ୍ନୋଲୋଜି ଉତ୍ପାଦ ଏବଂ ଜାଳେଣି କୋଇଲା ସହ ୫୦୦ ବିଲିୟନ ମୂଲ୍ୟର ସାମଗ୍ରୀ କ୍ରୟ କରିବ ବୋଲି ବିବୃତ୍ତିରେ କୁହାଯାଇଛି ।

ଋଷ ତେଲ କିଣିବାକୁ ନେଇ ଭାରତ-ଆମେରିକା ବାଣିଜ୍ୟ ବିବାଦ ଆରମ୍ଭ ହୋଇଥିଲା। ଟ୍ରମ୍ପ ଭାରତୀୟ ପଣ୍ୟ ଉପରେ ଶୁଳ୍କ ଲଗାଇଥିଲେ ଏବଂ ପରେ ନୂଆଦିଲ୍ଲୀର ରୁଷୀୟ ତୈଳ କ୍ରୟ ଉପରେ ଦଣ୍ଡ ସ୍ୱରୂପ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏବେ ଏହି ଶୁଳ୍କ ୧୮ ପ୍ରତିଶତକୁ କମାଇଛି ଆମେରିକା । 

ସୁଧୁରୁଛି ଭାରତ-ଆମେରିକା ସମ୍ପର୍କ
ଭାରତ-ଆମେରିକା ମଧ୍ୟରେ ଅନ୍ତରୀଣ ବାଣିଜ୍ୟ ଚୁକ୍ତିର ଆସିଲା ଫ୍ରେମୱାର୍କ
ଭାରତୀୟ ସାମଗୀ ଉପରେ ଉପରେ ଲଗାଇଥିବା ୨୫% ଶୁଳ୍କ ହଟାଇଲେ ଟ୍ରମ୍ପ
ଭାରତ ଏବଂ ଯୁକ୍ତରାଷ୍ଟ୍ର ପରସ୍ପର ଲାଭଦାୟକ ବାଣିଜ୍ୟ ଉପରେ ଚୁକ୍ତି ହୋଇଛି
ଶନିବାର ସକାଳେ ହ୍ୱାଇଟ୍ ହାଉସ୍ ଏନେଇ ଏକ  ଏକ ଯୁଗ୍ମ ବିବୃତ୍ତି ଜାରି କରିଛି

ଏହି ସପ୍ତାହରେ ଘୋଷଣା କରାଯାଇଥିବା ବାଣିଜ୍ୟ ଚୁକ୍ତିକୁ କାର୍ଯ୍ୟକାରୀ କରିବାର ଏକ ପଦକ୍ଷେପ। 
ଭାରତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରୁଷୀୟ ତେଲ ଆମଦାନି ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛି
ଭାରତ ଯୁକ୍ତରାଷ୍ଟ୍ରର ଶକ୍ତି ଉତ୍ପାଦ କ୍ରୟ କରିବାକୁ ଏଥିରେ ଚୁକ୍ତି ହୋଇଛି

ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଁ ଆମେରିକା ସହ ଏକ ଫ୍ରେମୱାର୍କ ପ୍ରସ୍ତୁତି ହୋଇଛି
ଭାରତୀୟ ଉତ୍ପାଦ ଉପରେ ଥିବା ଟାରିଫକୁ ୨୫%ରୁ ହ୍ରାସ କରି ୧୮ ପ୍ରତିଶତକୁ ଆଣିବ ଆମେରିକା
ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେରିକାର ୫୦୦ ବିଲିୟନ ମୂଲ୍ୟର ସାମଗ୍ରୀ କ୍ରୟ କରିବ 

ଶକ୍ତି ଉତ୍ପାଦ, ବିମାନ ଓ  ଯନ୍ତ୍ରାଂଶ, ମୂଲ୍ୟବାନ ଧାତୁ, ଟେକ୍ନୋଲୋଜି ଉତ୍ପାଦ, ଜାଳେଣି କୋଇଲା କିଣିବ ଭାରତ 
ଭାରତ ସମସ୍ତ ଯୁକ୍ତରାଷ୍ଟ୍ର ଶିଳ୍ପ ପଣ୍ୟ ଏବଂ ଖାଦ୍ୟ ଓ କୃଷି ଉତ୍ପାଦର ଉପରେ ଶୁଳ୍କ ହଟାଇବ ସମ୍ମତ ହୋଇଛି

ପଶୁଖାଦ୍ୟ ପାଇଁ ବ୍ୟବହୃତ ଲାଲ ସୋରଘମ୍, ବାଦାମ, ତାଜା ଫଳ, ସୋୟାବିନ୍ ତେଲ, ଓ୍ବାଇନ୍ ଓ ସ୍ପିରିଟ୍ସ ଅନ୍ତର୍ଭୁକ୍ତ 
ଭାରତୀୟ ଉତ୍ପତ୍ତିର ପଣ୍ୟ ଉପରେ ୧୮ % ପରସ୍ପର ଶୁଳ୍କ ହାର ପ୍ରୟୋଗ କରିବ ଆମେରିକା
ଭାରତୀୟ ବସ୍ତ୍ର ଓ ପୋଷାକ, ଚର୍ମ ଓ ଜୋତା, ପ୍ଲାଷ୍ଟିକ୍ ଓ ରବର ଉପରେ ଶୁଳ୍କ କମିବ
ଜୈବିକ ରସାୟନ, ଘର ସଜ୍ଜା, ହସ୍ତଶିଳ୍ପ ଉତ୍ପାଦ ଏବଂ ନିର୍ଦ୍ଦିଷ୍ଟ ଯନ୍ତ୍ରପାତି ଉପରେ ଶୁଳ୍କ ୧୮% ରହିବ
ଭାରତର ଜେନେରିକ୍ ଔଷଧ, ରତ୍ନ ଓ ହୀରା, ଏବଂ ବିମାନ ଯନ୍ତ୍ରାଂଶ ଉପରେ ଶୁକ୍କ କମାଇବେ ଟ୍ରମ୍ପ